ନୂଆଦିଲ୍ଲୀ: ଦିଲ୍ଲୀର ଫିରୋଜ ଶାହା କୋଟଲା ଷ୍ଟାଡିୟମରେ ଖେଳାଯିବ ସିରିଜର ଅନ୍ତିମ ତଥା ନିର୍ଣ୍ଣାୟକ ମ୍ୟାଚ । ବିଶ୍ବକପ ପୂର୍ବରୁ ବିରାଟ ସେନା ପାଇଁ ଏହି ମ୍ୟାଚ ବନିବ ବିରାଟ୍ ଚ୍ୟାଲେଞ୍ଜ । ସିରିଜ ସ୍ଥିତି 2-2ରେ ବରାବର ରହିସାରିଛି । ତେଣୁ ଶେଷ ମ୍ୟାଚ ଜିତି ସିରିଜକୁ ହାତେଇବାକୁ ଚାହିଁବ ଘରୋଇ ଦଳ । ମାତ୍ର ଏହି କାରଣଟି ଭାରତ ପାଇଁ ସାଜିଛି କାଳ ।
ସେ କାରଣଟି ହେଲା "ଡ୍ୟୁ ଫ୍ୟାକ୍ଟର" । ଯାହାକି ମୋହାଲି ଦିନିକିଆରେ ରିଷ୍ଟ ସ୍ପିନରଙ୍କ ପାଇଁ ସାଜିଥିଲା କାଳ । ଆଉ ଆଜି ବି ତାହାର ପୁନାରାବୃତି ହୋଇପାରେ । ଡ୍ୟୁ ଅର୍ଥାତ କାକର । କାରର ପଡିଲେ ରିଷ୍ଟି ସ୍ପିନରଙ୍କ ବୋଲିଂ ଆଟାକ ଫେଲ ମାରିଥାଏ । ବଲ ଟର୍ଣ୍ଣ ହୋଇ ନଥାଏ । ଯାହା ଦ୍ବାରା ବ୍ୟାଟ୍ସମ୍ୟାନ ବୋଲଙ୍କ ବଲକୁ ବୁଝିପାରି ଅତି ସହଜରେ ବଡ ବଡ ସଟ ମାରିଥାନ୍ତି । ଯାହାକି ମୋହାଲି ଦିନିକିଆରେ ଦେଖିବାକୁ ମିଳିଥିଲା ।
ସେହିପରି ରିପୋର୍ଟ ମୁତାବକ ଆଜି ଦିଲ୍ଲୀରେ ମଧ୍ୟ ପାଗ ମେଘୁଆ ରହିବ । ଫଳରେ ସଂଧ୍ୟାରେ କାକର ପଡିବାର ସମ୍ଭାବନା ବହୁତ ଅଧିକ ରହିଛି । ତେଣୁ ଘରୋଇ ଦଳ ଯଦି ସଂଧ୍ୟା ସମୟରେ ବୋଲିଂ କରୁଛି । ତେବେ ମୋହାଲି ଭଳି ପରିସ୍ଥିତି ମଧ୍ୟ କୋଟଲାରେ ଦେଖିବାକୁ ମିଳିବ । ସ୍ଫିନଙ୍କୁ ପୁଣି ଥରେ ଧୁମ ଧୋଇବେ କଙ୍ଗାରୁ ବ୍ୟାଟ୍ସମ୍ୟାନ ।
ତେଣୁ ମ୍ୟାଚକୁ ହାତେଇବାକୁ ହେଲେ ଟସ୍ ଜିତି ପ୍ରଥମ ବୋଲିଂ କରିବାକୁ ପଡିବ ଘରୋଇ ଦଳକୁ ।