ETV Bharat / sports

ବର୍ଷା ଯୋଗୁଁ ବାତିଲ ହେଲା ପ୍ରଥମ ଟି-20

ବର୍ଷା ଯୋଗୁଁ ବାତିଲ ହୋଇଛି ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟି-20 ମ୍ୟାଚ ।

author img

By

Published : Sep 15, 2019, 8:52 PM IST

Updated : Sep 15, 2019, 10:21 PM IST

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ଧର୍ମଶାଳା: ଯାହା ଆଶଙ୍କା କରାଯାଉଥିଲା, ତାହା ଶେଷରେ ଘଟିଛି । ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟି-20 ମ୍ୟାଚ ବର୍ଷାରେ ଧୋଇଯାଇଛି । ପ୍ରବଳ ବର୍ଷା ଯୋଗୁଁ ପ୍ରଥମେ ଟସରେ ବିଳମ୍ବ ହୋଇଥିଲା । ପରେ ବର୍ଷା ଲାଗି ରହିବାରୁ ବିନା କୌଣସି ବଲ ନ ପଡି ମ୍ୟାଚକୁ ବାତିଲ କରିଛନ୍ତି କର୍ତ୍ତୃପକ୍ଷ । ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏସନର ଧର୍ମଶାଳା ଗ୍ରାଉଣ୍ଡରେ ଖେଳାଯିବାର ଥିଲା ଏହି ମ୍ୟାଚ ।

ତେବେ ସିରିଜର 2ୟ ମ୍ୟାଚ ଆସନ୍ତା ୧୮ ତାରିଖରେ ମୋହାଲି ଖେଳାଯିବ । ସେହିପରି 3ୟ ମ୍ୟାଚ 22ତାରିଖ ବେଙ୍ଗାଲୁରୁରେ ଖେଳାଯିବ ।

ଉଲ୍ଲେଖଥାଉ କି, ଗତକାଲିଠାରୁ ସ୍ଥାନୀୟ ଅଞ୍ଚଳରେ ବର୍ଷା ହୋଇଥିଲା । ସେହିପରି ଆଜି ଅପରାହ୍ନରୁ ମଧ୍ୟ ବର୍ଷା ଲାଗି ରହିଥିଲା । ମ୍ୟାଚ୍ ବାତିଲ ହେବା ଦ୍ୱାରା ପ୍ରଶଂସକ ଖୁବ୍ ନିରାଶ ହୋଇଛନ୍ତି ।

Intro:Body:

BLANK

Conclusion:
Last Updated : Sep 15, 2019, 10:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.