ETV Bharat / sports

ବାରବାଟୀ ଦିନିକିଆ: ବିସିସିଆଇକୁ ସହାୟତା ମାଗିଲା ଓସିଏ - barabati-stadium cuttack

ବାରବାଟୀ ଷ୍ଟାଡିୟମର ବେହାଲ ଅବସ୍ଥାକୁ ଦେଖି ଭାରତ-ଇଣ୍ଡିଜ ଦିନିକିଆ ମ୍ୟାଚ ଆୟୋଜନ ନେଇ ଆଶଙ୍କା ଦେଖାଦେଇଛି । ସେପଟେ ନବନିର୍ବାଚିତ ଓସିଏ ସମ୍ପାଦକ ସଞ୍ଜୟ ବେହେରା ମ୍ୟାଚ ହେବା ନେଇ ଦମ୍ଭୋକ୍ତି କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା କଟକ
author img

By

Published : Oct 4, 2019, 12:05 AM IST

Updated : Oct 4, 2019, 4:52 PM IST

କଟକ: ଦୀର୍ଘଦିନ ପରେ ବାରବାଟୀ ଷ୍ଟାଡିୟମକୁ ଫେରିବ ଅନ୍ତର୍ଜାତୀୟ ଦିନିକିଆ । ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ମ୍ୟାଚ ଖେଳାଯିବ । ଏହି ଘୋଷଣା ପରେ ଓଡିଶା କ୍ରୀଡାଜଗତରେ ଖୁସିର ମାହୋଲ ଦେଖାଯାଇଥିଲା । ଡିସେମ୍ବର 22ରେ ଏହି ମ୍ୟାଚ ଖେଳାଯିବା ନେଇ ସୂଚୀ ରହିଛି ।

ତେବେ ଷ୍ଟାଡିୟମର ବେହାଲ ଅବସ୍ଥାକୁ ଦେଖିଲେ ବାରବାଟୀ ଦିନିକିଆ ହାତରୁ ଚାଲିଯିବ ପ୍ରତୀତ ହେଉଛି । ସେପଟେ ନବନିର୍ବାଚିତ ଓସିଏ ସମ୍ପାଦକ ସଞ୍ଜୟ ବେହେରା ମ୍ୟାଚ ହେବା ନେଇ ଦମ୍ଭୋକ୍ତି କରିଛନ୍ତି । ଏହି ମ୍ୟାଚ ଯେମିତି ହେଲେ ଓସିଏ କରିବ ବୋଲି ସେ କହିଛନ୍ତି । ଓଡିଶା କ୍ରିକେଟ ପ୍ରେମୀ ନିରାଶ ହେବାର କିଛି କଥା ନାହିଁ । ମ୍ୟାଚ କରିବା ପାଇଁ ଆମେ ପ୍ରସ୍ତୁତ । କେବଳ ବିସିସିଆଇ ନିର୍ବାଚନ କୁ ଅପେକ୍ଷା । ଏହି ନିର୍ବାଚନ ସରିବାମାତ୍ରେ ବିସିସିଆଇ ସହ ଆଲୋଚନା ପରେ ସବୁ କିଛି ସ୍ପଷ୍ଟ ହୋଇଯିବ । ତେବେ ଷ୍ଟାଡିୟମର ପୁନରୁଦ୍ଧାର ପାଇଁ ବିସିସିଆଇକୁ ଓସିଏ ଆର୍ଥିକ ସହାୟତା ମଧ୍ୟ ମାଗିଛି । ଏମିତି କହି ବିସିସିଆଇ କୋର୍ଟକୁ ବଲ ଫିଙ୍ଗିଛନ୍ତି ସଞ୍ଜୟ ।

