ETV Bharat / sports

ସେହ୍ବାଗ-ସଚିନଙ୍କ କ୍ଲବରେ ସାମିଲ ହେବେ କୋହଲି - Sachin Tendulkar

ସଚିନ, ସେହ୍ୱାଗ ଓ ଡ୍ରାଭିଡ୍ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟରେ ଏକ ହଜାରରୁ ଅଧିକ ରନ୍ କରିଛନ୍ତି । ତେବେ କୋହଲି ଏହି ମାଇଲଖୁଣ୍ଟରୁ ୨୪୨ ରନ୍ ପଛରେ ରହିଛନ୍ତି ।

ସେହ୍ବାଗ-ସଚିନଙ୍କ କ୍ଲବରେ ସାମିଲ ହେବେ କୋହଲି
author img

By

Published : Oct 1, 2019, 10:49 PM IST

ବିଶାଖାପାଟନମ୍‌: ବୁଧବାରଠରୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଟେଷ୍ଟ ଶୃଙ୍ଖଳାର ପ୍ରଥମ ଟେଷ୍ଟ ମ୍ୟାଚ ଆରମ୍ଭ ହେବ । କୋହଲିଙ୍କ କ୍ୟାପ୍ଟେନସିପରେ ସ୍ଥାନୀୟ ୱାଇ ଏସ ଚନ୍ଦ୍ରଶେଖର ଷ୍ଟାଡିୟମକୁ ଓହ୍ଲାଇବ ଘରୋଇ ଦଳ । ତେବେ ବିରାଟଙ୍କ ପାଖରେ ସଚିନ, ସେହ୍ୱାଗ ଓ ରାହୁଲଙ୍କ ଡ୍ରାଭିଡଙ୍କ ଏଲିଟ୍ କ୍ଲବରେ ସାମିଲ୍ ହେବାର ସୁଯୋଗ ରହିଛି ।

ସଚିନ, ସେହ୍ୱାଗ ଓ ଡ୍ରାଭିଡ୍ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟରେ ଏକ ହଜାରରୁ ଅଧିକ ରନ୍ କରିଛନ୍ତି । ତେବେ କୋହଲି ଏହି ମାଇଲଖୁଣ୍ଟରୁ ୨୪୨ ରନ୍ ପଛରେ ରହିଛନ୍ତି । କୋହଲି ଦକ୍ଷିଣ ଆଫ୍ରିକା ବିପକ୍ଷରେ ୯ଟି ଟେଷ୍ଟ ଖେଳି ୧୬ ଇନିଂସରେ ୪୭.୩୭ ହାରରେ ୭୫୮ ରନ୍ କରିଛନ୍ତି । ଏଥିରେ ସାମିଲ ଅଛି ୨ ଶତକ ଓ ୩ ଅର୍ଦ୍ଧଶତକ । ତେବେ ଯଦି କୋହଲି ୨୪୨ ରନ୍ କରି ନିଅନ୍ତି, ତାହେଲେ ସେ ଚତୁର୍ଥ ଭାରତୀୟ ବ୍ୟାଟ୍ସମ୍ୟାନ୍ ଭାବେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏକ ହଜାରରୁ ଅଧିକ ସଂଗ୍ରହକାରୀ ବ୍ୟାଟ୍ସମ୍ୟାନ୍ ହେବେ ।

ତେବେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲରକର ଦକ୍ଷିଣ ଆଫ୍ରିକା ବିପକ୍ଷରେ ୨୫ ଟେଷ୍ଟ ଖେଳି ୧୭୪୧ ରନ୍ କରିଛନ୍ତି । ସେହିପରି ସେହ୍ୱାଗ ୧୫ ଟେଷ୍ଟରୁ ୧୩୦୬ ରନ୍, ଡ୍ରାଭିଡ୍ ୨୧ ଟେଷ୍ଟରୁ ୧୨୫୨ ରନ୍ କରିଛନ୍ତି ।

Intro:Body:

uuu

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.