ETV Bharat / sports

4ର୍ଥ ଟେଷ୍ଟ: ଇଂଲଣ୍ଡ ବୋଲରଙ୍କ ଶାଣିତ ବୋଲିଂ, ଭାରତର ସଂଘର୍ଷ ଜାରି

ରୋମାଞ୍ଚକର ସ୍ଥିତିରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଅନ୍ତିମ ଟେଷ୍ଟ । ଚା' ବ୍ରେକ ସୁଦ୍ଧା ଭାରତ 153/6, ରୋହିତ ଶର୍ମା 49 ରନରେ ଆଉଟ । ଅଧିକ ପଢନ୍ତୁ...

author img

By

Published : Mar 5, 2021, 3:30 PM IST

IND vs ENG, Tea: India tottering at 153 for 6 on Day 2
4ର୍ଥ ଟେଷ୍ଟ: ଇଂଲଣ୍ଡ ବୋଲରଙ୍କ ଶାଣିତ ବୋଲିଂ, ଭାରତର ସଂଘର୍ଷ ଜାରି

ଅହମ୍ମଦାବାଦ: ରୋମାଞ୍ଚକର ସ୍ଥିତିରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଅନ୍ତିମ ଟେଷ୍ଟ । ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଥିବା 4ର୍ଥ ଟେଷ୍ଟର, ଦ୍ବିତୀୟ ଦିନରେ ଭାରତୀୟ ଦଳ ଦମଦାର ବ୍ୟାଟିଂ ସହ ଦୃଢ ସ୍ଥିତିରେ ରହିବା ବୋଲି ଆଶା କରାଯାଉଥିଲା । ମାତ୍ର ଚା' ବ୍ରେକ ସୁଦ୍ଧା ଭାରତ 153/6 ରହିଛି ।

ଓପନର ଶୁଭମନ ଗିଲ୍‌ଙ୍କ ପରେ କ୍ୟାପଟେନ ବିରାଟ କୋହଲି ଶୂନରେ ଆଉଟ ହୋଇଛନ୍ତି । ରୋହିତ ଶର୍ମା ଓ ଅଜିଙ୍କ୍ୟ ରାହାଣେ କିଛି ସମୟ ଲଢେଇ କରିଥିଲେ ମଧ୍ୟ ବଡ ଇଂନିସ ଖେଳିବାରେ ସମର୍ଥ ହୋଇପାରିନାହାନ୍ତି । ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ କରୁଥିବା ଓପନର ରୋହିତ ଶର୍ମାଙ୍କୁ 49 ରନରେ ଅଲରାଉଣ୍ଡର ବେନ ଷ୍ଟୋକ୍ସ ଆଉଟ କରିବା ପରେ ମ୍ୟାଚରେ ରୋମାଞ୍ଚ ଭରିଯାଇଛି ।

ଋଷଭ ପନ୍ତ 36 ଓ ୱାସିଂଟନ ସୁନ୍ଦର ଅରାଜିତ ପ୍ରଥମେ ଅଜିଙ୍କ୍ୟ ରାହାଣେ (27), ରୋହିତ ଶର୍ମା (49) ଓ ପରେ ରବିଚନ୍ଦ୍ରନ ଅଶ୍ବିନ(13)ଙ୍କ ୱିକେଟ ହରାଇ ଭାରତ ସାମାନ୍ୟ ବ୍ୟାକଫୁଟ୍‌ରେ ରହିଛି ।

ସଂକ୍ଷିପ୍ତ ସ୍କୋର: ଇଂଲଣ୍ଡ 205 ଅଲଆଉଟ(ବେନ ଷ୍ଟୋକ୍ସ 55, ଡାନ ଲରେନ୍ସ 46; ଅକ୍ଷର ପଟେଲ 4/68, ରବଚନ୍ଦ୍ରନ ଅଶ୍ବିନ 3/47, ୱାସିଂଟନ ସୁନ୍ଦର 1/15) ବନାମ ଭାରତ 153/6(ରୋହିତ ଶର୍ମା 49, ଋଷଭ ପନ୍ତ 36 ବ୍ୟାଟିଂ; ଜେମ୍ସ ଆଣ୍ଡରସନ 2/19, ବେନ ଷ୍ଟୋକ୍ସ 2/33)

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.