ETV Bharat / sports

ପ୍ରଥମ ଟେଷ୍ଟ: 297ରେ ଶେଷ ଭାରତର ପ୍ରଥମ ପାଳି, ଟପ ଅର୍ଡର ଫେଲ - ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ବର ପୂଜାରା

ଭାରତୀୟ ଦଳ ନିଜର ପ୍ରଥମ ପାଳିରେ 297ରନ ଅଲଆଉଟ୍‌ ହୋଇଯାଇଛି । ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ବର ପୂଜାରା ଓ କ୍ୟାପ୍ଟେନ କୋହିଲ ଦୁଇ ଅଙ୍କ ଛୁଇଁପାରି ନାହାଁନ୍ତି ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ
author img

By

Published : Aug 23, 2019, 11:31 PM IST

ଆଣ୍ଟିଗୁଆ: ଇଣ୍ଡିଜ୍‌ ଗସ୍ତର ପ୍ରଥମ ଟେଷ୍ଟ ମ୍ୟାଚରେ ଫେଲ ମାରିଛି ଭାରତୀୟ ଦଳର ଟପ ଅର୍ଡର । ଯୁବ ମୟଙ୍କ ଅଗ୍ରୱାଲ ଓ ଲୋକେଶ ରାହୁଲଙ୍କ ଯୋଡି ପ୍ରଥମ ୱିକଟେରେ ମାତ୍ର 5 ରନ ଯୋଡି ପାରିଥିଲେ । ସେହିପରି ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ବର ପୂଜାରା ଓ କ୍ୟାପ୍ଟେନ କୋହିଲ ଦୁଇ ଅଙ୍କଛୁଇଁ ପାରି ନାହାଁନ୍ତି । ଭାରତୀୟ ଦଳ ନିଜର ପ୍ରଥମ ପାଳିରେ 297ରନ ଅଲଆଉଟ୍‌ ହୋଇଯାଇଛି ।

ସେହିପରି ଶତକ କରିବାରୁ ବଞ୍ଚିତ ହୋଇଛନ୍ତି ଆଜିଙ୍କ୍ୟ ରାହାଣେ । 163 ବଲରେ 10ଟି ଚୌକା ସହ 81ରନର ପାଳି ଖେଳିଛନ୍ତି ରାହାଣେ । ଅନ୍ୟପଟେ ପୁଣିଥରେ ଚମକିଛନ୍ତି ରାଜପୁତ୍‌ ରବୀନ୍ଦ୍ର ଜାଡେଯା । ଶେଷ ଭାଗରେ ଭାରତୀୟ ପାଳିକୁ ସମ୍ଭାଳିବା ସହିତ 112 ବଲରୁ 58ରନ ସଂଗ୍ରହ କରିଛନ୍ତି । ୱେଷ୍ଟଇଣ୍ଡଜ୍‌ ପକ୍ଷରୁ ସର୍ବଧିକ 4ଟି ୱିକେଟ ହାତେଇଛନ୍ତି କେମାର ରୋଚ୍‌ । ସେହପରି ସାନୋନ ଗ୍ରାବିଏଲ 3ଟି ଜେସନ ହୋଲ୍ଡର 1ଟି ଓ ରୋଷ୍ଟେନ ଚେଜ୍‌ 2ଟି ୱିକେଟ ହାତେଇଛନ୍ତି ।

Intro:Body:

PRABHU

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.