ବିଶାଖାପଟ୍ଟନମ: କ୍ରିକେଟ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର। ଟିମ ଇଣ୍ଡିଆର ଷ୍ଟାର ପେସ ବୋଲର ଜଶପ୍ରୀତ ବୁମରା ଫିଟ ହେବାର ସୂଚନା ମିଳିଛି। ବିଶାଖାପଟ୍ଟନମରେ ଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜର 2ୟ ମ୍ୟାଚ ଖେଳିବ ଭାରତ। ପ୍ରାକ୍ଟିସ ସେସନରେ ବୁମରାଙ୍କୁ ଦେଖିବାକୁ ମିଳିଛି ।
![bumrah](https://etvbharatimages.akamaized.net/etvbharat/prod-images/5402207_nuu.jpg)
ବୁମରା କ୍ୟାପଟେନ କୋହଲି ଓ ରୋହିତ ଶର୍ମାଙ୍କୁ ବୋଲିଂ କରିଥିଲେ। ଏହାପରେ 3 ଶ୍ରେଷ୍ଠ ବ୍ୟାଟ୍ସମ୍ୟାନଙ୍କୁ ବୋଲିଂ କରିବା ସହଜ ନୁହେଁ ବୋଲି କହିଛନ୍ତି । ବୁମରାଙ୍କ ଦଳକୁ ଫେରିବା ନେଇ ଟିମ ମ୍ୟାନେଜମେଣ୍ଟ ପକ୍ଷରୁ କୌଣସି ଅଫିସିଆଲ ଘୋଷଣା ହୋଇନାହିଁ। ଆଗାମୀ ଶ୍ରୀଲଙ୍କା କିମ୍ବା ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ବୁମରା ଦଳକୁ ପ୍ରତ୍ୟାବର୍ତ୍ତନ କରିବାନେଇ ସମ୍ଭାବନା ରହିଛି।
![bumrah](https://etvbharatimages.akamaized.net/etvbharat/prod-images/5402207_bum.jpg)