ETV Bharat / sports

ଦ୍ବିତୀୟ ଟି-20: ଧର୍ମଶାଳା ପରେ ଏବେ ମୋହାଲି ଉପରେ ନଜର

author img

By

Published : Sep 18, 2019, 7:02 AM IST

ଧୋଇଗଲା ଧର୍ମଶାଳା ଟି-20 । ଏବେ ମୋହାଲିରେ ହେବ ‘ମହାଭାରତ’ । ବିଶ୍ବକପ ଟି-20 ପାଇଁ ଆରମ୍ଭ ହେବ ବିରାଟ ଆଣ୍ଡ ୟଙ୍ଗ-କୋ' ର ଅଗ୍ନୀପରୀକ୍ଷା । ସେପଟେ ଯୁବ ଭାରତୀୟ ଦଳର ବ୍ୟାଟିଂ ଲାଇନ ଅର୍ଡରକୁ ଚକାମା ଦେବାକୁ ବି ତୟାର ଅନଭିଜ୍ଞ ଦକ୍ଷିଣ ଆଫ୍ରିକା ଦଳ ।

ଫଟୋ ସୌଜନ୍ୟ- ଇଟିଭି ଭାରତ

ମୋହାଲି: ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ସିରିଜର ପ୍ରଥମ ଟି-20 ଧୋଇଗଲା ପରେ ଏବେ 2ୟ ଟି-20 ଉପରେ ଭାରତୀୟ ଦଳର ନଜର । ଆଗାମୀ 13 ମାସ ପରେ ଅଷ୍ଟ୍ରେଲିଆରେ ହେବାକୁ ଯାଉଥିବା ଟି-20 ବିଶ୍ବକପ ପାଇଁ ପ୍ରସ୍ତୁତି ଆରମ୍ଭ କରିବ ବିରାଟ ଆଣ୍ଡ ୟଙ୍ଗ-କୋ' । ସେପଟେ ଯୁବ ଭାରତୀୟ ଦଳର ବ୍ୟାଟିଂ ଲାଇନ ଅର୍ଡରକୁ ଚକାମା ଦେବାକୁ ବି ତୟାର ଅନଭିଜ୍ଞ ଦକ୍ଷିଣ ଆଫ୍ରିକା ଦଳ ।

ଧର୍ମଶାଳାରେ ପରେ ଏବେ ମୋହାଲି ଟି-20 ଉପରେ ନଜର
after dharmasala team india fouce on Mohali T20
ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ପଞ୍ଜାବ କ୍ରିକେଟ ଆସୋସିଏସନର ମୋହାଲି ଗ୍ରାଉଣ୍ଡରେ ଆଜି (ବୁଧବାର) ଖେଳାଯିବା ସିରିଜର 2ୟ ଟି-20 ମ୍ୟାଚ । ସନ୍ଧ୍ୟା 7ଟା ଆରମ୍ଭ ହେବ ଲଢେଇ । ଘରୋଇ ସିଜିନରୁ ଦମଦାର ଆରମ୍ଭ କରି ବିଶ୍ବକପ ଟି-20 ପାଇଁ ପ୍ରସ୍ତୁତି ଚଳାଇବ ବିରାଟଙ୍କ ଯୁବ ସେନା । ସେପଟେ ଟି-20 ମାନ୍ୟତାରେ ସୁଧାର ପାଇଁ ବି ଦଳ ଜୋର ଲାଗାଇବ ।

ଆଇସିସି ଟି-20 ମାନ୍ୟତାରେ ବର୍ତ୍ତମାନ ଟିମ ଇଣ୍ଡିଆ 4ର୍ଥ ସ୍ଥାନରେ ରହିଛି । ଆଉ ଦକ୍ଷିଣ ଆଫ୍ରିକା 3ୟ ସ୍ଥାନରେ । ତେବେ ବାକିଥିବା ଦୁଇଟି ଟି-20 ମ୍ୟାଚକୁ ଜିତି 3ୟ ସ୍ଥାନକୁ ଉଠିବାକୁ ଚାହିଁବ ଭାରତୀୟ ଦଳ । ଯଦି ଦୁଇଟି ଯାକ ମ୍ୟାଚ ହାରିଯାଉଛି ତେବେ 5ମ ସ୍ଥାନକୁ ଖସିବ ବିରାଟ ସେନା । ଫଳରେ ଏହି ଚ୍ୟାଲେଞ୍ଜକୁ ମୁକାବିଲା ପାଇଁ ଜି ଜିନ ଲଗାଇ ଦେବ ବିରାଟଙ୍କ ୟଙ୍ଗ କୋ ।

