କଟକ: ଆସନ୍ତା ଡିସେମ୍ବର 22 ତାରିଖରେ ବାରବାଟୀରେ ଖେଳାଯିବ ଭାରତ ୱେଷ୍ଟଇଣ୍ଡିଜ 2ୟ ଦିନିକିଆ ମ୍ୟାଚ । ତେବେ ପ୍ରସ୍ତୁତି କାମ ସାରିବାକୁ ଓସିଏ ପାଖରେ ରହିଛି ସ୍ବଳ୍ପ ସମୟ । ମାତ୍ର ଏଯାଏଁ ଆରମ୍ଭ ହୋଇନି ଷ୍ଟାଡିୟମର ପ୍ରସ୍ତୁତି କାମ । ତେବେ ଓସିଏ କାର୍ଯ୍ୟକାରୀ ଅଧ୍ୟକ୍ଷ ଧୀରେନ ପଲେଇ କହିଛନ୍ତି ପ୍ରସ୍ତୁତି କାମ ବିଳମ୍ବ ହେଲେ ମଧ୍ୟ ମ୍ୟାଚ ହେବା ପକ୍କା ।
ଷ୍ଟାଡିୟମର ଏବେ ମୁଖ୍ୟ ସମସ୍ୟା ରହିଛି ଫ୍ଲଡ ଲାଇଟ । ଫନି ବାତ୍ୟାରେ ଷ୍ଟାଡିୟମର ସମସ୍ତ ଲାଇଟ ଖରାପ ହୋଇଯାଇଥିବା ବେଳେ କିଛି ଷ୍ଟାଣ୍ଡରୁ ଲାଇଟ ମଧ୍ୟ ଉଡିଯାଇଛି । ସେହିପରି ପ୍ରେସ ଗ୍ୟାଲେରୀ ମଧ୍ୟ ଫନି ବତ୍ୟାରେ ଧ୍ବସ୍ତବିଧ୍ବସ୍ତ ହୋଇଯାଇଛି ।
ତେବେ ଓସିଏ ଅଧକ୍ଷ୍ୟଙ୍କ କହିବା ଅନୁଯାୟୀ, ଏନେଇ ଆମେ ବୋର୍ଡକୁ ଅବଗତ କରାଇ ଦେଇଛୁ । ଆସନ୍ତା ମାସ ମଧ୍ୟରେ ସମସ୍ତ କାମ ଶେଷ ହୋଇଯିବ । ଖୁବ କମ ଦିନ ମଧ୍ୟରେ ବୋର୍ଡ଼ ସଦସ୍ୟ କପିଳ ଦେବ ଷ୍ଟାଡିଅମକୁ ଆସିବେ ଆଉ ସ୍ଥିତି ସମୀକ୍ଷା କରିବେ ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