ETV Bharat / sports

ସେପ୍ଟେମ୍ବର-ଅକ୍ଟୋବରରେ ଆଇପିଏଲ୍ ଭାରତର ପ୍ରଥମ ଲକ୍ଷ୍ୟ: ଆଇପିଏଲ ଅଧକ୍ଷ୍ୟ - ସେପ୍ଟେମ୍ବର-ଅକ୍ଟୋବରରେ ଆଇପିଏଲ୍

ଜାତୀୟ ଗଣମାଧ୍ୟମକୁ ଏକ ସାକ୍ଷାତକାର ଦେଇ ବ୍ରିଜେଶ କହିଛନ୍ତି ଯେ, ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବାକୁ ଥିବା ଟି -20 ବିଶ୍ବକପ ଉପରେ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି)ର ନିଷ୍ପତିକୁ ବିସିସିଆଇ ଅପେକ୍ଷା କରିଛି ।

india-aim-to-hosting-ipl-2020-in-september-october-governing-council-chairman-brijesh-patel
ସେପ୍ଟେମ୍ବର-ଅକ୍ଟୋବରରେ ଆଇପିଏଲ୍ ଭାରତର ପ୍ରଥମ ଲକ୍ଷ୍ୟ: ଆଇପିଏଲ ଅଧକ୍ଷ୍ୟ
author img

By

Published : Jun 12, 2020, 5:37 AM IST

ମୁମ୍ବାଇ: ଇଣ୍ଡିଆନ୍ ପ୍ରିମିୟର ଲିଗର ପରିଚାଳନା ପରିଷଦ ଅଧ୍ୟକ୍ଷ ବିଜେଶ ପଟେଲ କହିଛନ୍ତି ଯେ, କ୍ରିକେଟ୍ ବୋର୍ଡ ଅଫ୍ ଇଣ୍ଡିଆ (ବିସିସିଆଇ) ଆଗାମୀ ଆଇପିଏଲ୍ 2020 ଆୟୋଜନ ନେଇ ତତ୍ପର ରହିଛି । ଆସନ୍ତା ସେପ୍ଟେମ୍ବର-ଅକ୍ଟୋବରରେ ଆଇପିଏଲ୍ ଆଯୋଜନ ଭାରତର ପ୍ରଥମ ଲକ୍ଷ୍ୟ ବୋଲି ବ୍ରିଜେଶ କହିଛନ୍ତି ।

ଜାତୀୟ ଗଣମାଧ୍ୟମକୁ ଏକ ସାକ୍ଷାତକାର ଦେଇ ବ୍ରିଜେଶ କହିଛନ୍ତି ଯେ, ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବାକୁ ଥିବା ଟି -20 ବିଶ୍ବକପ ଉପରେ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି)ର ନିଷ୍ପତିକୁ ବିସିସିଆଇ ଅପେକ୍ଷା କରିଛି । ଏହା ପରେ ଆମେ ଆମର କାର୍ଯ୍ୟସୂଚୀ ଘୋଷଣା କରିବୁ । ସେ କହିଛନ୍ତି "ହଁ, ଆମେ ଯୋଜନା ଜାରି ରଖିଛୁ । ଏହା ସବୁ ବିଶ୍ୱକପ ଉପରେ ନିର୍ଭର କରେ । ଆଇସିସି ନିଷ୍ପତ୍ତି ପରେ ଆମର ନିଷ୍ପତ୍ତି ନିଆଯିବ । ଆଇସିସି ନିଷ୍ପତ୍ତି ଆସିବା ପରେ ଆମେ ଯୋଜନା ଜାରି ରଖିବୁ ।"

ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଗୁରୁବାର ନିଶ୍ଚିତ କରିଛନ୍ତି ଯେ ଭାରତୀୟ କ୍ରିକେଟର ସର୍ବୋଚ୍ଚ ସଂସ୍ଥା ଆଇପିଏଲର ସମସ୍ତ ସମ୍ଭାବ୍ୟ ବିକଳ୍ପ ଉପରେ କାର୍ଯ୍ୟ କରୁଛି । ରାଜ୍ୟ ସଂସ୍ଥାମାନଙ୍କୁ ସମ୍ବୋଧିତ କରିଥିବା ଏକ ପତ୍ରରେ ଗାଙ୍ଗୁଲି କହିଛନ୍ତି ଯେ ସେ ଆଶାବାଦୀ ଅଛନ୍ତି ଯେ ଖୁବ ଶୀଘ୍ର ବିସିସିଆଇ ଭବିଷ୍ୟତରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସକ୍ଷମ ହେବ। ।

ତେବେ ବ୍ରିଜେଶ କହିଛନ୍ତି ବିଦେଶରେ ଆଇପିଏଲ ଆୟୋଜନ ନେଇ ଆମେ କୌଣସି ଯୋଜନା କରି ନାହୁଁ । କାରଣ ଆଶିଂକ ଆୟୋଜନ କଲେ ମଧ୍ୟ ସେଠାକୁ ଯାଇ କ୍ବାରେଣ୍ଟାଇନରେ ରହିବା ପାଇଁ ପଡିବ । ତେଣୁ ବିଦେଶରେ ଆୟୋଜନ କୌଣସି ମତେ ସମ୍ଭବ ନୂହେଁ । ତେଣୁ ଘରୋଇ ଭେନ୍ୟୁ ଏକମାତ୍ର ବିକଳ୍ପ ବୋଲି ସେ କହିଛନ୍ତି । ସେ ଆହୁରୀ ବି କହିଛନ୍ତି, ଯଦି ଆସନ୍ତା ଅକ୍ଟୋବର ବେଳକୁ କୋରନାର ପ୍ରକୋପ କମିଯାଇଥାଏ । ତେବେ ଆଇପିଏଲ ଆୟୋଜନ ସହଜ ହୋଇପାରେ । ଅନ୍ୟପଟେ ଖାଲି ଷ୍ଟାଡିୟମରେ ଆଇପିଏଲ ଆୟୋଜନର ସମ୍ଭାବନାକୁ ଏପର୍ଯ୍ୟନ୍ତ ଏଡାଇ ଦିଆଯାଇ ପାରିବ ନାହିଁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.