ନୂଆଦିଲ୍ଲୀ: ଆସନ୍ତାକାଲି (ଗୁରୁବାର) ଆଇସିସି ବିଶ୍ବ ଟେଷ୍ଟ ଚମ୍ପିଆନସିପ ଶୃଙ୍ଖଳାରେ ପଦାର୍ପଣ କରିବାକୁ ଯାଉଛି ଟିମ୍ ଇଣ୍ଡିଆ । ଇଣ୍ଡିଜ୍ ଗସ୍ତରେ ଥିବା ଭାରତୀୟ ଦଳ ଆଣ୍ଟିଗୁଆରେ ପ୍ରଥମ ଟେଷ୍ଟ ମ୍ୟାଚ ଖେଳିବ । ତେବେ ଆସେସ ସିରିଜଠାରୁ ଆରମ୍ଭ ହୋଇଥିବା ଏହି ଶୃଙ୍ଖଳାର ନୂଆ ନିୟମ ଅନୁସାରେ ଦଳର ଜର୍ସିରେ ନାମ ଓ ଜର୍ସି ନମ୍ବର ଲେଖାଯିବ ।

ଆଉ ଏହି ଧାରରେ ଭାରତୀୟ ଦଳର ନୂଆ ନାମ ଓ ନମ୍ବର ଥିବା ଜର୍ସି ଉନ୍ନୋଚନ ହୋଇଯାଇଛି । ଯଦିଓ ଏହି ଜର୍ସି ଦଳ ଶେଷ ହୋଇଥିବା ଅଭ୍ୟାସ ମ୍ୟାଚରେ ପିନ୍ଧିଥିଲା । ମାତ୍ର ଆଜି ବିସିସିଆଇ ଏହାକୁ ଅଫିସିଅଲ୍ସ ଭାବେ ଉନ୍ନୋଚନ କରି ଫଟୋ ସେସନ ହୋଇଛି ।

ତେବେ ଦିନିକିଆରେ ଥିବା ଖେଳାଳିଙ୍କ ଜର୍ସି ନମ୍ବରକୁ ଟେଷ୍ଟ ଜର୍ସିରେ ଲେଖାଯାଇଛି ।