ETV Bharat / sports

ବିଶାଖାପାଟନାମ ଟେଷ୍ଟ: ବିଜୟଠୁ 9 ୱିକେଟ ଦୂରରେ ଭାରତ - ରୋହିତ ଶର୍ମା ଶତକୀୟ ଇଂନିସ

ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ପ୍ରଥମ ଟେଷ୍ଟର 4ର୍ଥ ଦିନ ଖେଳ ଶେଷ ହୋଇଛି । 4ର୍ଥ ଦିନ ଖେଳ ଶେଷ ସୁଦ୍ଧା ଦକ୍ଷିଣ ଆଫ୍ରିକାର ସ୍କୋର 11/1 ରହିଛି । ଶେଷ ତଥା 5ମ ଦିନରେ ବିରାଟ ବାହିନୀ ବିଜୟ ପାଇଁ 9ୱିକେଟ ଆବଶ୍ୟକ କରୁଛି ।

ଫଟୋ ସୌଜନ୍ୟ: twitter@BCCI
author img

By

Published : Oct 5, 2019, 6:45 PM IST

ବିଶାଖାପାଟନାମ: ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ପ୍ରଥମ ଟେଷ୍ଟର 4ର୍ଥ ଦିନ ଖେଳ ଶେଷ ହୋଇଛି । ଦକ୍ଷିଣ ଆଫ୍ରିକା ସାମ୍ନାରେ 395 ରନର ଟାର୍ଗେଟ ରଖିଛି ଭାରତ । 2ୟ ଇଂନିସରେ ଓପନର ରୋହିତ ଶର୍ମାଙ୍କ ଶତକ ଓ ଚେତେଶ୍ବର ପୂଜାରାଙ୍କ ଅର୍ଦ୍ଧଶତକ ବଳରେ 323/4ରେ ପାଳି ଘୋଷଣା କରିଛି ଭାରତ ।

4ର୍ଥ ଦିନର ହିରୋ ରହିଛନ୍ତି ଟେଷ୍ଟ କ୍ୟାରିୟରର ପ୍ରଥମ ଥର ଓପନର ଭାବେ ଖେଳୁଥିବା ରୋହିତ ଶର୍ମା । ଦକ୍ଷିଣ ଆଫ୍ରିକା ସ୍ପିନରଙ୍କୁ ପ୍ରଭାବହୀନ କରି 127ରନର ଧୂଆଁଧାର ଶତକୀୟ ଇଂନିସ ଖେଳିଛନ୍ତି ରୋହିତ । ଆଜି 3ୟ ଦିନର ଅସମାପ୍ତ ସ୍କୋର 385/8ରୁ ଖେଳ ଆରମ୍ଭ କରିଥିଲା ଦକ୍ଷିଣ ଆଫ୍ରିକା । ମାତ୍ର 46 ଯୋଡିବା ପରେ ଦଳ ଅଲଆଉଟ ହୋଇଥିଲା । ପୂର୍ବରୁ 5ଟି ୱିକେଟ ଅକ୍ତିଆର କରିଥିବା ଅଶ୍ବିନ ଶେଷ 2ଟି ୱିକେଟ ସହ ମୋଟ 7ୱିକେଟ ହାତେଇଥିଲେ ।

2ୟ ଇଂନିସରେ ଦକ୍ଷିଣ ଆଫ୍ରିକାକୁ ଶକ୍ତ ଝଟକା ଦେଇଛନ୍ତି ଇନଫର୍ମ ଜାଡେଜା । ପ୍ରଥମ ଇଂନିସରେ 160ରନର ପାଳି ଖେଳିଥିବା ଡିନ ଏଲଗାରଙ୍କୁ ମାତ୍ର 2 ରନରେ ଆଉଟ କରି ପ୍ୟାଭିଲିୟନ ଫେରାଇଛନ୍ତି । 4ର୍ଥ ଦିନ ଖେଳ ଶେଷ ସୁଦ୍ଧା ଦକ୍ଷିଣ ଆଫ୍ରିକାର ସ୍କୋର 11/1 ରହିଛି । ଶେଷ ତଥା 5ମ ଦିନରେ ବିରାଟ ବାହିନୀ ବିଜୟ ପାଇଁ, 9ୱିକେଟ ଆବଶ୍ୟକ କରୁଛି । ତେବେ ସ୍ପିନରଙ୍କ ସ୍ବର୍ଗ ବିଶାଖାପାଟନାମ୍‌ ପିଚରେ ଅଶ୍ବିନ-ଜାଡେଜାଙ୍କ ଯୋଡି ଭାରତକୁ ବିଜୟ ଦେବେ ବୋଲି ଆଶା କରାଯାଉଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.