ETV Bharat / sports

27 ହଜାର ଦର୍ଶକ ଦେଖିବେ ଭାରତ ବନାମ ଅଷ୍ଟ୍ରେଲିଆ ଦିବା-ରାତ୍ର ଟେଷ୍ଟ

author img

By

Published : Nov 10, 2020, 11:00 PM IST

ଡିସେମ୍ବର 17ରୁ ଏଡିଲେଡ ଠାରେ ଖେଳାଯିବାକୁ ଥିବା ଭାରତ ବନାମ ଅଷ୍ଟ୍ରେଲିଆ ପ୍ରଥମ ଦିବା-ରାତ୍ର ଟେଷ୍ଟକୁ ଦେଖିବାକୁ ଆସିବେ 27 ହଜାର ଦର୍ଶକ । ଅଧିକ ପଢ଼ନ୍ତୁ...

India vs Australia, India vs Australia Day-Night Test, 27,000 spectators will watch India vs Australia Day-Night Test, ଭାରତ ବନାମ ଅଷ୍ଟ୍ରେଲିଆ ଦିବା-ରାତ୍ର ଟେଷ୍ଟ, ଦିବା-ରାତ୍ର ଟେଷ୍ଟ ଦେଖିବେ 27 ହଜାର ଦର୍ଶକ
27 ହଜାର ଦର୍ଶକ ଦେଖିବେ ଭାରତ ବନାମ ଅଷ୍ଟ୍ରେଲିଆ ଦିବା-ରାତ୍ର ଟେଷ୍ଟ

ସିଡନି: କ୍ରିକେଟ ଅଷ୍ଟ୍ରେଲିଆ ମଙ୍ଗଳବାର ଘୋଷଣା କରିଛି ଯେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଏଡିଲେଡ ଓଭାଲ ଗ୍ରାଉଣ୍ଡରେ ଖେଳାଯିବାକୁ ଥିବା ଦିବା-ରାତ୍ର ଟେଷ୍ଟକୁ ଦେଖିବା ପାଇଁ 27000 ଦର୍ଶକଙ୍କୁ ଅନୁମତି ମିଳିଛି । ଏଡିଲେଡ ଓଭାଲରେ 50 ପ୍ରତିଶତ ଦର୍ଶକଙ୍କୁ ମ୍ୟାଚ ଦେଖିବାକୁ ଅନୁମତି ଦିଆଯାଇଛି । ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ପ୍ରଥମ କରି ଦିବା-ରାତ୍ର ଟେଷ୍ଟ ମ୍ୟାଚ 17 ଡିସେମ୍ବରରେ ଖେଳାଯିବ ।

କୋରୋନା ମହାମାରୀ ଯୋଗୁଁ ସମସ୍ତ କ୍ରିକେଟ ମ୍ୟାଚ ଖାଲି ଷ୍ଟାଡିୟମରେ ଜୈବ ସୁରକ୍ଷିତ ବଳୟରେ ଖେଳାଯାଉଛି । ଆଇପିଏଲ ମଧ୍ୟ ଦୁବାଇରେ ବିନା ଦର୍ଶକରେ ଖେଳାଯାଇଛି । ତେବେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ଟେଷ୍ଟ ସିରିଜରେ ଷ୍ଟାଡିୟମକୁ ଫେରିବେ ଦର୍ଶକ ।

ନଭେମ୍ବର 27ରୁ ଭାରତ ବନାମ ଅଷ୍ଟ୍ରେଲିଆ ସିରିଜ ଆରମ୍ଭ ହେବ । ଭାରତ ଅଷ୍ଟ୍ରେଲିଆ ସହ 3ଟି ଦିନିକିଆ, 3ଟି ଟି-20 ଓ 4ଟି ଟେଷ୍ଟ ମ୍ୟାଚ ଖେଳିବା ନେଇ ସ୍ଥିର ହୋଇଛି ।

50 ପ୍ରତିଶତ ଦର୍ଶକଙ୍କୁ ଏଡିଲେଡ ଓଭାଲରେ ମ୍ୟାଚ ଦେଖିବାକୁ ଅନୁମତି ମିଳିଛି । ଦିବା-ରାତ୍ର ଟେଷ୍ଟ ପାଇଁ 27 ହଜାର ଟିକେଟ ଉପଲବ୍ଧ ଥିବା ନେଇ cricket.com.au ରିପୋର୍ଟ କରିଛି ।

ତେବେ ଅଧିନାୟକ ବିରାଟ କୋହଲି କେବଳ ପ୍ରଥମ ଟେଷ୍ଟ ମ୍ୟାଚ ଖେଳି ତାଙ୍କ ପ୍ରଥମ ସନ୍ତାନ ଜନ୍ମ ପାଇଁ ପତ୍ନୀ ଅନୁଷ୍କାଙ୍କ ପାଖକୁ ଭାରତ ଫେରି ଆସିବେ ।

ଭାରତ ବନାମ ଅଷ୍ଟ୍ରେଲିଆ ପ୍ରଥମ ଟେଷ୍ଟ ଡିସେମ୍ବର 17ରୁ ଏଡିଲେଡ ଠାରେ ଖେଳାଯିବ । ଦ୍ବିତୀୟ ଟେଷ୍ଟ ମେଲବର୍ଣ୍ଣ ଠାରେ 26 ଡିସେମ୍ବରରେ ଖେଳାଯିବାକୁ ଥିବା ବେଳେ ତୃତୀୟ ଟେଷ୍ଟ ଜାନୁଆରୀ 7ରେ ସିଡନି ଠାରେ ଓ ଚତୁର୍ଥ ତଥା ଅନ୍ତିମ ଟେଷ୍ଟ ବ୍ରିସବେସ ଠାରେ ଖେଳାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.