ବିଶାଖାପାଟନାମ୍: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତର ଦୃଢ ସ୍ଥିତିରେ ରହିଛି । ବିଶାଳ 502ରନରେ ପ୍ରଥମ ଇଂନିସ ଘୋଷଣା କରିଛି ଭାରତ । 2 ଓପନର ରୋହିତ ଶର୍ମା ଓ ମୟଙ୍କ ଅଗ୍ରୱାଲ ଦକ୍ଷିଣ ଆଫ୍ରିକାର ବୋଲରଙ୍କୁ ପ୍ରଭାବ ଶୂନ୍ୟ କରି ଖେଳିଥିଲେ ।
ଟେଷ୍ଟ କ୍ରିକେଟରେ ପ୍ରଥମଥର ଓପନିଂ ଭାର ପାଇଥିବା ସୁଯୋଗକୁ ହାତଛଡା କରିନଥିଲେ ହିଟମ୍ୟାନ ରୋହିତ ଶର୍ମା । 244 ବଲର ସାମ୍ନାକରି 23 ଚୈକା ଓ 6ଛକା ସହୟତାରେ 176 ରନର ଦମଦାର ପାଳି ଖେଳିଛନ୍ତି ରୋହିତ । ଭାରତର ପ୍ରଥମ ୱିକେଟ ହାସଲ କରିବାକୁ ଦକ୍ଷିଣ ଆଫ୍ରିକା ବୋଲରଙ୍କୁ 87 ଓଭର ବୋଲି କରିବାକୁ ପଡିଥିଲା । ପ୍ରଥମ ୱିକେଟ ଭାବେ ରୋହିତ, ଭାରତର ସ୍କୋର 317 ଥିବାବେଳେ ଆଉଟ ହୋଇଥିଲେ । ମାତ୍ର ମୟଙ୍କ ଅଗ୍ରୱାଲ ବ୍ୟାଟିଂ ଜାରି ରଖିଥିଲେ । 371 ବଲ ସାମ୍ନା କରି ନିଜ କ୍ରିକେଟ କ୍ୟାରିୟରର ପ୍ରଥମ ଦ୍ବିଶତକ ହାସଲ କରିଥିଲେ । ଏହାପରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦ୍ବିଶତକ ହାସଲ କରିବାରେ, ମୟଙ୍କ ସେହୱାଗଙ୍କ ସହ ସମକକ୍ଷ ହୋଇଛନ୍ତି । ଏସିଆ ମହାଦେଶର ଓପନର ଭାବେ ଦ୍ବିଶତକ ହାସଲ କରିବାର ରେକର୍ଡ ପୂର୍ବରୁ ସେହୱାଗଙ୍କ ନାମରେ ରହିଥିଲା ।
କ୍ୟାପଟେନ କୋହଲି 20 ରାହାଣେ 15 ଓ ଜାଡେଜା 30 ରହନର ପାଳି ଖେଳିଥିଲେ । ପନ୍ତଙ୍କ ସ୍ଥାନରେ ଖେଳୁଥିବା ରିଦ୍ଧିମାନ ଶାହା 16 ବଲରେ 21 ରନର ପାଳି ଖେଳିଛନ୍ତି ।
ଦକ୍ଷଣ ଆଫ୍ରିକା ପକ୍ଷରୁ ସ୍ପିନର କେଶବ ମହାରାଜା ସର୍ବାଧିକ 3ଟି ୱିକେଟ ହାସଲ କରିଛନ୍ତି । ଫିଲାଣ୍ଡର, ଡେନ ପିଏଡଟ, ମୁଥୁସାମି ଓ ଡିଆନ ଏଲଗାର ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ଷ୍ଟାର ବୋଲର କାଶିଗୋ ରବାଡା 24 ଓଭର ବୋଲି କରି ୱକେଟ ଶୂନ୍ୟ ରହିଥିଲେ ।