ମାଉଣ୍ଟ ମାଉଙ୍ଗାନୁଇ: ନ୍ୟୁଜିଲାଣ୍ଡ ବିପକ୍ଷ 3ୟ ଦିନିକିଆରେ ଭାରତର ବ୍ୟାଟିଂ ଜାରି ରହିଛି । ତେବେ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ଟିମ ଭାରତୀୟ ଦଳ । ମାତ୍ର 62 ରନ ମଧ୍ୟରେ 3 ଭାରତୀୟ ଟପଅର୍ଡର ବ୍ୟାଟ୍ସମ୍ୟାନ ଆଉଟ ହୋଇ ପ୍ୟାଭିଲିୟନ ଫେରିଛନ୍ତି ।
କ୍ୟାପଟେନ କୋହଲି ମାତ୍ର 9, ମୟଙ୍କ ଅଗ୍ରୱାଲ 1 ରନ କରି ଆଉଟ ହୋଇଛନ୍ତି । ଅନ୍ୟତମ ଓପନର ପୃଥ୍ବୀ ଶ ଦୁର୍ଭାଗ୍ୟଜନକ ଭାବେ 40 ରନରେ ରନ ଆଉଟ ହୋଇଛନ୍ତି । 15 ଓଭର ସୁଦ୍ଧା ଟିମ ଇଣ୍ଡିଆର ସ୍କୋର 83/3 ରହିଛି । ପରେ ଲୋକେଶ ରାହୁଲ ଓ ଶ୍ରେୟସ ଆୟର ବ୍ୟାଟିଂ ଭାରତୀୟ ଇଂନିସକୁ ସମ୍ଭାଳିବା ସହ ବ୍ୟାଟିଂ ଜାରି ରଖିଛନ୍ତି ।