ETV Bharat / sports

ଟି-20 ସିରିଜ କ୍ଳିନ ସୁଇପ କଲା ଟିମ ଇଣ୍ଡିଆ

author img

By

Published : Feb 2, 2020, 4:09 PM IST

Updated : Feb 2, 2020, 11:18 PM IST

IND VS NZ
ଟି-20 ସିରିଜ ଜିତିଲା ଭାରତ

16:04 February 02

ଟି-20 ସିରିଜ କ୍ଳିନ ସୁଇପ କଲା ଟିମ ଇଣ୍ଡିଆ

ଟି-20 ସିରିଜ କ୍ଳିନ ସୁଇପ କଲା ଟିମ ଇଣ୍ଡିଆ

ମାଉଣ୍ଟ ମାଉଙ୍ଗାନୁଇ: ନ୍ୟୁଜିଲାଣ୍ଡ ବିପକ୍ଷ ଟି-20 ସିରିଜରେ ଭାରତର ବାଜିମାତ । 7ରନରେ ଶେଷ ମ୍ୟାଚକୁ ଜିତିନେଇଛି ଟିମ ଇଣ୍ଡିଆ । ଫଳରେ 5ଟିକିଆ ଟି-20 ସିରିଜକୁ କ୍ଳିନ ସୁଇପ କରିଛି ବିରାଟ ବାହିନୀ । ଦମଦାର ପ୍ରଦର୍ଶନ ପାଇଁ ଶେଷ ମ୍ୟାଚରେ ମ୍ୟାଚ ଅଫ ଦ ମ୍ୟାଚ ହୋଇଛନ୍ତି ଜଶପ୍ରୀତ ବୁମରା । ବ୍ୟାଟରେ କମାଲ କରିଥିବା ଲୋକେଶ ରାହୁଲ ମ୍ୟାଚ ଅଫ ଦ ସିରିଜ ହୋଇଛନ୍ତି । 

ପୁଣି ନିଜ ଘାତକ ଅନ୍ଦାଜକୁ ଫେରିଛନ୍ତି ସ୍ପିଡଷ୍ଟାର ଜଶପ୍ରୀତ ବୁମରା । 4 ଓଭର ବୋଲିଂ କରି ବୁମରା ଗୋଟିଏ ଓଭର ମେଡନ ସହ ମୋଟ 12 ରନ ବ୍ୟୟରେ 3ଟି ୱିକେଟ ଅକ୍ତିଆର କରିଥିଲେ । ନବଦୀପ ସାଇନି ମଧ୍ୟ ଗତିରେ ଅନଭିଜ୍ଞ ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନଙ୍କୁ ଚକମା ଦେବା ସହ 2ଟି ୱିକେଟ ହାସଲ କରିଥିଲେ । ଶାର୍ଦ୍ଦୁଳ ଠାକୁର 2ଟି ଓ ସ୍ପିନର ୱାସିଂଟନ ସୁନ୍ଦର ଗୋଟିଏ ୱିକେଟ ଅକ୍ତିଆର କରିଥିଲେ । 

164 ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଘରୋଇ ନ୍ୟୁଜିଲାଣ୍ଡ 156 ରନରେ ଅଟକିଯାଇଥିଲା । ଦଳ ପକ୍ଷରୁ ୱିକେଟ କିପର ବ୍ୟାଟ୍ସମ୍ୟାନ ଟମ ସୈଫର୍ଟ 30 ବଲରୁ 50  ଓ ରସ ଟେଲର 53 ରନର ଇଂନିସ ଖେଳିଥିଲେ । ମାତ୍ର ଏହା ବିଜୟ ପାଇଁ ଯଥେଷ୍ଟ ହୋଇନଥିଲା । ଅନ୍ୟକୌଣସି ବ୍ୟାଟ୍ସମ୍ୟାନ ଭାରତୀୟ ବୋଲରଙ୍କ ଆଗରେ ତିଷ୍ଠି ପାରିନଥିଲେ । ଫଳରେ 7 ରନରେ ବିଜୟୀ ହୋଇଥିଲା ଭାରତୀୟ ଦଳ । 

ସିରିଜର ଶେଷ ମ୍ୟାଚ ହୋଇଥିବାରୁ କ୍ୟାପଟେନ କୋହଲିଙ୍କୁ ଟିମ ବିଶ୍ରାମ ଦେଇଥିଲା । ରୋହିତ ଶର୍ମାଙ୍କୁ କ୍ୟାପଟେନ ଦାୟିତ୍ବ ମିଳିଥିଲା । ତେବେ ଭାରତର ବ୍ୟାଟିଂ ପରେ ରୋହିତଙ୍କ ସ୍ଥାନରେ ରାହୁଲ କ୍ୟାପଟେନ ଦାୟିତ୍ବ ତୁଲାଇଥିଲେ । ବ୍ୟାଟିଂ ବେଳେ ଗୋଡରେ ଯନ୍ତ୍ରଣା ଅନୁଭବ କରିଥିଲେ ହିଟମ୍ୟାନ ରୋହିତ । ସେ 41 ବଲରୁ 3 ଚୌକା ଓ 3 ଛକା ସହାୟତାରେ 60ରନର ବିସ୍ଫୋରକ ଇଂନିସ ଖେଳି ରିଟାୟାର୍ଡ ହର୍ଟ ହୋଇ ପାଭିଲିୟନ ଫେରିଥିଲେ ।  ଲୋକେଶ ରାହୁଲ 45 ଓ ଶ୍ରେୟସ ଆୟରଙ୍କ 33ରନ ସହାୟତାରେ ଭାରତ ପ୍ରଥମେ ବ୍ୟାଟିଂ କରି 163 ରନ କରିଥିଲା । 

Intro:Body:

BREAKING

Conclusion:
Last Updated : Feb 2, 2020, 11:18 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.