ଚେନ୍ନାଇ: କୋରୋନା ମହାମାରୀ ମଧ୍ୟରେ ଭାରତରେ ଆରମ୍ଭ ହେବାକୁ ଯାଉଛି ଅନ୍ତରାଷ୍ଟ୍ରୀୟ କ୍ରିକେଟ ମ୍ୟାଚ । ଆସନ୍ତା ଶୁକ୍ରବାର ଠାରୁ ଆରମ୍ଭ ହୋଇଯିବ ଭାରତ-ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜ । ଏଥିଲାଗି ଭାରତୀୟମ ଟିମ ଆଜି ଚେନ୍ନାଇରେ ନେଟ୍ସ ପ୍ରାକ୍ଟିସ୍ ଆରମ୍ଭ କରିଦେଇଛି ।
ବିସିସିଆଇ ମଙ୍ଗଳବାର ଏକ ଫଟୋ ସେୟାର କରିଛି । ଉକ୍ତ ଫଟୋରେ ଖେଳାଳିମାନଙ୍କୁ ମୁଖ୍ୟକୋଚ ରବି ଶାସ୍ତ୍ରୀ ସମ୍ବୋଧିତ କରୁଛନ୍ତି। ତେବେ ଏହି ଫଟୋ ସେୟାର କରି ବିସିସିଆଇ ଲେଖିଛି ଯେ, ଚେନ୍ନାଇରେ ନେଟ୍ସ ପ୍ରାକ୍ଟିସର ଆଜି ଆମର ପ୍ରଥମ ଦିନ । ମୁଖ୍ୟକୋଚ ରବି ଶାସ୍ତ୍ରୀ ଜୋସ୍ ସହ ଖେଳାଳିଙ୍କ ସ୍ବାଗତ କରିଛନ୍ତି ।
-
Day 1 of our nets session in Chennai and it is Head Coach @RaviShastriOfc who welcomes the group with a rousing address. #TeamIndia #INDvsENG pic.twitter.com/eueKznxrMa
— BCCI (@BCCI) February 2, 2021 " class="align-text-top noRightClick twitterSection" data="
">Day 1 of our nets session in Chennai and it is Head Coach @RaviShastriOfc who welcomes the group with a rousing address. #TeamIndia #INDvsENG pic.twitter.com/eueKznxrMa
— BCCI (@BCCI) February 2, 2021Day 1 of our nets session in Chennai and it is Head Coach @RaviShastriOfc who welcomes the group with a rousing address. #TeamIndia #INDvsENG pic.twitter.com/eueKznxrMa
— BCCI (@BCCI) February 2, 2021
ସୂଚନାଥାଉକି, ଖେଳାଳିମାନେ ଚେନ୍ନାଇ ପହଞ୍ଚି 6 ଦିନର କ୍ବାରେଣ୍ଟାଇନ ଅବଧି ଶେଷ କରିଛନ୍ତି ଓ ସମସ୍ତ ଖେଳାଳିଙ୍କ କୋରୋନା ରିପୋର୍ଟ ନେଗେଟିଭ ଆସିଛି ।
ଏଥିସହ ଆଉ ଏକ ଫଟୋ ବିସିସିଆଇ ଟ୍ବିଟର ପେଜ୍ରେ ସେୟାର କରିଛି । ଯେଉଁଥିରେ ଖେଳାଳିମାନଙ୍କୁ ଅଧିନାୟକ ବିରାଟ କୋହଲି କିଛି କହୁଛନ୍ତି ।
ଭାରତ ଓ ଇଂଲଣ୍ଡ ମଧ୍ୟରେ 4ଟିକିଆ ଟେଷ୍ଟ ସିରିଜ ଖେଳାଯିବ । ପ୍ରଥମ 2ଟି ମ୍ୟାଚ ଚେନ୍ନାଇରେ ଓ ଅନ୍ତିମ 2ଟି ମ୍ୟାଚ ଅହମଦାବାଦରେ ଖେଳାଯିବ ।