ETV Bharat / sports

IND vs WI 3ୟ ଟି-20: ଟିମ ଇଣ୍ଡିଆ ପାଇଁ କର ବା ମର ପରିସ୍ଥିତି - india vs West Indies 3rd T20

ଆଜି ଘରୋଇ ଟି-20 ସିରିଜର ଡିସାଇଡର ମ୍ୟାଚ । 2ୟ ମ୍ୟାଚରେ 8 ୱିକେଟ ପରାଜୟର ବଦଲା ନେବାକୁ ତୟାର ଟିମ ଇଣ୍ଡିଆ । ସ୍ଥାନୀୟ ୱାଙ୍ଖଡେ ଷ୍ଟାଡିୟମରେ ସଂନ୍ଧ୍ୟା 7ଟାରେ ଖେଳାଯିବ ଏହି ମ୍ୟାଚ ।

India vs West Indies 3rd T20I: do or die sitiution for india
IND vs WI 3ୟ ଟି-20
author img

By

Published : Dec 11, 2019, 10:30 AM IST

Updated : Dec 11, 2019, 2:11 PM IST

ମୁମ୍ବାଇ: ଆଜି(ବୁଧବାର) ୱେଷ୍ଟଇଣ୍ଡିଜ ବିପକ୍ଷରେ ଘରୋଇ ଟି-20 ସିରିଜର ଡିସାଇଡର ମ୍ୟାଚ । 2ୟ ମ୍ୟାଚରେ 8 ୱିକେଟ ପରାଜୟର ବଦଲା ନେବାକୁ ତୟାର ଟିମ ଇଣ୍ଡିଆ । ସ୍ଥାନୀୟ ୱାଙ୍ଖଡେ ଷ୍ଟାଡିୟମରେ ସଂନ୍ଧ୍ୟା 7ଟାରେ ଖେଳାଯିବ ଏହି ମ୍ୟାଚ ।

2ୟ ମ୍ୟାଚରେ ବୋର୍ଡରେ ଲାଗିଥିଲା 170 ସ୍କୋର । ଡିଫେଣ୍ଡ କରୁଥିଲେ ବିରାଟଙ୍କ ୟଙ୍ଗ କୋ । ହେଲେ ସବୁ ମାରିଲେ ଫେଲ । ୟଙ୍ଗ ବୋଲଙ୍କ ଫ୍ଲପ ସୋ ସିରିଜକୁ କରିଦେଲା ଟାଇ । ଗୋଟିଏ ପରେ ଗୋଟିଏ ମିସ ଫିଲ୍ଡ ଓ ଇଣ୍ଡିଜ ବ୍ୟାଟ୍ସମ୍ୟାନ ପାୱାରା ହିଟିଂରେ ଚିତ୍‌ପଟାଙ୍ଗ ହେଲା ଘରୋଇ ଦଳ । ୱାଙ୍ଖଡେ ମୈଦାନ ଯାଏଁ ଟାଣି ହୋଇ ଆସିଲା ସିରିଜର ଡିସାଇଡର ମ୍ୟାଚ । ଏବେ କର ବା ମର ପରିସ୍ଥିତି । ଟେଷ୍ଟ କିଙ୍ଗ୍‌ ଟିମ ଇଣ୍ଡିଆ ପାଇଁ ଏବେ ବିଗ ଚାଲେଞ୍ଜ । ବିଶ୍ବକପ ଟି-20 ପୂର୍ବରୁ ବିରାଟ ବାହୀନି ପ୍ରସ୍ତୁତି ଉପରେ ବଡ ପ୍ରଶ୍ନ ।

ଟିମ ଇଣ୍ଡିଆ ପାଇଁ କର ବା ମର ପରିସ୍ଥିତି

ୱାଙ୍ଖଡେ ଗ୍ରାଉଣ୍ଡରେ ଟିମ ଇଣ୍ଡିଆର ଟି-20 ରେକର୍ଡ ସେତେଟା ଖାସ ରହିନି । ସେପଟେ ଆଇପିଏଲର ମୁମ୍ବାଇ ବୟ ପୋଲାର୍ଡଙ୍କ ହୋମ ଗ୍ରାଉଣ୍ଡ ୱାଙ୍ଖଡେ । ତେଣୁ ଆଜିର ଟକ୍କର ଇଣ୍ଡିଜ କ୍ୟାପ୍ଟେନ ପୋଲାର୍ଡ ଓ ଭାରତୀୟ ବୋଲରଙ୍କ ମଧ୍ୟରେ ହେବ । ତେବେ ଯଦି ଭାରତୀୟ ଏକଦଶ କଥା ଦେଖିବା ଯୁବ ବୋଲର ୱାଶିଂଟନ୍ ସୁନ୍ଦର ଆଉଟ୍ ଅଫ୍ ଫର୍ମରେ ରହିଛନ୍ତି । ସେହିପରି ୱିକେଟ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତଙ୍କ ଖରାପ ୱିକେଟ କିପିଂ ଦଳର ମୁଣ୍ଡ ବିନ୍ଧା କରାଣ ସାଜିଛି । ଏପରି ସ୍ଥିତିରେ ଆଜି ମ୍ୟାଚ ପାଇଁ କଣ ହେବ ଭାରତୀୟ ଏକାଦଶ ତାହା ଉପରେ ସମସ୍ତଙ୍କ ନଜର ।

  • ଭାରତୀୟ ଦଳ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ଲୋକେଶ ରାହୁଲ, ରିଷଭ ପନ୍ତ, ମନୀଷ ପାଣ୍ଡେ, ଶ୍ରେୟାସ ଆୟାର, ଶିବମ୍‌ ଦୁବେ, ରବୀନ୍ଦ୍ର ଜାଡେଜା, ଓ୍ବାଶିଂଟନ ସୁନ୍ଦର, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଦୀପକ ଚହର, ଭୁବନେଶ୍ୱର କୁମାର, ମହମ୍ମଦ ସାମି ଓ ସଞ୍ଜୁ ସାମସନ।
  • ଓ୍ବେଷ୍ଟଇଣ୍ଡିଜ୍‌ ଦଳ: କିରନ ପୋଲାର୍ଡ (ଅଧିନାୟକ), ଫାବିଆନ ଆଲେନ, ବ୍ରାଣ୍ଡନ କିଙ୍ଗ୍‌, ଦୀନେଶ ରାମଦୀନ, ଶେଲ୍‌ଡନ କଟ୍ରେଲ, ଏଭିନ ଲୁଇସ୍‌, ଶେରଫାନ ରଦରଫୋର୍ଡ, ସିମରନ ହେଟମେର, ଖାରି ପିଏର, ଲେଣ୍ଡେଲ ସିମନ୍ସ, ଜାସନ ହୋଲ୍ଡର, ହେଡେନ ଓ୍ବାଲ୍ସ ଜୁନିୟର, କିମୋ ପଲ ଓ କେରସିକ ଓ୍ବିଲିୟମ୍ସ।

Intro:Body:

testing

Conclusion:
Last Updated : Dec 11, 2019, 2:11 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.