ଅକଲାଣ୍ଡ: ଆଜି ଭାରତ ନ୍ୟୁଜିଲାଣ୍ଡ ମଧ୍ୟରେ ଟି20 ସିରିଜର 2ୟ ମ୍ୟାଚ ଖେଳାଯାଉଛି । ଟସ ଜିତି ପ୍ରଥମେ ବ୍ୟାଟିଂ କରୁଛି ଘରୋଇ ନ୍ୟୁଜିଲାଣ୍ଡ। ଫଳରେ ବ୍ୟାଟିଂ ଅନୁକୂଳ ପିଚରେ ନ୍ୟୁଜିଲାଣ୍ଡକୁ ଅଳ୍ପ ରନରେ ରୋକିବାକୁ ଜୋରଦାର ପ୍ରୟାସ ଚଳାଇଛନ୍ତି ଭାରତୀୟ ବୋଲର ।
ତେବେ ପ୍ରଥମ ମ୍ୟାଚ ଭଳି 2 କିୱି ଓପନର ମାର୍ଟିନ ଗୁପ୍ଟିଲ ଓ କଲିନ ମନ୍ରୋ ଦମଦାର ଆରମ୍ଭ କରିଥିଲେ । ଉଭୟଙ୍କ ମଧ୍ୟରେ 48 ରନର ପାର୍ଟନରସିପ ହୋଇଥିଲା । ମାତ୍ର ଭାରତକୁ ପ୍ରଥମ ୱିକେଟ ଭେଟି ଦେଇଛନ୍ତି ଶାର୍ଦ୍ଦୁଳ ଠାକୁର । ବିସ୍ଫୋରକ ଗୁପ୍ଟିଲଙ୍କୁ କୋହଲିଙ୍କ ହାତରେ କ୍ୟାଚ ଆଉଟ କରାଇଛନ୍ତି ଶାର୍ଦ୍ଦୁଳ । ଗୁପ୍ଟିଲ 20 ବଲରୁ 4 ଚୌକା ଓ 2 ଛକା ସହାୟତାରେ 33 ରନ କରି ଆଉଟ ହୋଇଛନ୍ତି । ନ୍ୟୁଜିଲାଣ୍ଡ ପୁଣି ଏକ ବଡ ଟାର୍ଗେଟ ଆଡକୁ ମୁହାଁଉଛି ।