ETV Bharat / sports

ଭାରତ-ଦକ୍ଷିଣ ଆଫ୍ରିକା 2ୟ ଟେଷ୍ଟ: 601 ରନରେ ପାଳି ଘୋଷଣା କଲା ଭାରତ

2ୟ ଦିନରେ 5 ୱିକେଟ ବିନିମୟରେ ବିଶାଳ 601ରନ ସହ ପ୍ରଥମ ଇଂନିସର ପାଳି ଘୋଷଣା କରି ବିରାଟ ବାହିନୀ । ଅଧିକ ପଢନ୍ତୁ...

author img

By

Published : Oct 11, 2019, 4:39 PM IST

ଭାରତ-ଦକ୍ଷିଣ ଆଫ୍ରିକା 2ୟ ଟେଷ୍ଟ

ପୁନେ: ଏଠାରେ ଚାଲିଥିବା ଘରୋଇ ଶୃଙ୍ଖଳାର 2ୟ ଟେଷ୍ଟରେ ମଧ୍ୟ ଧମାକା କରିଛି ଘରୋଇ ଦଳ । 2ୟ ଦିନରେ 5 ୱିକେଟ ବିନିମୟରେ ବିଶାଳ 601ରନ ସହ ପ୍ରଥମ ଇଂନିସର ପାଳି ଘୋଷଣା କରିଛି ବିରାଟ ବାହିନୀ । ଭାରତୀୟ ପାଳିରେ ସାମିଲ ଅଛି କ୍ୟାପଟେନ କୋହଲିଙ୍କ ରେକର୍ଡ 254*ରନ ଓ ଓପନର ମୟଙ୍କ ଅଗ୍ରୱାଲଙ୍କ ଶତକୀୟ ପାଳି ।

ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ଘରୋଇ ଦଳ । ମାତ୍ର 2ୟ ଟେଷ୍ଟରେ ହିଟ୍‌ମ୍ୟାନ ରୋହିତ୍‌ ଶର୍ମା ଫେଲ ମାରିଥିଲେ । 35ବଲରୁ 14ରନ କରି ରାବାଡାଙ୍କ ଦ୍ବାରା ଆଉଟ ହୋଇଥିଲେ ରୋହିତ । ଅନ୍ୟତମ ଓପନର ମୟଙ୍କ ଅଗ୍ରୱାଲ କିନ୍ତୁ ଦମ ଦେଖାଇଥିଲେ । 195ବଲ ଖେଳି 108ରନର ଶକତୀୟ ପାଳି ଖେଳିଥିଲେ ମୟଙ୍କ । ପରେ ଆରମ୍ଭ ହୋଇଥିଲା କ୍ୟାପ୍ଟେନ କୋହଲିଙ୍କ ଧମାକା ।

କ୍ୟାପଟେନ୍ କୋହଲି କ୍ୟାରିୟରର ସର୍ବୋଚ୍ଚ ସ୍କୋର 254 (336 ବଲ୍, 33 ଚୌକା, 2 ଛକା) ରନ୍ କରି ଅପରାଜିତ ରହିଥିଲେ ।

ସେହିପରି ରବିନ୍ଦ୍ର ଜାଡେଜା 91 (104 ବଲ୍, 8 ଚୌକା, 2 ଛକା) ରନ୍ କରି ଆଉଟ୍ ହେବା ପରେ କୋହଲି ଇନିଂସ୍ ଘୋଷଣା କରିଥିଲେ । ଏହା ପୂର୍ବରୁ ଆଜିଙ୍କ୍ୟ ରାହାଣେ 59 ରନ୍ କରି ଆଉଟ୍ ହୋଇଥିଲେ ।

ଦକ୍ଷିଣ ଆଫ୍ରିକା ପକ୍ଷରୁ କାଗିସୋ ରବାଡା 3ଟି, କେଶବ ମହାରାଜ ଓ ସେନୁରାନ ମୁଥୁସ୍ୱାମୀ ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି ।

ତେବେ ମିଳିଥିବା ସୂଚନା ମୁତାବକ, ବର୍ତ୍ତମାନ 10 ଓଭରରେ ଦକ୍ଷିଣ ଆଫ୍ରିକା 33 ରନ କରି 3ଟି ଓ୍ବିକେଟ ହରାଇଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.