ଲକ୍ଷ୍ନୌ: ସର୍ବ-ଭାରତୀୟ ମହିଳା ଚୟନକର୍ତ୍ତା କମିଟି ଶନିବାର ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ଓ ଟି20 ସିରିଜ ପାଇଁ ଭାରତୀୟ ସ୍କ୍ବାଡ ଘୋଷଣା କରିଛନ୍ତି ।
ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ 5 ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳାଯିବ । ଏହାପରେ 3 ଟିକିଆ ଟି20 ସିରିଜ ମଧ୍ୟ ଖେଳାଯିବ । ଦିନିକିଆ ସିରିଜ ମାର୍ଚ୍ଚ 7ରୁ ଓ ଟି20 ସିରିଜ ମାର୍ଚ୍ଚ 20ରୁ ଆରମ୍ଭ ହେବ । ସମସ୍ତ ମ୍ୟାଚ ଲକ୍ଷ୍ନୌରେ ଥିବା ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଏକନା କ୍ରିକେଟ ଷ୍ଟାଡିୟମରେ ଖେଳାଯିବ ।
-
NEWS: India Women’s squad for ODI and T20I series against South Africa announced. @Paytm #INDWvSAW #TeamIndia
— BCCI Women (@BCCIWomen) February 27, 2021 " class="align-text-top noRightClick twitterSection" data="
Details 👉 https://t.co/QMmm96qcOt pic.twitter.com/tKjvevd6qH
">NEWS: India Women’s squad for ODI and T20I series against South Africa announced. @Paytm #INDWvSAW #TeamIndia
— BCCI Women (@BCCIWomen) February 27, 2021
Details 👉 https://t.co/QMmm96qcOt pic.twitter.com/tKjvevd6qHNEWS: India Women’s squad for ODI and T20I series against South Africa announced. @Paytm #INDWvSAW #TeamIndia
— BCCI Women (@BCCIWomen) February 27, 2021
Details 👉 https://t.co/QMmm96qcOt pic.twitter.com/tKjvevd6qH
ଏକତା ବିଷ୍ଟ, ଅନୁଜା ପାଟିଲ, ବେଦା କ୍ରୀଷ୍ଣାମୂର୍ତ୍ତୀ, ତାନିଆ ଭାଟିଆ ଓ ଶିଖା ପାଣ୍ଡେଙ୍କୁ ସ୍କ୍ବାଡରେ ସ୍ଥାନ ମିଳିନାହିଁ । ଅନ୍ୟପଟେ ସି. ପ୍ରତ୍ୟୁଷା, ୟାସ୍ତିକା ଭାଟିଆ, ଆରୁଷି ସୋନି, ସ୍ବେତା ବର୍ମା, ମୋନିକା ପଟେଲ ଓ ସିମ୍ରନ ଦିଲ ବାହାଦୂରଙ୍କ ପ୍ରଥମ ଥର ଜାତୀୟ ଦଳରୁ ଡାକରା ଆସିଛି ।
ଭେଟେରାନ କ୍ରିକେଟର ମିତାଲି ରାଜ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜରେ ନେତୃତ୍ବ ଭାର ସମ୍ଭାଳିବେ ଓ ଟି20 ସିରିଜରେ ହରମନପ୍ରୀତ କୌର ଅଧିନାୟକ ରହିବେ ।
ସୁଷମା ବର୍ମା ଉଭୟ ଫର୍ମାଟ ପାଇଁ ୱିକେଟ କିପର ଚୟନ ହୋଇଥିବାବେଳେ, ଶ୍ବେତା ଦିନିକିଆ ଓ ନୁଝାତ ଟି20 ସିରିଜ ପାଇଁ ଅତିରିକ୍ତ ୱିକେଟ କିପର ଭାବେ ସ୍କ୍ବାଡରେ ରହିଛନ୍ତି ।
ପ୍ରାୟ ବର୍ଷେ ପରେ ଅନ୍ତର୍ଜାତୀୟ ମ୍ୟାଚ ଖେଳିବାକୁ ଯାଉଥିବା ଟିମ ଇଣ୍ଡିଆ ମାର୍ଚ୍ଚ 6ରେ ଫିଲ୍ଡ ଟ୍ରେନିଂ ସେସନରେ ଭାଗ ନେବ । ମହିଳା ଭାରତୀୟ ଦଳ ନଭେମ୍ବର 2020ରେ ମହିଳା ଟି20 ଚ୍ୟାଲେଞ୍ଜ ସମୟରେ ଶେଷଥର ଖେଳିଥିଲା ଓ ଶେଷ ଅନ୍ତର୍ଜାତୀୟ ମ୍ୟାଚ ମାର୍ଚ୍ଚ 8, 2020ରେ ଖେଳିଥିଲା । ଯାହାକି ଟି20 ବିଶ୍ବକପ ଫାଇନାଲରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିଲା ।
ଭାରତୀୟ ମହିଳା ଦିନିକିଆ ସ୍କ୍ବାଡ: ମିତାଲି ରାଜ(କ୍ୟାପଟେନ), ସ୍ମୃତି ମାନ୍ଧାନା, ଜେମ୍ମିମା ରୋଡ୍ରିଗ୍ୟୁସ, ପୁନମ ରାଉତ, ପ୍ରିୟା ପୁନିଆ, ୟାସ୍ତିକା ଭାଟିଆ, ହରମନପ୍ରୀତ କୌର(ଭାଇସ-କ୍ୟାପଟେନ), ଡି.ହେମଲତା, ଦୀପ୍ତି ଶର୍ମା, ସୁଷମା ବର୍ମା (ୱିକେଟ କିପର), ଶ୍ବେତା ବର୍ମା(ୱିକେଟ କିପର), ରାଧା ଯାଦବ, ରାଜେଶ୍ବରୀ ଗାଏକ୍ବାଡ, ଝୁଲଣ ଗୋସ୍ବାମୀ, ମାନଷୀ ଜୋଷୀ, ପୁନମ ଯାଦବ, ସି. ପ୍ରତ୍ୟୁଷା ମୋନିକା ପଟେଲ ।
ଭାରତୀୟ ମହିଳା ଟି20 ସ୍କ୍ବାଡ: ହରମନପ୍ରୀତ କୌର(କ୍ୟାପଟେନ), ସ୍ମୃତି ମାନ୍ଧାନା(ଭାଇସ-କ୍ୟାପଟନ), ଶେଫାଳି ବର୍ମା, ଜେମ୍ମିମା ରୋଡ୍ରିଗ୍ୟୁସ, ଦୀପ୍ତି ଶର୍ମା, ରିଚା ଘୋଷ, ହରଲିନ ଦେଓଲ, ସୁଷମା ବର୍ମା(ୱିକେଟ କିପର), ନୁଝତ ପ୍ରବୀଣ(ୱିକେଟ କିପର), ଆୟୁଷୀ ସୋନି, ଅରୁନ୍ଧତୀ ରେଡ୍ଡି, ରାଧା ଯାଦବ, ରାଜେଶ୍ବରୀ ଗାଏକ୍ବାଡ, ପୁନମ ଯାଦବ, ମାନଷୀ ଜୋଷୀ, ମୋନିକା ପଟେଲ, ସି. ପ୍ରତ୍ୟୁଷା, ସିମ୍ରନ ଦିଲ ବାହାଦୂର ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