ETV Bharat / sports

ଭାରତ-ଦକ୍ଷିଣ ଆଫ୍ରିକା ଧର୍ମଶାଳା ଦିନିକିଆକୁ କୋରୋନା ଡର !

author img

By

Published : Mar 5, 2020, 1:35 PM IST

ଆଗାମୀ ଭାରତ-ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ ଉପରେ ପଡିପାରେ କୋରୋନା ଭାଇରସର ପ୍ରଭାବ । ମାର୍ଚ୍ଚ 12 ତାରିଖରେ ଧର୍ମଶାଳାରେ ଖେଳାଯିବାକୁ ଥିବା ଏହି ମ୍ୟାଚ ନେଇ ଅନିଶ୍ଚିନ୍ତତା ଦେଖାଦେଇଛି ।

India South Africa cricket match in Dharamshala
ଭାରତ-ଦକ୍ଷିଣ ଆଫ୍ରିକା ଧର୍ମଶାଳା ଦିନିକିଆ

ଧର୍ମଶାଳା: ଆଗାମୀ ଭାରତ-ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ ଉପରେ ପଡିପାରେ କୋରୋନା ଭାଇରସର ପ୍ରଭାବ । ଚାଇନାରେ ମହାମାରୀର ରୂପ ନେଇଥିବା ଏହି ଭାଇରସ ଏବେ ବିଶ୍ବତମାମ ବ୍ୟାପିବାରେ ଲାଗିଛି । ଭାରତରେ ମଧ୍ୟ ମଧ୍ୟ 38 ଜଣ ଏହି ଭାଇରସରେ ସଂକ୍ରମିତ ହୋଇଥିବା ସୂଚନା ରହିଛି ।

ମାର୍ଚ୍ଚ 12 ତାରିଖରେ ଧର୍ମଶାଳାରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ ସିରିଜର ପ୍ରଥମ ମ୍ୟାଚ ଖେଳାଯିବା ନେଇ ସମୟସୂଚୀ ରହିଛି । ଏହି ମ୍ୟାଚ ଦେଖିବାକୁ ଭାରତ ତଥା ଭାରତ ବାହାରୁ ମଧ୍ୟ ଅନେକ ଦର୍ଶକ ଆସିବାର ସମ୍ଭାବନା ରହିଛି । ଏପରି ସ୍ଥିତିରେ ଭାଇରସରେ ସଂକ୍ରମିତ ଲୋକଙ୍କ ଠାରୁ ଅଧିକ ଲୋକ ସଂକ୍ରମଣର ଶୀକାର ହୋଇପାରନ୍ତି । ଫଳରେ ଏହି ମ୍ୟାଚକୁ ନେଇ ଅନିଶ୍ଚିନ୍ତତା ଦେଖାଦେଇଛି ।

ଧର୍ମଶାଳା ହସ୍ପିଟାଲର ସିଏମଓ ଗୁରଦର୍ଶନ ଗୁପ୍ତା କୋରୋନା ଭାଇରସକୁ ନେଇ ମତ ରଖିଛନ୍ତି । କୋରୋନା ଭାଇରସ ଏକ ନୂଆ ଭାଇରସ । କେବଳ ସଚେତନତା ଓ ସାବଧାନତା ହିଁ ଏହି ଭାଇରସର ପ୍ରତିଷେଧକ ଭାବେ କାର୍ଯ୍ୟ କରିପାରେ ବୋଲି ସେ କହିଛନ୍ତି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ବହୁପୂର୍ବରୁ ଆଡଭାଇଜରୀ ଜାରି କରିସାରିଛି । ସମୟ ସମୟରେ ଏହି ଆଡଭାଇଜରୀରେ WHO ପକ୍ଷରୁ ପରିବର୍ତ୍ତନ ମଧ୍ୟ କରାଯାଉଛି । ହିମାଚଳ ପ୍ରଦେଶ ରାଜ୍ୟ ସରକାର ମଧ୍ୟ ରାଜ୍ୟରେ ଆଡଭାଇଜରୀ ଜାରି କରିଛନ୍ତି । ଏହି ଦୃଷ୍ଟିରୁ ଗୋଟିଏ ସ୍ଥାନରେ ଅଧିକ ଲୋକଙ୍କ ଭିଡ ଚିନ୍ତାର କାରଣ ହୋଇପାରେ । ତେବେ ହିମାଚଳ ପ୍ରଦେଶରେ କୋରୋନାର ବିଶେଷ ପ୍ରଭାବ ନଥିଲେ ମଧ୍ୟ ସାବଧାନତା ପାଇଁ ସେ ଧର୍ମଶାଳା ହସ୍ପିଟାଲର ସିଏମଓ ଗୁରଦର୍ଶନ ଗୁପ୍ତା ଅପିଲ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.