ମାଉଣ୍ଟ ମାଉଙ୍ଗାନୁଇ: ଆଜି ଭାରତ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-20 ସିରିଜର 5ମ ମ୍ୟାଚ ତଥା ଶେଷ ମ୍ୟାଚ ଖେଳାଯାଉଛି । ବେ ଓଭାଲ, ମାଉଣ୍ଟ ମାଉଙ୍ଗାନୁଇରେ ଏହି ମ୍ୟାଚ ଖେଳାଯାଉଛି। ଭାରତୀୟ କ୍ୟାପଟେନ ବିରାଟ କୋହଲି ଏହି ମ୍ୟାଚରେ ବିଶ୍ରାମ ନେଇଛନ୍ତି । ଫଳରେ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି କ୍ୟାପଟେନ ରୋହିତ ଶର୍ମା ନେଇଛନ୍ତି । ସିରିଜରେ ଭାରତ 4-0ରେ ଆଗୁଆ ରହିଛି । ଶେଷ ମ୍ୟାଚକୁ ଜିତି ସିରିଜ କ୍ଳିନସୁଇପ ଲକ୍ଷ୍ୟରେ ରହିଛି ଟିମ ଇଣ୍ଡିଆ ।
ଭାରତୀୟ ଚୁଡାନ୍ତ ଏକାଦଶ: ସଞ୍ଜୁ ସାମସନ, ଲୋକେଶ ରାହୁଲ, ରୋହିତ ଶର୍ମା(କ୍ୟାପଟେନ), ଶ୍ରେୟସ ଆୟର, ମନିଷ ପାଣ୍ଡେ, ଶିବମ ଦୁବେ, ୱାସିଂଟନ ସୁନ୍ଦର, ଶାର୍ଦ୍ଦୁଳ ଠାକୁର, ୟୁଜଭେନ୍ଦ୍ର ଚହଲ, ଜଶପ୍ରୀତ ବୁମରା , ନବଦୀପ ସାଇନି।
ନ୍ୟୁଜିଲାଣ୍ଡ ଚୁଡାନ୍ତ ଏକାଦଶ: ମାର୍ଟିନ ଗୁପ୍ଟିଲ, କଲିନ ମନ୍ରୋ, ଟମ ବ୍ରୁସ, ରସ ଟେଲର, ଟିମ ସୈଫର୍ଟ(ୱିକେଟ କିପର), ଡାରୀ ମିଚେଲ, ମିଚେଲ ସାଣ୍ଟନର, ସ୍କଟ କୁଗଲେଜିନ, ଟିମ ସାଉଦୀ(କ୍ୟାପଟେନ), ଇସ ଶୋଧି, ହାମିସ ବେନ୍ନଟ।