ETV Bharat / sports

ନାଗପୁର ନିର୍ଣ୍ଣାୟକ: ପନ୍ତଙ୍କ ଉପରେ ଖପ୍ପା ଫ୍ୟାନ୍ସ, ସଞ୍ଜୁ ସାମସନଙ୍କୁ ସମର୍ଥନ - Rishabh pant

ଲଗାତାର ସିରିଜରେ ଖରାପ ପ୍ରଦର୍ଶନ କରି ଆସୁଛନ୍ତି ପନ୍ତ । ପନ୍ତଙ୍କ ସ୍ଥାନରେ ସଞ୍ଜୁ ସାମସନଙ୍କୁ ଖେଳାଇବା ନେଇ ଜୋରଦାର ଦାବି ।

ନାଗପୁର ଟି-20
author img

By

Published : Nov 10, 2019, 6:28 PM IST

କଟକ: ଆଜି ନାଗପୁରରେ ନିର୍ଣ୍ଣାୟକ ଲଢେଇ । ଋଷବ ପନ୍ତଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର । ଲଗାତାର ସିରିଜରେ ଖରାପ ପ୍ରଦର୍ଶନ କରି ଆସୁଛନ୍ତି ପନ୍ତ । ପନ୍ତଙ୍କ ସ୍ଥାନରେ ସଞ୍ଜୁ ସାମସନଙ୍କୁ ଖେଳାଇବା ନେଇ ଜୋରଦାର ଦାବି ।

ପନ୍ତଙ୍କ ଉପରେ ଖପ୍ପା ଫ୍ୟାନ୍ସ

ନାଗପୁରରେ ଆଜି ଭାରତ-ବାଂଲାଦେଶ ଟି20 ସିରିଜର 3ୟ ଟି20 ମ୍ୟାଚ ଖେଳାଯିବ । 1-1ରେ ସିରିଜ ବରାବର ଥିବା ବେଳେ 3ୟ ଟି20କୁ ଜିତି ଉଭୟ ଦଳ ସିରିଜ ବିଜୟ ଲକ୍ଷ୍ୟରେ ରହିଛନ୍ତି । ଏହା ଭିତରେ ଭାରତୀୟ ଦଳରେ ଚର୍ଚ୍ଚିତ ଚେହେରା ରହିଛନ୍ତି ୱିକେଟକିପର ବ୍ୟାଟ୍ସମ୍ୟାନ ଋଷବ ପନ୍ତ । ସିରିଜରେ ଲାଗାତାର ଖରାପ ପ୍ରଦର୍ଶନ ସତ୍ତ୍ବେ ତାଙ୍କୁ କଣ ପାଇଁ ଏକାଦଶରେ ସାମିଲ କରାଯାଉଛି ବୋଲି ପ୍ରଶ୍ନ କରିଛନ୍ତି କ୍ରିକେଟ ପ୍ରେମୀ ।

ପ୍ରଥମ ମ୍ୟାଚରେ ପନ୍ତ 27 ରନ କରିଥିବା ବେଳେ 2ୟ ମ୍ୟାଚରେ ବ୍ୟାଟିଂ ପାଇ ନଥିଲେ । ଅନ୍ୟପଟେ 2ୟ ମ୍ୟାଚରେ ଖରାପ ୱିକେଟ କିପିଂ ପାଇଁ ମଧ୍ୟ ଟ୍ରୋଲର ଶୀକାର ହୋଇଥିଲେ ପନ୍ତ । ତେବେ ଦେଖିବାକୁ ବାକି ରହିଲା, ଦଳରେ ପନ୍ତ ଯାତ୍ରା କେବେ ଶେଷ ହେଉଛି ।

ବ୍ୟୁରୋ ଇନପୁଟ ସହ କଟକରୁ ପ୍ରଭୁକଲ୍ୟାଣ ପାଲଙ୍କ ରିପୋର୍ଟ, ଇଟିଭି ଭାରତ

Intro:କଟକ: କର ଵା ମର ସ୍ଥିତି ରେ ଇଣ୍ଡିଆ ଓ ବାଂଲାଦେଶ । ଆଜି ନାଗପୁର ରେ ଖେଳାଜିବ ନିର୍ଣ୍ଣାୟକ ଟି-୨୦ । ଯେଉଁଥିରେ ଟିମ ଇଣ୍ଡିଆ ପାଇଁ ରହିବ ବଡ଼ ଚ୍ୟାଲେଞ୍ଜ । କାରଣ ଯୁବ ବାଂଲାଦେଶୀ ଟିମ ପ୍ରଥମ ମ୍ୟାଚ ରେ ଯେଉଁ ପରି ଭାବରେ ଟିମ ଇଣ୍ଡିଆ କୁ ପରାଜୟ ର ସ୍ୱାଦ ଚଖାଇଥିଲା ତାହା କେବେ ଭୁଲି ହେବନି ।

ତଥାପି ଦ୍ୱିତୀୟ ମ୍ୟାଚ ରେ ରୋହିତ ଶର୍ମା ଙ୍କ ଦମଦାର ପାଳି ଯୋଗୁ ଟିମ ଇଣ୍ଡିଆ ସିରିଜ ବରାବର କରିଥିଲା । କିନ୍ତୁ ଆଜିର ମ୍ୟାଚ ବେଶ ରୋମାଞ୍ଚକର ହେବ । କାରଣ ଗୋଟେପଟେ ଅଭିଜ୍ଞ ଭାରତୀୟ ଦଳ ଅନ୍ୟପଟେ ଯୁବ ବାଂଲାଦେଶୀ ଖେଳାଳି । ଉଭୟ ଦଳ ଏହି ମ୍ୟାଚ କୁ ଜିତିବା ପାଇଁ ଚେଷ୍ଟା କରିବେ କିନ୍ତୁ ଭାରତ ପକ୍ଷ ରେ ମ୍ୟାଚ ରହିବ ବୋଲି କହିଛନ୍ତି କ୍ରିକେଟ ପ୍ରେମି ।

ଏହାସହିତ ଟସ ର ଭୂମିକା ଏତେ ବି ଗୁରୁତ୍ୱ ରହିବନି । କାରଣ ଭାରତ ନାଗପୁର ରେ ଅନେକ ବଡ଼ ମ୍ୟାଚ ଖେଳି ସାରିଛି । ଆଜିର ମ୍ୟାଚ କୁ ମଧ୍ୟ ହାଲୁକା ଭାବେ ନେବନି ଭାରତ । ତେବେ ଏହି ପ୍ରରିପ୍ରେକ୍ଷୀ ରେ ଭାରତ ସିରିଜ କବଜା କରିବାର ଆଶା ରହିଛି ।

ଅନ୍ୟପଟେ ରିସବ ପନ୍ତ କୁ ନେଇ ଆଲୋଚନା ପର୍ଯ୍ୟାଲୋଚନା ଜାରି ରହିଛି । କାରଣ ସେ ଅନେକ ମ୍ୟାଚ ଖେଳିଥିଲେ ସୁଧା ଅଖି ଦୃଷ୍ଟିଆ ପାଳି ଖେଳିବାରେ ଅସମର୍ଥ ହୋଇଛନ୍ତି । ଯଦି ତାଙ୍କ ସ୍ଥାନରେ ସଞ୍ଜୁ ସାମସନ କୁ ଦଳରେ ନିଆଜାଆନ୍ତା ତେବେ ଦଳ ଆହୃରି ମଜଭୁତ ହୁଅନ୍ତା।

Body:ବାଇଟ: ଫ୍ୟାନ୍ସ
ବାଇଟ: ଫ୍ୟାନ୍ସ

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.