ETV Bharat / sports

ଭାରତ-ୱେଷ୍ଟଇଣ୍ଡିଜ ଟି20 ଟକ୍କର, ଆଜି ହାଇଦ୍ରାବାଦରେ ଲଢେଇ - ରାଜୀବ ଗାନ୍ଧୀ ଆନ୍ତଜାର୍ତିୟ ଷ୍ଟାଡିୟମ ହାଇଦ୍ରାବାଦ

ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ଆଜି ପ୍ରଥମ ଟି20 ମ୍ୟାଚ ରାଜୀବ ଗାନ୍ଧୀ ଆନ୍ତଜାର୍ତିୟ ଷ୍ଟାଡିୟମ ହାଇଦ୍ରାବାଦରେ ଖେଳାଯିବ । ବିରାଟ ବାହୀନି ବାରବିୟନ ଟିମ ବିପକ୍ଷରେ ବିଜୟ ଧାରା ବଜାୟ ରଖିବା ଲକ୍ଷ୍ୟ ନେଇ ଖେଳିବ ।

ଭାରତ-ୱେଷ୍ଟଇଣ୍ଡିଜ ଟି20 ଟକ୍କର
ଭାରତ-ୱେଷ୍ଟଇଣ୍ଡିଜ ଟି20 ଟକ୍କର
author img

By

Published : Dec 6, 2019, 4:46 PM IST

ହାଇଦ୍ରାବାଦ: ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ଆଜି ପ୍ରଥମ ଟି20 ମ୍ୟାଚ ରାଜୀବ ଗାନ୍ଧୀ ଆନ୍ତଜାର୍ତୀୟ ଷ୍ଟାଡିୟମ ହାଇଦ୍ରାବାଦରେ ଖେଳାଯିବ । ବିରାଟ ବାହୀନି ବାରବିୟନ ଟିମ ବିପକ୍ଷରେ ବିଜୟ ଧାରା ବଜାୟ ରଖିବା ଲକ୍ଷ୍ୟ ନେଇ ଖେଳିବ । ଗତ ଅଗଷ୍ଟ ମାସରେ ଭାରତୀୟ ଦଳ ୱେଷ୍ଟଇଣ୍ଡିଜ ଗସ୍ତ କରି ସିରିଜ କ୍ଳିନସୁଇପ କରିଥିଲା ।

India Vs West Indies
ଭାରତୀୟ ଟିମ

ଭାରତୀୟ ଦଳର 4ଜଣ ଟପଅର୍ଡର ବ୍ୟାଟ୍ସମ୍ୟାନ ରୋହିତ, ରାହୁଲ, କୋହଲି ଓ ଶ୍ରେୟସ ଆୟର ଦମଦାର ଫର୍ମରେ ରହିଛନ୍ତି । ଅଭିଜ୍ଞ ସାମି ଓ ଭୁବନେଶ୍ବର କୁମାର ଟି20 ଦଳକୁ ଫେରିବା ପରେ, ବୋଲିଂ ବିଭାଗ ମଧ୍ୟ ବେଶ ଶକ୍ତିଶାଳୀ ହୋଇଛି । ତେବେ ପୂର୍ବରୁ ବାଂଲାଦେଶ ବିପକ୍ଷ ସିରିଜରେ ବୋଲିଂ ହିରୋ ସାଜିଥିବା ଦିପକ ଚହର ଓ ଅଲରାଉଣ୍ଡର ଶିବମ ଦୁବେଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିଛି । ସ୍ପିନ ବିଭାଗ ଦାୟିତ୍ବରେ ଦଳରେ ରହିଛନ୍ତି ୟୁଜଭେନ୍ଦ୍ର ଚହଲ, ରବିନ୍ଦ୍ର ଜାଡେଜା ଓ କୁଲଦିପ ଯାଦବ । ତେବେ କ୍ୟାପଟେନ କୋହଲି ଶ୍ରେଷ୍ଠ ଚୁଡାନ୍ତ ଏକାଦଶ ନେଇ ଟିମ ଇଣ୍ଡିଆ ପଡିଆକୁ ଓହ୍ଲାଇବ ବୋଲି ସ୍ପଷ୍ଟ କରିଛନ୍ତି ।

