ETV Bharat / sports

ହାଫିଜଙ୍କ ଅଜବ ଅଭିଯୋଗ, ଇଂଲଣ୍ଡ ବିପକ୍ଷ ମ୍ୟାଚରେ ବିଜୟ ଚାହିଁନଥିଲା ଭାରତ - 2019 WC

ସେମିଫାଇନାଲରେ ସ୍ଥାନ ପାଇଁ ଇଂଲଣ୍ଡର ପରାଜୟ ନିଶ୍ଚିନ୍ତ ଆବଶ୍ୟକ କରୁଥିଲା ପାକିସ୍ତାନ । ମାତ୍ର ଟୁର୍ଣ୍ଣାମେଣ୍ଟରେ ଅପରାଜେୟ ଥିବା ଟିମ ଇଣ୍ଡିଆ ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ଉକ୍ତ ମ୍ୟାଚରେ ପରାସ୍ତ ହୋଇଥିଲା ।

India did not show intent to win against England in 2019 WC, says Mohammed Hafeez
ହାଫିଜଙ୍କ ଅଜବ ଅଭିଯୋଗ, ଇଂଲଣ୍ଡ ବିପକ୍ଷ ମ୍ୟାଚରେ ବିଜୟ ଚାହିଁନଥିଲା ଭାରତ
author img

By

Published : Jun 16, 2020, 6:00 PM IST

ଲାହୋର: ପାକିସ୍ତାନୀ ଅଲରାଉଣ୍ଡର ମହମ୍ମଦ ହାଫିଜଙ୍କ ବିବାଦୀୟ ବୟାନ । 2019 କ୍ରିକେଟ ବିଶ୍ବକପରେ ଇଂଲଣ୍ଡ ବିପକ୍ଷ ମ୍ୟାଚ ଭାରତ ଜିତିବାକୁ ଚାହିଁନଥିଲା ବୋଲି କହିଛନ୍ତି ହାଫିଜ ।

ହାଫିଜ କହିଛନ୍ତି 2019 ବିଶ୍ବକପରେ ପାକିସ୍ତାନ ଭଲ ଖେଳିଥିଲା । ଖରାପ ପ୍ରଦର୍ଶନ ସେମିଫାଇନାଲ ପୂର୍ବରୁ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିବାର କାରଣ ହୋଇଥିଲା । ଏହାର କାରଣ କାହାରିକୁ ଦେବାକୁ ଚାହୁଁନୁ ।

ତେବେ ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଭାରତ ଜିତିବାକୁ ସମସ୍ତ ପ୍ରୟାସ କରିନଥିଲା । କୌଣସି କ୍ରିକେଟ ଫ୍ୟାନ୍ସଙ୍କୁ 100ଥର ଏହି ମ୍ୟାଚ ଦେଖାଇଲେ, ମ୍ୟାଚର ଫଳାଫଳ ସ୍ପଷ୍ଟ ଭାବେ କହିପାରିବେ । ତେବେ ଭାରତୀୟ ଟିମ ଏହି ମ୍ୟାଚରେ ସମସ୍ତ ଶକ୍ତି ସହ ବିଜୟ ପାଇଁ ପ୍ରୟାସ କରିନଥିଲା ବୋଲି ଅଭିଯୋଗ କରିଛନ୍ତି ହାଫିଜ । ତେବେ ପାକିସ୍ତାନକୁ ଏହି ମ୍ୟାଚ ଦ୍ବାରା କୌଣସି କ୍ଷତି ହୋଇନଥିଲା ବୋଲି ସେ ବିଶ୍ବାସ କରନ୍ତି ବୋଲି କହିଛନ୍ତି ।

ସେମିଫାଇନାଲରେ ସ୍ଥାନ ପାଇଁ ଇଂଲଣ୍ଡର ପରାଜୟ ନିଶ୍ଚିନ୍ତ ଆବଶ୍ୟକ କରୁଥିଲା ପାକିସ୍ତାନ । ମାତ୍ର ଟୁର୍ଣ୍ଣାମେଣ୍ଟରେ ଅପରାଜେୟ ଥିବା ଟିମ ଇଣ୍ଡିଆ ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ଉକ୍ତ ମ୍ୟାଚରେ ପରାସ୍ତ ହୋଇଥିଲା । ଏହାପରେ ଜାଣିଶୁଣି ଭାରତୀୟ ଟିମ ଏହି ମ୍ୟାଚରେ ପରାସ୍ତ ହୋଇଥିଲା ବୋଲି ପାକିସ୍ତାନ ପକ୍ଷରୁ ଅଭିଯୋଗ ହୋଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.