ETV Bharat / sports

ସିଡନୀ ଟେଷ୍ଟ, 4ର୍ଥ ଦିନ: ଭାରତ 98/2

author img

By

Published : Jan 10, 2021, 1:57 PM IST

4ର୍ଥ ଦିନ ଖେଳ ଶେଷ ସୁଦ୍ଧା ଟିମ ଇଣ୍ଡିଆ 2ୟ ଇଂନିସରେ ଦୁଇ ୱିକେଟ ହରାଇ 98ରନ ସଂଗ୍ରହ କରିଛି । ତେବେ ଅନ୍ତିମ ଦିନରେ ଭାରତକୁ ଜିତିବାକୁ ପାଇଁ 308ରନ୍‌ର ଆବଶ୍ୟକତା ରହିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର..

ସିଡନୀ ଟେଷ୍ଟ, 4ର୍ଥ ଦିନ: ଭାରତ 98/2
ସିଡନୀ ଟେଷ୍ଟ, 4ର୍ଥ ଦିନ: ଭାରତ 98/2

ସିଡନୀ: ଅଷ୍ଟ୍ରେଲିଆର ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ତୃତୀୟ ଟେଷ୍ଟର 4ର୍ଥଦିନର ଖେଳ ସମାପ୍ତ ହୋଇଛି । ତେବେ 4ର୍ଥ ଦିନ ଖେଳ ଶେଷ ସୁଦ୍ଧା ଟିମ ଇଣ୍ଡିଆ 2ୟ ଇଂନିସରେ ଦୁଇ ୱିକେଟ ହରାଇ 98ରନ ସଂଗ୍ରହ କରିଛି ।

ତେବେ ଅନ୍ତିମ ଦିନରେ ଭାରତକୁ ଜିତିବାକୁ ପାଇଁ 308ରନ୍‌ର ଆବଶ୍ୟକତା ରହିଛି । ଓପନର ଶୁଭମନ ଗିଲ ଓ ରୋହିତ ଶର୍ମା ଟିମକୁ ଭଲ ଆରମ୍ଭ ଦେଇଥିଲେ । ଗିଲ 31 ଓ ରୋହିତ 52ରନ୍‌ ସଂଗ୍ରହ କରିଛନ୍ତି ।

ଆଜି ଦିନର ମ୍ୟାଚ ଶେଷ ସୁଦ୍ଧା ଅଧିନାୟକ ରହାଣେ (4) ଓ ପୂଜାରା(9) କ୍ରିଜରେ ରହିଥିଲେ ।

ତେବେ ପାଟ କମିନ୍ସ ଓ ଜୋସ ହେଜଲଉଡ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଛନ୍ତି ।

ଅଷ୍ଟ୍ରେଲିଆ ପ୍ରଥମ ଇଂନିସରେ 338ରନ୍‌ ସଂଗ୍ରହ କରିଥିଲେ । ଭାରତ ତା'ର ପ୍ରଥମ ପାଳିରେ 244ରନ୍‌ ହିଁ କରି ଅଲଆଉଟ ହୋଇଯାଇଥିଲା । 2ୟ ଇଂନିସରେ ଘରୋଇ ଦଳ 6ଓ୍ବିକେଟ ହରାଇ 312ରେ ପାଳି ଘୋଷଣା କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.