ETV Bharat / sports

ଆଜି ଶେଷ ଟ୍ବେଣ୍ଟି-20: ଇତିହାସ ରଚିବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ତିନି ମ୍ୟାଚ ବିଶିଷ୍ଟ ଟ୍ବେଣ୍ଟି-20ର ଆଜି ଶେଷ ମ୍ୟାଚ୍ । ରବିବାର ଶେଷ ମ୍ୟାଚକୁ ଜିତି ଆଉ ଏକ ଇତିହାସ ରଚିବା ଲକ୍ଷ୍ୟରେ ଭ୍ରମଣକାରୀ ଦଳ । ରୋହିତ ଶର୍ମାଙ୍କ ନେତୃତ୍ବରେ ଖେଳୁଥିବା ଟିମ୍ ଇଣ୍ଡିଆ ନିଜ ବିଜୟକୁ ବଜାୟ ରଖିବା ସହ ସିରିଜ କବଜା କରିବାକୁ ପଡ଼ିଆକୁ ଓହ୍ଲାଇବ ।

author img

By

Published : Feb 10, 2019, 11:29 AM IST

ଫଟୋ ସୌଜନ୍ୟ:ଇନାଡୁ ଇଣ୍ଡିଆ

ହାମିଲଟନ: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ତିନି ମ୍ୟାଚ ବିଶିଷ୍ଟ ଟ୍ବେଣ୍ଟି-20ର ଆଜି ଶେଷ ମ୍ୟାଚ୍ । ରବିବାର ଶେଷ ମ୍ୟାଚକୁ ଜିତି ଆଉ ଏକ ଇତିହାସ ରଚିବା ଲକ୍ଷ୍ୟରେ ଭ୍ରମଣକାରୀ ଦଳ । ରୋହିତ ଶର୍ମାଙ୍କ ନେତୃତ୍ବରେ ଖେଳୁଥିବା ଟିମ୍ ଇଣ୍ଡିଆ ନିଜ ବିଜୟକୁ ବଜାୟ ରଖିବା ସହ ସିରିଜ କବଜା କରିବାକୁ ପଡ଼ିଆକୁ ଓହ୍ଲାଇବ । ସେପଟେ ଦିନିକିଆ ସିରିଜ ପରାଜୟର ପ୍ରତିଶୋଧ ନେବାକୁ ପ୍ରାଣପଣେ ଚେଷ୍ଟା କରିବ ଘରୋଇ ନ୍ୟୁଜିଲାଣ୍ଡ ।

ନଭେମ୍ବର ମାସରୁ ବିଦେଶ ଗସ୍ତରେ ଥିବା ଭାରତୀୟ ଦଳ ଆଜି ନ୍ୟୁଜିଲାଣ୍ଡ ବିପକ୍ଷରେ ଶେଷ ଟ୍ବେଣ୍ଟି-20 ଖେଳି ଏହା ଶେଷ କରିବ । ଗସ୍ତ ସମୟରେ ଟିମ୍ ଇଣ୍ଡିଆ ପ୍ରଥମ ଥର ଲାଗି ଅଷ୍ଟ୍ରେଲିଆରେ ଟେଷ୍ଟ୍ ଓ ଦିନିକିଆ ଶୃଙ୍ଖଳା ଜିତି ସାରିଥିବାବେଳେ ନ୍ୟୁଜିଲାଣ୍ଡରେ ମଧ୍ୟ ଦିନିକିଆ ଟ୍ରଫିକୁ ନିଜ କବଜା ନେଇଛି ଦଳ । ତେବେ ଆଜି ଶେଷ ଟ୍ବେଣ୍ଟି-20ରେ ଜିତି ଏହି ବିଜୟ ଧାରାକୁ ଦୋହରାଇବା ପାଇଁ ସମସ୍ତ ଉଦ୍ୟମ ଲଗାଇବ ଭାରତ । ସେପଟେ ପ୍ରଥମ ଟ୍ବେଣ୍ଟି-20ରେ ଭାରତକୁ ଧୂଳି ଚଟାଇଥିବା ଘରୋଇ ନ୍ୟୁଜିଲାଣ୍ଡ ଶେଷ ମ୍ୟାଚରେ ମଧ୍ୟ ସମାନ ରଣନୀତି ଆପଣାଇ ସିରିଜକୁ ନିଜ ଆଡ଼କୁ ଆଣିବା ପାଇଁ ଚେଷ୍ଟା କରିବ ।

ଯେଉଁ ହାମିଲଟନରେ ଭାରତ ଖେଳିବାକୁ ଯାଉଛି ସେଠାରେ ନ୍ୟୁଜିଲାଣ୍ଡ ସହ ଚତୁର୍ଥ ଦିନିକିଆରେ ଟିମ୍ ଇଣ୍ଡିଆ ମାତ୍ର 92 ରନରେ ଅଲଆଉଟ ହୋଇଥିଲା । ଯାହା ଭାରତର ମନୋବଳକୁ କମାଇପାରେ । କିନ୍ତୁ ପ୍ରଥମ ଟ୍ବେଣ୍ଟି-20 ହାରିଥିବା ଭାରତ ଦ୍ବିତୀୟ ମ୍ୟାଚକୁ ଘରୋଇ ଦଳ ଠାରୁ ଛଡ଼ାଇ ଆଣିଥିବାରୁ ଦଳର ମନବଳ ଦୃଢ଼ ରହିଛି । ଯାହାକୁ ପାଥେୟ କରି ହାମିଲଟନର ପୁରୁଣା ରେକର୍ଡକୁ ଭାଙ୍ଗି ସିରିଜ ଜିତିବା ଲକ୍ଷ୍ୟରେ ରହିବ ଟିମ୍ ଇଣ୍ଡିଆ ।

undefined

Intro:Body:

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.