ETV Bharat / sports

ସିଡନୀ ଟେଷ୍ଟ: ଘରୋଇ ଦଳର 312ରେ ପାଳି ଘୋଷଣା

author img

By

Published : Jan 10, 2021, 12:14 PM IST

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ତୃତୀୟ ଟେଷ୍ଟର 4ର୍ଥ ଦିନରେ 312ରେ ପାଳି ଘୋଷଣା କରିଛି ଅଷ୍ଟ୍ରେଲିଆ । ଟି ବ୍ରେକ ପୂର୍ବରୁ ଦଳ 6 ଓ୍ବିକେଟ ହରାଇ 312ରନ ସଂଗ୍ରହ କରିଥିଲା । ପଢନ୍ତୁ ସମ୍ପୂର୍ଣ୍ଣ ଖବର..

ସିଡନୀ ଟେଷ୍ଟ: ଘରୋଇ ଦଳର  312ରେ ପାଳି ଘୋଷଣା
ସିଡନୀ ଟେଷ୍ଟ: ଘରୋଇ ଦଳର 312ରେ ପାଳି ଘୋଷଣା

ସିଡନୀ: ଅଷ୍ଟ୍ରେଲିଆର ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ତୃତୀୟ ଟେଷ୍ଟର 4ର୍ଥ ଦିନରେ 312ରେ ପାଳି ଘୋଷଣା କରିଛି ଅଷ୍ଟ୍ରେଲିଆ । ଟି ବ୍ରେକ ପୂର୍ବରୁ ଦଳ 6 ଓ୍ବିକେଟ ହରାଇ 312ରନ ସଂଗ୍ରହ କରିଥିଲା । ତେବେ ଭାରତରକୁ 407ର ବିଜୟଲକ୍ଷ୍ୟ ଦେଇଥିଲା ଘରୋଇ ଦଳ ।

ସୂଚନାଥାଉକି, 4ର୍ଥ ଦିନକେ ସ୍ମିଥ ଓ ଲାବୁସେନ କ୍ରିଜରେ ରହିଥିଲେ । ଲାବୁସେନ 73ରନ କରି ଆଉଟ ହୋଇଯାଇଥିଲେ । ଏହାପରେ ମାଥ୍ୟୁ ମାତ୍ର 4ରନ୍‌ କରି ସାଇନିଙ୍କ ବଲ୍‌ରେ ଆଉଟ ହୋଇଯାଇଥିଲେ । ସ୍ମିଥ ଅଶ୍ବିନଙ୍କ ବଲ୍‌ର ଶିକାର ହୋଇ 81ରନରେ ଆଉଟ ହୋଇଥିଲେ । ଗ୍ରୀନ 8ଚୌକା 4ଟି ଛକା ବଳରେ 84ରନ୍‌ କରି କ୍ୟାଚ ଆଉଟ ହୋଇଥିଲେ ।

4ର୍ଥ ଦିନରେ ସାଇନି 2ଟି ଓ୍ବିକେଟ ହାତେଇଥିଲେ । ସେହିପରି ଅଶ୍ବିନ ଓ ବୁମରା ଗୋଟିଏ ଲେଖାଏଁ ଓ୍ବିକେଟ ହାତେଇବାରେ ସଫଳ ହୋଇଥିଲେ ।

ଅନ୍ୟପଟେ ପୁଣି 4ର୍ଥ ଦିନ ମ୍ୟାଚରେ ଷ୍ଟାଡିୟମରେ ଅପ୍ରିତିକର ପରିସ୍ଥିତ ଦେଖିବାକୁ ମିଳିଥିଲା । ଟି ବ୍ରେକର କିଛି ସମୟ ପୂର୍ବେ ମହମ୍ମଦ ସିରାଜଙ୍କୁ ଦର୍ଶକମାନେ ଅପଶବ୍ଦ କହିଥିଲେ । ସିରାଜ ତୁରନ୍ତ ଅଧିନାୟକ ରହାଣେଙ୍କୁ ଏନେଇ ସୂଚନା ଦେଇଥିଲେ । ଅଧିନାୟକ ସ୍ଥିତର ଗମ୍ଭୀରତାକୁ ଦେଖି ଅମ୍ପାୟର ପଲ ରାଫେଲଙ୍କୁ ଏନେଇ କହିଥିଲେ । ପଲ୍‌ ମ୍ୟାଚ ରେଫରୀଙ୍କୁ ସୂଚନା ଦେବା ପରେ ସୁରକ୍ଷାକର୍ମୀମାନେ ଉକ୍ତ ବ୍ୟକ୍ତିମାନଙ୍କୁ ଷ୍ଟାଡିୟମ ବାହରକୁ ନେଇ ଯାଇଥିଲେ । ଏହି ଘଟଣା କାରଣରୁ ପ୍ରାୟ 10 ମିନିଟ୍‌ ଯାଏଁ ଖେଳ ବନ୍ଦ ରହିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.