ETV Bharat / sports

ପିଙ୍କ ବଲ ଟେଷ୍ଟ: ଇଶାନ୍ତଙ୍କ 5 ୱିକେଟ ହଲ, ପ୍ରଥମ ଦିନ ଅଧାରୁ ବାଂଲାଦେଶ ଅଲଆଉଟ - India vs Bangladesh

30.3 ଓଭରର ଖେଳରେ ମାତ୍ର 106ରନ କରି ସମସ୍ତ ୱିକେଟ ହରାଇଛି ଅତିଥି ଦଳ । ଫଳରେ ଫ୍ଲଡଲାଇଟରୁ ପିଙ୍କ ବଲରେ ବ୍ୟାଟିଂ ଆରମ୍ଭ କରିଛି ଘରୋଇ ଟିମ ଇଣ୍ଡିଆ ।

ପିଙ୍କ ବଲ ଟେଷ୍ଟ
author img

By

Published : Nov 22, 2019, 5:11 PM IST

କୋଲକାତା: ରେଡ, ହ୍ୱାଇଟ ପରେ ପିଙ୍କ୍‌ ବଲରେ ମଧ୍ୟ ଭାରତୀୟ ପେସ ଆଟାକର କମାଲ । ଏଠାରେ ଚାଲିଥିବା ଗୋଲାପୀ ବଲରେ ଇଶାନ୍ତ ଶର୍ମାଙ୍କ ପ୍ରଥମ 5 ୱିକେଟ ହଲ ବଳରେ ପ୍ରଥମ ଦିନର ଅଧାରୁ ଅଲଆଉଟ ହୋଇଛି ଭ୍ରାମଣକାରୀ ବାଂଲାଦେଶ ଟିମ । 30.3 ଓଭରର ଖେଳରେ ମାତ୍ର 106ରନ କରି ସମସ୍ତ ୱିକେଟ ହରାଇଛି ଅତିଥି ଦଳ । ଫଳରେ ଫ୍ଲଡଲାଇଟରୁ ପିଙ୍କ ବଲରେ ବ୍ୟାଟିଂ ଆରମ୍ଭ କରିଛି ଘରୋଇ ଟିମ ଇଣ୍ଡିଆ । ଦଳ ପକ୍ଷରୁ ରୋହିତ ଶର୍ମା ଓ ମୟଙ୍କ ଅଗ୍ରାୱାଲ ଓପନିଂ ପାଇଁ ଆସିଛନ୍ତି ।

ପିଙ୍କ ବଲ ଟେଷ୍ଟ
Ishant 5 wicket

ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଅତିଥି ବାଂଲାଦେଶ ପ୍ରଥମ ଦିନ ଖେଳର ଲଞ୍ଚ ବ୍ରେକ ପୂର୍ବରୁ ବ୍ୟାକଫୁଟକୁ ଚାଲିଯାଇଥିଲା । ଲଞ୍ଚ ବ୍ରେକ ସୁଦ୍ଧା 21.4 ଓଭରରେ 6 ୱିକେଟ ହରାଇ ମାତ୍ର 73 ରନ୍‌ କରିଥିଲା ଅତିଥି ଦଳ । ଓପନର ଶାଦମାନ ଇସଲାମ 29 ରନ୍‌ କରିଥିବାବେଳେ ଅଧିନାୟକ ମୋମିନୁଲ ହକ୍‌, ମହମ୍ମଦ ମିଥୁନ ଓ ଅଭିଜ୍ଞ ମୁଶିଫକର ରହିମ ଖାତା ଖୋଲି ନ ପାରି ଆଉଟ୍‌ ହୋଇଥିଲେ । ଲଞ୍ଚ ବ୍ରେକ ସୁଦ୍ଧା ଲିଟନ ଦାସ 24ରନ କରିଥିବା ବେଳେ ରିଟାଏର୍ଡ ହର୍ଟ ହୋଇ ପାଭେଲିଅନ ଫେରିଥିଲ । ପରେ ପରେ ଇବାଦତ୍‌ ହୋସାନି(1) ଓ ନିଇମ ହାସନ(19) ମଧ୍ୟ ପ୍ରଭାବହୀନ ବ୍ୟାଟିଂର ପ୍ରଦର୍ଶନ କରିଥିଲେ ।

ଭାରତୀୟ ଦଳ ପକ୍ଷରୁ ଇଶାନ୍ତାଙ୍କ 5 ୱିକେଟ ହଲ ବ୍ୟତିତ, ଉମେଶ ଯାଦବ 3ଟି ଓ ମହମ୍ମଦ ଶାମି ଦୁଇଟି ୱିକେଟ ଅକ୍ତିଆର କରିଛନ୍ତି । ତେବେ ରବିନ୍ଦ୍ର ଜାଡେଜା ଏକମାତ୍ର ସ୍ପିନ ଭାବେ ମାତ୍ର ଗୋଟିଏ ଓଭର ବୋଲିଂ କରିଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.