ନୂଆଦିଲ୍ଲୀ: କ୍ରିକେଟ ଇତିହାସରେ ଏମିତି ମ୍ୟାଚ ଅଛି ଯାହା ରେକର୍ଡ ସଂଖ୍ୟକ ଦର୍ଶକ ଦେଖିଛନ୍ତି । ତେବେ ଏହି ମ୍ୟାଚଟି ହେଉଛି ଚଳିତ ବର୍ଷର ଭାରତ-ପାକିସ୍ତାନ ବିଶ୍ବକପ ଲିଗ ମ୍ୟାଚ । ଏହି ମ୍ୟାଚ କ୍ରିକେଟ ପ୍ରସାରଣର ସବୁ ରେକର୍ଡ ଭାଙ୍ଗିଛି । ଷ୍ଟାଡିୟମରେ ଦର୍ଶକ ସଂଖ୍ୟା ପରେ ଟିଭି ଓ ଇଣ୍ଟରନେଟ ପ୍ରସାରଣରେ ରେକର୍ଡ ସଂଖ୍ୟକ ଦର୍ଶକ ଦେଖିଥିଲେ ଏହି ମ୍ୟାଚ । ତେବେ ଏନେଇ ଆଇସିସି ଆଜି ତଥ୍ୟ ପ୍ରକାଶ କରିଛି ।
ତେବେ ଆଇସିସିର ଏହି ଟୁର୍ଣ୍ଣାମେଣ୍ଟକୁ ସାରା ବିଶ୍ବରେ 1.6 ବିଲିୟନ ଲୋକେ ଦେଖିଛନ୍ତି । ଯେଉଁଥିରେ କେବଳ ଭାରତ-ପାକିସ୍ତାନ ମ୍ୟାଚକୁ 273 ମିଲିଅନ ଲୋକେ ଦେଖିଛନ୍ତି । ଯାହା ଟେଲିଭିଜନ ଇତିହାସର ସବୁ ରେକର୍ଡ ଭାଙ୍ଗିଛି । ସେହିପରି ଭାରତ-ନ୍ୟୁଜିଲାଣ୍ଡ ସେମିଫାଇନାଲ ମ୍ୟାଚକୁ 25.3 ମିଲିଅନ ଲୋକେ ଲାଇଭ ଦେଖିଛନ୍ତି ।
ଅନ୍ୟପଟେ ଆଇସିସିର ଏହି ଇଭେଣ୍ଟକୁ ପ୍ରାୟ 20 ହଜାରୁ ଅଧିକ ଘଣ୍ଟା ଲୋକେ ଲାଇଭ, ରିପିଟ୍ ଓ ହାଇଲାଇଟ୍ସ ଦେଖିଛନ୍ତି । ଯାହାକୁ 25 ହଜାର ବ୍ରଡକାଷ୍ଟ ପାର୍ଟନର 200ରୁ ଅଧିକ ଅଞ୍ଚଳରେ ପ୍ରସାରଣ କରିଥିଲେ ।