ଫନି ପ୍ରଳୟ ପରେ ଷ୍ଟାଡିୟମ ଶ୍ରୀହିନ ଅବସ୍ଥାରେ ରହିଛି । ହାତରେ ଆଉ ମାତ୍ର 2 ମାସର ସମୟ । ତେବେ ଷ୍ଟାଡିୟମ କାମ ସରିବ କି ନାହିଁ ତାକୁ ନେଇ ଉଠିଛି ବଡ଼ ପ୍ରଶ୍ନ । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଫ୍ଲଡ଼ ଲାଇଟ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ଚୁର ମାର ହୋଇଯାଇଛି । ତେବେ ଓସିଏର ନୂଆ ଟିମ ଓଡିଶାବାସୀଙ୍କୁ ନିରାଶ କରିବେନି ବୋଲି ସଂପାଦକ ସଞ୍ଜୟ ବେହେରା ଭରସା ଦେଇଛନ୍ତି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: ଅନିଶ୍ଚିତତା ଘେରରେ ବାରଵାଟି ଦିନିକିଆ । ଆସନ୍ତା ଡିସେମ୍ବର 22 ରେ ଖେଳାଯିବାକୁ ଥିବା ମ୍ୟାଚ ର ବାରବାଟୀ ରେ ହୋଇ ନପାରେ । କାରଣ ଫନି ପରେ ଷ୍ଟାଡିଅମ ଏକଦମ ବେହାଲ ହୋଇ ପଡିଛି । ପ୍ରତି ଟି ଦିଗରେ ପୁରା ସ୍ଥିତି ସଙ୍ଗିନ । ତେବେ ହାତରେ ଆଉ 2 ମାସ ଏହାରି ଭିତରେ ଷ୍ଟାଡିଅମ କାମ ସରିବ କି ନାହିଁ ତାକୁ ନେଇ ଉଠିଛି ବଡ଼ ପ୍ରଶ୍ନ ।

ତେବେ ଏହି ମ୍ୟାଚ ଯେମିତି ହେଲେ ଓସିଏ କରିବ ବୋଲି କହିଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା । ନୂଆ ଟିମ ର ନୂଆ ଆଶା ରେ କେବେ ନିରାଷ ହେବେନି ଓଡିଶାବାସୀ । ମ୍ୟାଚ କରିବା ପାଇଁ ଆମେ ପ୍ରସ୍ତୁତ । କେବଳ ବିସିସିଆଇ ନିର୍ବାଚନ କୁ ଅପେକ୍ଷା। ଏହି ନିର୍ବାଚନ ସରିବା କ୍ଷଣି ବିସିସିଆଇ ସହ ଆଲୋଚନା ପରେ ସବୁ କିଛି ସ୍ପଷ୍ଟ ହୋଇଯିବ । ଏହାସହିତ ବାରଵାଟି ର ଏପରି ସ୍ଥାଣୁ ଅବସ୍ଥା ରେ ରାଜ୍ୟ ସରକାର ମଧ୍ୟ ସାହାଯ୍ୟ କରିବେ ତେବେ ଭଙ୍ଗି ସମସ୍ତ ଜିନିଷ ର ପୁଣି ନିର୍ମାଣ ହୋଇପାରିବ ।

ଏହାସହିତ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଫ୍ଲଡ଼ ଲାଇଟ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ଚୁର ମାର ହୋଇଯାଇଛି । ଵର୍ତମାନ ସୁଦ୍ଧା ଓସିଏ ପାଖରେ ଏତେ ଅର୍ଥ ନାହିଁ ଯେ ସମସ୍ତ କାମ କୁ ଯୁଧକାଳୀନ ଭିତ୍ତିରେ ସାରି ହେବ । ଏବେ କେବଳ ବିସିସିଆଇ ର ମତ କୁ ଅପେକ୍ଷା ରହିଛି । ତେବେ ବିସିସିଆଇ ସହ ଆଲୋଚନା ପରେ ସବୁ କିଛି ସ୍ପଷ୍ଟ ହେବ ବୋଲି କହିଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା ।

Body:ବାଇଟ: ସଞ୍ଜୟ ବେହେରା( ଓସିଏ ସମ୍ପାଦକ )

Conclusion:
Last Updated : Oct 4, 2019, 4:52 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.