ETV Bharat / sports

3ୟ ଟି-20: ଶ୍ରୀଲଙ୍କାକୁ 202ରନର ଟାର୍ଗଟେ ଦେଲା ଭାରତ

ଭ୍ରମଣକାରୀ ଶ୍ରୀଲଙ୍କା ଦଳକୁ କର ବା ମର ମ୍ୟାଚରେ ସିରିଜ ବରାବର କରିବା ପାଇଁ 202ରନ କରିବାକୁ ପଡିବ।

india-vs-sri-lanka-3rd-t20i-202-target-for-sri-lanka-win
3ୟ ଟି-20
author img

By

Published : Jan 10, 2020, 9:06 PM IST

Updated : Jan 10, 2020, 10:30 PM IST

ପୁଣେ: ଆଜି ଶ୍ରୀଲଙ୍କା ବିପକ୍ଷ ଘରୋଇ ଟି-20 ସିରିଜରେ ଅନ୍ତିମ ମ୍ୟାଚ । ଟସ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଘରୋଇ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ 6 ୱିକେଟ ହାରାଇ 201ରନ କରିଛି। ଫଳରେ ଭ୍ରମଣକାରୀ ଶ୍ରୀଲଙ୍କା ଦଳକୁ କର ବା ମର ମ୍ୟାଚରେ ସିରିଜ ବରାବର କରିବା ପାଇଁ 202ରନ କରିବାକୁ ପଡିବ।

ଆଜିର ମ୍ୟାଚରେ ଦେଖିବାକୁ ମିଳିଛି ଭାରତୀୟ ଦଳର ନୂଆ ରଣନୀତି । ଆଷ୍ଟ୍ରେଲିଆରେ ହେବାକୁଥିବା ଆଗାମୀ ଟି-20 ବିଶ୍ବକପ ପାଇଁ ବେଞ୍ଜଷ୍ଟ୍ରେଙ୍ଗ୍ଥ ପରୀକ୍ଷା କରିବାକୁ ଯାଇ ଯୁବ ଖେଳାଳିଙ୍କୁ ଅପର୍‌ ଅର୍ଡରେ ବ୍ୟାଟିଂ କରିବାକୁ ସୁଯୋଗ ଦେଇଥିଲେ ଅଧିନାୟକ କୋହଲି । ଅନ୍ୟପଟେ ଓପନିଂ ଯୋଡି ରାହୁଲ-ଧୱନ ଭାରତକୁ ଭଲ ଆରମ୍ଭ ଦେଇଥିଲେ । ଦୁହେଁ ପ୍ରଥମ ୱିକେଟ ପାଇଁ 97ରନ ଯୋଡିଥିଲେ । ରାହୁଲ(54) ଓ ଶିଖର(52) କରି ଆଉଟ ହୋଇଥିଲେ ।

ପରେ ବହୁ ପ୍ରତୀକ୍ଷାର ଅନ୍ତ ପରେ ମୈଦାନକୁ ଓହ୍ଲାଇବାକୁ ସୁଯୋଗ ମିଳିଥିବା ଯୁବ ୱିକେଟ କିପର ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ କିନ୍ତୁ ପ୍ରଥମ ମ୍ୟାଚରେ ଫେଲ ମାରିଥିଲେ । ମାତ୍ର 6 ରନ କରି ସେ ପାଭିଲିଅନ ଫେରିଥିଲେ । ପରେ ମନୀଷ ପାଣ୍ଡେ ଆୟାର ଓ ବିରାଟଙ୍କ ସହ ମିଶି ବ୍ୟକ୍ତିଗତ 31ରନର ପାଳି ଖେଲିଥିଲେ । ବିରାଟ(26), ଆୟାର(4)ରନ କରି ଆଉଟ ହୋଇଥିଲେ। ସେହିପରି ଯୁବ ବୋଲର ଶ୍ରାର୍ଦ୍ଧୁଳ ଠାକୁର 8 ବଲରୁ ଦ୍ରୁତ 22ରନ ଖେଳି ଅପରାଜିତ ରହିଛନ୍ତି।

ଭ୍ରମଣକାରୀ ଶ୍ରୀଲଙ୍କା ପକ୍ଷରୁ ଲକସନ ସାନଦାକାନ ସର୍ବାଧିକ 3ଟି ଓ ୱାନିନ୍ଦୁ ହସରଙ୍ଗା, ଲାହିରୁ କୁମାରା ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି।

Intro:Body:

BLANK FOR LINK 

Conclusion:
Last Updated : Jan 10, 2020, 10:30 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.