India Vs West Indies
ୱେଷ୍ଟଇଣ୍ଡିଜ ଟିମ
ଅନ୍ୟପେଟ ୱେଷ୍ଟଇଣ୍ଡିଜ କ୍ୟାପଟେନ କିରେନ ପୋଲାର୍ଡ ଭାରତ ନଂ1 ଟିମ ଓ ଶ୍ରେଷ୍ଠ ଟିମ ବିପକ୍ଷରେ ଖେଳିବା ଏକ ଭଲ ସୁଯୋଗ ବୋଲି କହିଛନ୍ତି । ଏଥିସହିତ ଇଣ୍ଡିଜ ଦଳ ସୁନିଲ ନାରିନ, ବ୍ରାଭୋଙ୍କ ଅନୁପସ୍ଥିତିରେ ଖେଳିବ । ତେବେ ଯୁବ ଖେଳାଳିଙ୍କ ପାଇଁ ଶ୍ରେଷ୍ଠ ପ୍ରଦର୍ଶନ କରିବାର ଏହି ସିରିଜ ବେଶ ଉପଯୋଗୀ ହେବ ବୋଲି ପୋଲାର୍ଡ କହିଛନ୍ତି । ଦଳରେ ବିସ୍ପୋରକ, ହେଟମେୟର, ଇଭିନ ଲୁଇସ, ଲିଣ୍ଡନ ସିମନ୍ସ ଫାବିଏଲ ଆଲେନ ଓ କ୍ୟାପଟେନ ପୋଲାର୍ଡ ରହିଛନ୍ତି । ମ୍ୟାଚ ଯେ କୌଣସି ପରିସ୍ଥିତିରେ ଏହି ବ୍ୟାଟ୍ସମ୍ୟାନ ବଡ ସଟ ଖେଳିବାର ଦକ୍ଷତା ରଖିଛନ୍ତି । ଫଳରେ ଆଜିର ମ୍ୟାଚ ସଂଘର୍ଷ ପୂର୍ଣ୍ଣ ହେବ ବୋଲି ଚର୍ଚ୍ଚା ହେଉଛି ।

ୱେଷ୍ଟଇଣ୍ଡିଜ ଦଳ: କିରେନ ପାଲାର୍ଡ(କ୍ୟାପଟେନ), ଫାବିଏନ ଏଲେନ, ସେଲଡନ କଟ୍ରେଲ, ସିମ୍ରନ ହେଟମେୟର, ଜାସନ ହୋଲ୍ଡର, ବ୍ରାଣ୍ଡନ କିଙ୍ଗ, ଇଭିନ ଲୁଇସ, କିମୋ ପଲ, ନିକୋଲାସ ପୋରନ, ଖାରି ପିରେ, ଦିନେଶ ରାମଦିନ, ସେର୍ଫନେ ରଦରଫୋର୍ଡ, ଲିଣ୍ଡଲ ସିମନ୍ସ, ହେଡନ ୱାଲ୍ସ, କେସରିକ ୱିଲିୟମସ ।

ଭାରତୀୟ ଦଳ: ବିରାଟ କୋହଲି(କ୍ୟାପଟେନ), ରୋହିତ ଶର୍ମା, କେଏଲ ରାହୁଲ, ସଞ୍ଜୁ ସାମସନ, ରିଷଭ ପନ୍ତ, ମନିଷ ପାଣ୍ଡେ, ଶ୍ରେୟସ ଆୟର, ଶିବମ ଦୁବେ, ରବିନ୍ଦ୍ର ଜାଡେଜା, ୱାସିଂଟନ ସୁନ୍ଦର, ୟୁଜଭେନ୍ଦ୍ର ଚହଲ, କୁଲଦିପ ଯାଦବ, ଦିପକ ଚହର, ଭୁବନେଶ୍ବର କୁମାର, ମହମ୍ମଦ ସାମି ।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.