ବେଙ୍ଗାଲୁରୁ: ଚେଜିଂ ଗ୍ରାଉଣ୍ଡରେ ପ୍ରଥମ ବ୍ୟାଟିଂ କରିବା ବିରାଟଙ୍କୁ ପଡିଲା ମହଙ୍ଗା । 3ୟ ମ୍ୟାଚରେ ନିର୍ଦ୍ଧାରିତ 20 ଓଭରରେ 9 ୱିକେଟ ହରାଇ 134ରନ କରି ପାରଛି । ବିରାଟ, ରୋହିତ ଦୁଇ ଅଙ୍କ ଛୁଇଁ ପାରି ନଥିବା ବେଳେ ପୁଣିଥରେ ଯୁବ ବ୍ୟଟ୍ସମ୍ୟାନ ଋଷବ ପନ୍ତଙ୍କ ଉପରେ ଉଠିଛି ପ୍ରଶ୍ନ । ତେବେ ଅତିଥି ଦକ୍ଷିଣ ଆଫ୍ରିକା ଆଗରେ 135ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ଏବେ ସବୁ କିଛି ଭାରତୀୟ ଯୁବ ବୋଲିଂ ଲାଇନ ଅର୍ଡର ଉପରେ ନିର୍ଭର କରୁଛି ।
ତେବେ 20ବଲରୁ 19ରନ କରି ପୁଣିଥରେ ନିଜକୁ ବିପଦକୁ ଠେଲି ଦେଇଛନ୍ତି ପନ୍ତ । ସେହିପରି ଭାରତ ପକ୍ଷରୁ ଶିଖର ଧୱନ୍ ସର୍ବାଧିକ 36 ରନ୍ କରିଛନ୍ତି । ଦକ୍ଷିଣ ଆଫ୍ରିକାର ଦମଦାର ବୋଲିଂ ଆଗରେ ଭାରତ ନୈରାଶ୍ୟଜନକ ବ୍ୟାଟିଂ ପ୍ରଦର୍ଶନ କରିଛି ଘରୋଇ ଦଳ ।
ତେବେ 20ତମ ଓଭରରେ ମାତ୍ର 7 ରନ ଦେଇ 3 ୱିକେଟ ଅକ୍ତିଆର କରିଛନ୍ତି କାଶିଗୋ ରବଡା । ଏଥି ସହିତ ଏତିଥି ଦଳ ପକ୍ଷରୁ ଜର୍ନ ଫର୍ଟ୍ୟୁନ୍ ଓ ବ୍ୟୁରାନ୍ ହେଣ୍ଡ୍ରିକ୍ସ ଦୁଇଟି ଲେଖାଁଏ ୱିକେଟ ନେଇଛନ୍ତି ।