ଅନ୍ୟପଟେ ମୋହାଲି ଗ୍ରାଉଣ୍ଡରେ ଭାରତୀୟ ଦଳର ରେକର୍ଡ ଦମଦାର ରହିଛି । ଦଳ ଖେଳିଥିବା ଦୁଇଟି ଟି-20ରୁ ଦୁଇଟି ଯାକ କବଜା କରିଛି । କିନ୍ତୁ ଏ ସବୁ ପରେ ବିରାଟ ସେନାର ଭାଗ୍ୟ ନିର୍ଭର କରୁଛି ଇନ୍ଦ୍ରଦେବଙ୍କ ଉପରେ । କାରଣ ଧର୍ମଶାଳ ପରି ମୋହଲିରେ ବର୍ଷା ହେଲେ ପୁଣିଥରେ ଟି-20 ବିଶ୍ବକପ ଅଭିଯାନର ଫସର ଫାଟିଯିବ ।

ଆସନ୍ତା ବର୍ଷ ଅଷ୍ଟ୍ରେଲିଆରେ ବିଶ୍ବକପ ଟି-20 ଲଢେଇ । ଆଗାମୀ 13 ମାସ ମଧ୍ୟରେ ଦଳ ଖେଳିବ ପାଖାପାଖି 20 ଟି-20 ମ୍ୟାଚ ଓ ଆଇପିଏଲ ସିଜିନ । ଦିନିକିଆ ବିଶ୍ବକପ ହାତରୁ ଗଲା ପରେ ଏବେ ବିରାଟଙ୍କ ଦକ୍ଷତା ଉପରେ ପ୍ରଶ୍ନ । ସେପଟେ ୟଙ୍ଗ କୋ-କୁ ସାଥିରେ ଧରି ପଡିଆକୁ ଓହ୍ଲାଉଛନ୍ତି ବିରାଟ । ଆଉ ଏହି 13 ମାସ ମଧ୍ୟରେ ଚୟନକର୍ତା, କୋଚ ଓ କୋହଲି ଦଳକୁ ନେଇ ଉଠିଥିବା ସମସ୍ତ ଅସମାହିତ ପ୍ରଶ୍ନର ଉତ୍ତର ଖୋଜିବେ ।

ତେବେ ଅଧିନାୟକ, ତାଙ୍କ ଡେପ୍ୟୁଟି ଓ ଦୁଇ ତିନି ଜଣ ସିନିୟର ଖେଳାଳିଙ୍କୁ ଛାଡିଦେଲେ ଦଳରେ ଅନ୍ୟ ସମସ୍ତେ ୟଙ୍ଗଷ୍ଟାର । ପରୀକ୍ଷା ହେବ ସେମାନଙ୍କର ଦକ୍ଷତା । ଧୋନିଙ୍କ ବିକଳ୍ପ ପନ୍ତ ଓ ପେସ ଲାଇନ-ଅପରେ ଦୀପକ ଚହର ଓ ନବଦୀପ୍‌ ସାଇନଙ୍କ ଉପରେ ରହିବ ନଜର । ସେହପରି ମଧ୍ୟକ୍ରମରେ ମନୀଷ ପାଣ୍ଡେ ଓ ଦିଲ୍ଲୀ କ୍ୟାପିଟଲ୍ସର ଅଧିନାୟକ ଶ୍ରେୟସ ଆୟାରଙ୍କ ମଧ୍ୟ ଦକ୍ଷତାର ହେବ ପରୀକ୍ଷା । ଅନ୍ୟପଟେ କୁଳ-ଚା ଯୋଡିର ବିକଳ୍ପ ସ୍ପିନ ଭାବେ ମଧ୍ୟ କିଏ ଉଭା ହେବେ ତାହା ମଧ୍ୟ ଭାରତୀୟ କ୍ରିକେଟ ଫ୍ୟାନ୍ସଙ୍କ ମନରେ ଅସମାହିତ ପ୍ରଶ୍ନ ।

  • ଭାରତୀୟ ସମ୍ଭାବ୍ୟ ଏକାଦଶ: ବିରାଟ କୋହଲି(ଅଧିନାୟକ), ରୋହିତ ଶର୍ମା, ଶିଖର ଧୱନ, ଶ୍ରେୟସ ଆୟର, ଋଷବ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, କୃଣାଲ ପାଣ୍ଡ୍ୟା, ରାହୁଲ ଚହର, ଦୀପକ ଚହର, ଖଲିଲ ଅହମ୍ମଦ ।
  • ଦକ୍ଷିଣ ଆଫ୍ରିକା ସମ୍ଭାବ୍ୟ ଏକାଦଶ: କ୍ବାଣ୍ଟିନ ଡି କକ୍‌(ଅଧିନାୟକ), ରାଶି ଭାନଡେର ଡିସେନ, ଟିମ୍ବା ଭୌମା, ଜୁନିୟର ଡାଲା, ବେରୁଅନ ହ୍ୟାଣ୍ଡିରକ୍‌, ଡେଭିଡ ମିଲର, ଅନ୍ଦିଲ ପେଲୁକାୱ, କାଶିଗୋ ରବଡା, ତାବ୍ରିଜ୍‌ ଶାମି, ବ୍ରୋଞ୍ଜ ଫରତୁନ ।

ବ୍ୟୁରୋ ଇନପୁଟ, ଇଟିଭି ଭାରତ

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.