ETV Bharat / sports

ଚମକିଲେ ମଧ୍ୟକ୍ରମ, ୱେଷ୍ଟଇଣ୍ଡିଜକୁ 288 ରନର ବିଜୟ ଲକ୍ଷ୍ୟ ଦେଲା ଭାରତ

ଭାରତ ବନାମ ୱେଷ୍ଟଇଣ୍ଡିଜ ପ୍ରଥମ ଦିନିକିଆ ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି 287 ରନ କରିଛି। ଫଳରେ ୱେଷ୍ଟଇଣ୍ଡିଜ ସାମ୍ନାରେ 288 ରନର ବିଜୟ ଲକ୍ଷ୍ୟ ରହିଛି। ଅଧିକ ପଢନ୍ତୁ...

author img

By

Published : Dec 15, 2019, 6:14 PM IST

Updated : Dec 15, 2019, 7:11 PM IST

ୱେଷ୍ଟଇଣ୍ଡିଜକୁ ବିଜୟ ଲକ୍ଷ୍ୟ
ୱେଷ୍ଟଇଣ୍ଡିଜକୁ ବିଜୟ ଲକ୍ଷ୍ୟ

ଚେନ୍ନାଇ: ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ଏମ ଏ ଚିଦାମ୍ବରମ ଷ୍ଟାଡିୟମରେ ପ୍ରଥମ ମ୍ୟାଚ ଖେଳାଯାଉଛି। ଆମନ୍ତ୍ରଣ ପାଇ ପ୍ରଥମ ବ୍ୟାଟିଂ କରିଥିଲା ଘରୋଇ ଭାରତ। ନିର୍ଧାରିତ 50 ଓଭରରେ 8 ୱିକେଟ ହରାଇ 287 ରନ ସଂଗ୍ରହ କରିଛି ବିରାଟ ବାହୀନି । ଫଳରେ ୱେଷ୍ଟଇଣ୍ଡିଜ ସାମ୍ନାରେ ବିଜୟ ଲକ୍ଷ୍ୟ 288 ରହିଛି ।

ଭାରତ ପକ୍ଷରୁ ୱିକେଟ କିପର ଋଷଭ ପନ୍ତ ସର୍ବାଧିକ 71 ରନର ଇଂନିସରେ ଖେଳିଛନ୍ତି । ଏହାପରେ ଶ୍ରେୟସ ଆୟର 70 ରନର ଅର୍ଦ୍ଧଶତକୀୟ ଇଂନିସ ଖେଳିଛନ୍ତି । ପନ୍ତ 69 ବଲରୁ 7 ଚୌକା ଓ 2 ଛକା ସହ ଦମଦାର 71 ରନର କରି ଆଉଟ ହୋଇଥିଲେ । ଶ୍ରେୟସ ଆୟର 88 ବଲରୁ 7 ଚକା ଓ ଗୋଟିଏ ଛକା ସହ 70 ରନ କରି ଆଉଟ ହୋଇଥିଲେ । ଉଭୟଙ୍କ ମଧ୍ୟରେ 114 ରନର ଶତକୀୟ ଭାଗିଦାରୀ ହୋଇଥିଲା । ଫଳରେ ଭାରତ ଏକ ଲଢୁଆ ସ୍କୋର କରିପାରିଛି ।

India Vs West Indies 1st ODI
ଶ୍ରେୟସ ଆୟର -ଋଷଭ ପନ୍ତ

ନିୟମିତ ଓପନର ଶିଖର ଧାୱନଙ୍କ ଅନୁପସ୍ଥିତିରେ ରୋହିତ ଶର୍ମାଙ୍କ ସହ ଲୋକେଶ ରାହୁଲ ଓପନିଂ କରିଥିଲେ । ଭାରତର ସ୍କୋର 21 ଥିବାବେଳେ ରାହୁଲ ମାତ୍ର 6 ରନ କରି ଆଉଟ ହୋଇଥିଲେ । ଏହାପରେ କ୍ୟାପଟେନ କୋହଲି ମଧ୍ୟ ଶୀଘ୍ର ଆଉଟ ହୋଇଥିଲେ। ରୋହିତ ଶର୍ମାଙ୍କ ୱିକେଟ 80 ରନ ମଧ୍ୟରେ ହରାଇ ଭାରତ ସଂକଟରେ ପଡିଥିଲା । ଶିବମ ଦୁବେ ଭାରତ ପକ୍ଷରୁ ଦିନିକିଆ ଡେବ୍ୟୁ ମ୍ୟାଚରେ 9 ରନ କରି ଆଉଟ ହୋଇଛନ୍ତି ।

Intro:Body:

BLANK FOR LINK 

Conclusion:
Last Updated : Dec 15, 2019, 7:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.