ETV Bharat / sports

ଭାରତ-ବାଂଲାଦେଶ ମ୍ୟାଚରେ ବାଧା ସାଜିବ କି ବାୟୁ ପ୍ରଦୂଷଣ !

author img

By

Published : Oct 27, 2019, 12:48 PM IST

Updated : Oct 27, 2019, 1:14 PM IST

ଆସନ୍ତା ନଭେମ୍ବର 3ରେ ଭାରତ-ବାଂଲାଦେଶ ମଧ୍ୟରେ ଦିଲ୍ଲୀ ଗ୍ରାଉଣ୍ଡରେ ଟି-20 ମ୍ୟାଚ ଖେଳାଯିବ ।  ତେବେ ଦିଲ୍ଲୀ ବାୟୁ ପ୍ରଦୂଷଣ ମ୍ୟାଚକୁ ପ୍ରଭାବିତ କରିପାରେ ବୋଲି ଆଶଙ୍କା ।

india vs bangladesh:

ନୂଆଦିଲ୍ଲୀ: ଦେଶର ରାଜଧାନୀରେ ବାୟୁର ଗୁଣବତ୍ତା ଅତ୍ୟନ୍ତ ନିମ୍ନମାନର । ତେବେ ଆସନ୍ତା ନଭେମ୍ବର 3ରେ ଭାରତ-ବାଂଲାଦେଶ ମଧ୍ୟରେ ଦିଲ୍ଲୀ ଗ୍ରାଉଣ୍ଡରେ ଟି-20 ମ୍ୟାଚ ଖେଳାଯିବ । ତେବେ ଆଶଙ୍କା ଅଛି ଯେ, ଦିଲ୍ଲୀ ବାୟୁ ପ୍ରଦୂଷଣ ମ୍ୟାଚକୁ ପ୍ରଭାବିତ କରିପାରେ ।

ସୂଚନାଥାଉକି, 2017 ମସିହାରେ ଫିରୋଜଶାହା ଗ୍ରାଉଣ୍ଡରେ ଭାରତ-ଶ୍ରୀଲଙ୍କା ମଧ୍ୟରେ ଟେଷ୍ଟ ମ୍ୟାଚକୁ ପ୍ରଭାବିତ କରିଥିଲା ବାୟୁ ପ୍ରଦୂଷଣ । ସେହି ମ୍ୟାଚରେ ଶ୍ରୀଲଙ୍କା ଖେଳାଳି ମାସ୍କ ପିନ୍ଧି ଗ୍ରାଉଣ୍ଡକୁ ଓହ୍ଲାଇଥିଲେ । ଏଥିସହ ଅତିଥି ଟିମ୍‌ର କିଛି ଖେଳାଳି ଅସୁସ୍ଥ ହୋଇଯାଇଥିଲେ ।

ବିସିସିଆଇ ଓ ଦିଲ୍ଲୀ କ୍ରିକେଟ ସଂଘ ଅଧିକାରୀଙ୍କ ମତରେ ବାୟୁ ପ୍ରଦୂଷଣ ଆମମାନଙ୍କର ହାତରେ ନାହିଁ । ଆଶା ଅଛି ମ୍ୟାଚ ବେଳକୁ ସ୍ଥିତି ନିୟନ୍ତ୍ରଣ ଥିବ । କାରଣ ଦୀପାବଳିର ସପ୍ତାହେ ପରେ ମ୍ୟାଚ ଅଛି ।

ଗତ ଗୁରୁବାର ଦିନ ଦିଲ୍ଲୀ ବାୟୁର ଗୁଣବତ୍ତା ମାନଙ୍କ 357 ଆସିଥିଲା । ଯାହା ବାୟୁର ଗୁଣବତ୍ତା ଅତ୍ୟନ୍ତ ନିମ୍ନମାନର ବୋଲି ଦର୍ଶାଉଛି ।

Intro:Body:

BLANK FOR LINK 

Conclusion:
Last Updated : Oct 27, 2019, 1:14 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.