ETV Bharat / sports

ଦ୍ବିତୀୟ ଟି-20: ଇଣ୍ଡିଜ୍‌ ସାମ୍ନାରେ 168ରନର ବିଜୟ ଲକ୍ଷ୍ୟ, ପୁଣି ପନ୍ତ ଫେଲ

author img

By

Published : Aug 4, 2019, 10:00 PM IST

ନିର୍ଦ୍ଧାରିତ ଓଭରରେ 5 ୱିକେଟ ହରାଇ 167ରନ କରିଛି ଅତିଥି ଭାରତ ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ଫ୍ଲୋରିଡା: ପ୍ରଥମ ମ୍ୟାଚ ପରେ 2ୟ ମ୍ୟାଚରେ କମାଲ ଦେଖାଇଛନ୍ତି ହିଟମ୍ୟାନ । ଛକାରେ ରେକର୍ଡ ରଚିବା ସହ 51 ବଲରେ 67ରନର ଲମ୍ବା ପାଳି ଖେଳିଛନ୍ତି ରୋହିତ । ମାତ୍ର ସାଥି ଓପନର ଶିଖର ଧୱନ ପୁଣି ଏକ ବଡ ସ୍କୋର କରିବାରୁ ଫେଲ ମାରିଛନ୍ତି । ନିର୍ଦ୍ଧାରିତ ଓଭରରେ 5 ୱିକେଟ ହରାଇ 167ରନ କରିଛି ଅତିଥି ଭାରତ ।

ତେବେ 23 ବଲରୁ 28ରନ କରିଥିବା ଅଧିନାୟକ କୋହଲି କର୍ଟେଲଙ୍କ ବଲରେ ଆଉଟ ହୋଇ ପାଭେଲିଅନ ଫେରିଛନ୍ତି । ସେହିପରି ମଧ୍ୟକ୍ରମରେ ଯୁବ ୱିକେଟ କିପର ବ୍ୟାଟ୍ସମ୍ୟାନ ଋଷବ ପନ୍ତ ଫେଲ ମାରିଛନ୍ତି । 5 ବଲ ଖେଳି 4ରନ କରିଛନ୍ତି ପନ୍ତ । ମନୀଷ ପାଣ୍ଡେ 6ରନ କରିଥିବା ବେଳେ କୃଣାଲ ପାଣ୍ଡ୍ୟା ଓ ରବୀନ୍ଦ୍ର ଜାଡେୟା ଯଥାକ୍ରମେ 20 ଓ 9ରନ କରି କ୍ରିଜରେ ଅପରାଜିତ ରହିଛନ୍ତି ।

ଘରୋଇ ଦଳ ପକ୍ଷରୁ ଓସାନ ଥୋମାସ ଓ ସେଲଡନ କଟନିଲ 2ଟି ଲେଖାଏଁ ୱିକେଟ ନେଇଛନ୍ତି ।

Intro:Body:

test

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.