ETV Bharat / sports

ପ୍ରଥମ ଦିବାରାତ୍ର ଟେଷ୍ଟ: ଡ୍ରାଇଭର ସିଟରେ ବିରାଟ ବାହିନୀ

ଐତିହାସିକ ଇଡେନ ଗାର୍ଡେନ ଭାରତୀୟ ଦଳର ଆଉ ଏକ ସ୍ମରଣୀୟ ବିଜୟର ମୁକସାକ୍ଷୀ ହୋଇପାରେ । ଭାରତ-ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଦିବାରାତ୍ର ଟେଷ୍ଟରେ ବିଜୟ ଆଡକୁ ଅଗ୍ରସର ହୋଇଛି ବିରାଟ ବାହୀନି ।

author img

By

Published : Nov 23, 2019, 7:37 PM IST

ବିରାଟ ବାହୀନି

କୋଲକାତା: ଐତିହାସିକ ଇଡେନ ଗାର୍ଡେନ ଭାରତୀୟ ଦଳର ଆଉଏକ ସ୍ମରଣୀୟ ବିଜୟର ମୁକସାକ୍ଷୀ ହୋଇପାରେ । ଭାରତ-ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଦିବାରାତ୍ର ଟେଷ୍ଟରେ ବିଜୟ ଆଡକୁ ଅଗ୍ରସର ହୋଇଛି ବିରାଟ ବାହିନୀ । ପ୍ରଥମ ଇଂନିସରେ ବାଂଲାଦେଶ ଇଂନିସକୁ ମାତ୍ର 106 ରନରେ ସମାପ୍ତ କରିଥିଲେ ଭାରତୀୟ ବୋଲର ।

ଆଶ୍ଚର୍ଯ୍ୟଜନକ ଭାବେ ମାତ୍ର 31 ଓଭର ଖେଳିପାରିଥିଲା ଭ୍ରମଣକାରୀ ବାଂଲାଦେଶ । କ୍ୟାପଟେନ ମୋମିନୁଲଙ୍କ ସମେତ ପ୍ରମୁଖ 3 ବ୍ୟାଟ୍ସମ୍ୟାନ ମୁସଫିକର ରହିମ, ମହମ୍ମଦ ମିଥୁନ ଖାତା ଖୋଲି ପାରିନଥିଲେ । ଦଳର 9ଜଣ ବ୍ୟାଟ୍ସମ୍ୟାନ 2ଅଙ୍କ ସ୍କୋର ଛୁଇଁ ପାରିନଥିଲେ । ହାଉସଫୁଲ ଇଡେନ ଗାର୍ଡେନରେ ପିଙ୍କ ବଲରେ ଭାରତୀୟ ବୋଲରଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ଅଭିଜ୍ଞ ଇଶାନ୍ତ ସର୍ବାଧିକ 5 ଉମେଶ ଯାଦବ 3 ଓ ମହମ୍ମଦ ସାମି 2ଟି ୱିକେଟ ନେଇଥିଲେ ।

ଜବାବରେ ଭାରତ କୋହଲିଙ୍କ ଶତକ ଓ ପୂଜାରା-ରାହାଣେଙ୍କ ଅର୍ଧଶତକ ବଳରେ 347 ରନ କରି ପ୍ରଥମ ଇଂନିସ ଘୋଷଣା କରିଛି । ପରେ ବାଂଲାଦେଶ 2ୟ ଇଂନିସରେ ପୁନର୍ବାର ବ୍ୟାଟିଂ ବିପର୍ଯ୍ୟର ସମ୍ମୁଖୀନ ହୋଇଛି । କ୍ୟାପଟେନ ମୋମିନୁଲ ପୁଣିଥରେ ନିରାଶ କରି ଶୂନରେ ଆଉଟ ହୋଇଛନ୍ତି । ଟପ ଅର୍ଡରର 4 ବ୍ୟାଟ୍ସମ୍ୟାନଙ୍କ ୱିକେଟ ହରାଇ ସଂକଟରେ ପଡିଯାଇଛି ଅନଭିଜ୍ଞ ଯୁବ ବାଂଲାଦେଶ ଦଳ ।

ଭାରତର ପ୍ରଥମ ଇଂନିସ ସ୍କୋର ଠାରୁ 150ରୁ ଅଧିକ ରନ ପଛରେ ରହିଛି ବାଂଲାଦେଶ । ତେବେ ପ୍ରଥମ ଦିବାରାତ୍ର ଟେଷ୍ଟ ବିଜୟ ଠାରୁ ମାତ୍ର 6 ୱିକେଟ ଦୂରରେ ରହିଛି ଭାରତ । ଭାରତର ଶକ୍ତିଶାଳୀ ପେସ ଆଟାକର ପ୍ରଦର୍ଶନ ଦେଖିଲେ ବିଜୟ ବେଶୀ ଦୂର ନୁହେଁ ବୋଲି ଚର୍ଚ୍ଚା ହେଉଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.