ETV Bharat / sports

ରାଞ୍ଚି ଟେଷ୍ଟ: ଉମେଶଙ୍କ ବାଉନ୍ସରରେ ଏଲଗର ଆହତ - ରାଞ୍ଚି ଟେଷ୍ଟ ଏଲଗର ଆହତ

ଉମେଶ ଯାଦବଙ୍କ ଘାତକ ବାଉନ୍ସରରେ ଆହତ ହୋଇ ଦକ୍ଷିଣ ଆଫ୍ରିକା ଦଳରୁ ବାଦ ପଡିଲେ ଡିନ ଏଲଗର ।

ଫଟୋ ସୌଜନ୍ୟ: twitter@BCCI
author img

By

Published : Oct 21, 2019, 8:15 PM IST

ରାଞ୍ଚି: 3ୟ ମ୍ୟାଚ ବିଶିଷ୍ଟ ଭାରତ ବିପକ୍ଷ ଟେଷ୍ଟ ସିରିଜରେ ବିନା ବିଜୟରେ ଦକ୍ଷିଣ ଆଫ୍ରିକା ଯାତ୍ରା ଶେଷ ହେବାକୁ ଯାଉଛି । ପ୍ରଥମ 2ଟି ଟେଷ୍ଟରେ ଭାରତ ବିଜୟୀ ହୋଇ ଆଗୁଆ ସିରିଜ ହାତେଇ ସାରିଛି । ତେବେ ରାଞ୍ଚି ଟେଷ୍ଟର ଆହୁରି 2ଦିନ ଖେଳ ବାକି ଥିବା ବେଳେ, ଦକ୍ଷିଣ ଆଫ୍ରିକାକୁ ବଡ ଝଟକା ଲାଗିଛି ।

Dean Elgar Ruled Out
ଫଟୋ ସୌଜନ୍ୟ: twitter@OfficialCSA

ସିରିଜରେ ଦଳ ପକ୍ଷରୁ ଏକମାତ୍ର ଶତକ ହାସଲକାରୀ ଖେଳାଳି ଆହତ ହୋଇ ବାଦ ପଡିଛନ୍ତି । 3ୟ ଦିନ ଖେଳରେ ଚାପାନ ବିରତିର କିଛି ସମୟ ପୂର୍ବରୁ ଉମେଶ ଯାଦବଙ୍କ ଏକ ଘାତକ ବାଉନ୍ସର ଏଲଗରଙ୍କ ହେଲମେଟରେ ଲାଗିଥିଲା । ଫଳରେ ତଳେ ପଡିଯାଇଥିଲେ ଏଲଗର ।

ଆଇସିସିର ନୂଆ ନୀୟମ ଅନୁଯାୟୀ ମ୍ୟାଚ ସମୟରେ କୌଣସି ଖେଳାଳି ଆହତ ହେଲେ ଅଧା ମ୍ୟାଚରୁ ଅନ୍ୟ ଖେଳାଳି ତାଙ୍କ ସ୍ଥାନ ନେଇପାରିବେ । ଫଳରେ ଏଲଗରଙ୍କ ବଦଳ ଖେଳାଳି ଭାବେ ଥ୍ୟୁନିସ ଦି ବ୍ରୁନଙ୍କୁ ଦଳରେ ସାମିଲ କରାଯାଇଛି । ଏନେଇ କ୍ରିକେଟ ଦକ୍ଷିଣ ଆଫ୍ରିକା ପକ୍ଷରୁ ସୂଚନା ମିଳିଛି ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.