ETV Bharat / sports

ଭାରତ vs ଇଂଲଣ୍ଡ: ପ୍ରଥମ ଟି20 ପାଇଁ 40,000ରୁ ଅଧିକ ଟିକେଟ ବିକ୍ରି

ପ୍ରଥମ ଟି20 ମାର୍ଚ୍ଚ 12(ଶୁକ୍ରବାର) ଖେଳାଯିବାକୁ ଥିବାବେଳେ ସମାନ ଭେନ୍ୟୁରେ ମାର୍ଚ୍ଚ 14, 16, 18 ଓ 20ରେ ଅନ୍ୟ 4ଟି ମ୍ୟାଚ ଖେଳାଯିବ । ଅଧିକ ପଢନ୍ତୁ...

IND vs ENG: Over 40,000 tickets for 1st T20I sold
ଭାରତ vs ଇଂଲଣ୍ଡ: ପ୍ରଥମ ଟି20 ପାଇଁ 40,000ରୁ ଅଧିକ ଟିକେଟ ବିକ୍ରି
author img

By

Published : Mar 11, 2021, 4:02 PM IST

ଅହମ୍ମଦାବାଦ: ନବନିର୍ମିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ଦୁଇଟି ଟେଷ୍ଟମ୍ୟାଚରେ ଅଳ୍ପସଂଖ୍ୟକ ଦର୍ଶକ ଦେଖିବାକୁ ମିଳିଥିଲା । ତେବେ ଶୁକ୍ରବାର ଠାରୁ ଏହି ଗ୍ରାଉଣ୍ଡରେ ଉଭୟ ଟିମ ମଧ୍ୟରେ ଟି20 ଲଢେଇ ଦେଖିବାକୁ ମିଳିବ । ଫଟାଫଟ କ୍ରିକେଟର ଏହି 5 ମ୍ୟାଚ ବିଶିଷ୍ଟ ସିରିଜରେ ବେଶୀ ଦର୍ଶକ ଦେଖିବାକୁ ମିଳିବେ ।

ଜଣେ ସ୍ଥାନୀୟ ଅଧିକାରୀଙ୍କ ସୂଚନୀ ଅନୁଯାୟୀ, ଶୁକ୍ରବାର ଖେଳାଯିବାକୁ ଥିବା ପ୍ରଥମ ଟି20 ମ୍ୟାଚ ପାଇଁ ପ୍ରାୟ 40,000ରୁ ଅଧିକ ଟିକେଟ ବିକ୍ରି ଶେଷହୋଇଛି ।

ଷ୍ଟାଡିୟମର ଦର୍ଶକ କ୍ଷମତା 1,10,000 ସହ କ୍ଷମତା ଅନୁଯାୟୀ, ବିଶ୍ବର ସର୍ବବୃହତ କ୍ରିକେଟ ଷ୍ଟାଡିୟମ । ସଦ୍ୟ ସମାପ୍ତ ହୋଇଥିବା ଭାରତ ଓ ଓ ଇଂଲଣ୍ଡ ଟେଷ୍ଟ ସିରିଜର ଶେଷ ଦୁଇଟି ମ୍ୟାଚ ଷ୍ଟାଡିୟମର ନବୀକରଣ ପରେ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ ଥିଲା ।

"ଟେଷ୍ଟ ମ୍ୟାଚରେ ଷ୍ଟାଡିୟମରେ ଉପସ୍ଥିତ ଥିବା ଦର୍ଶକଙ୍କ ସଂଖ୍ୟା ଠାରୁ ଟି20 ମ୍ୟାଚରେ ବେଶ୍‌ ଅଧିକ ଦର୍ଶକ ଆଶା ରହିଛି । ଏଯାବତ 40,000ରୁ ଅଧିକ ଟିକେଟ ବିକ୍ରି ଶେଷ ହୋଇଛି," ଏହା କହିଛନ୍ତି ଗୁଜୁରାଟ କ୍ରିକେଟ ଆସୋସିଏସନର ଅଧିକାରୀ ।

ବୁଧବାର ଭାରତୀୟ ଟିମ ଅଭ୍ୟାସ କରିନଥିବାବେଳେ ଇଂଲଣ୍ଡ ଟିମକୁ ଅଭ୍ୟାସ ସେସନରେ ଦେଖିବାକୁ ମିଳିଥିଲା ।

ପ୍ରଥମ ଟି20 ମାର୍ଚ୍ଚ 12(ଶୁକ୍ରବାର) ଖେଳାଯିବାକୁ ଥିବାବେଳେ, ସମାନ ଭେନ୍ୟୁରେ ମାର୍ଚ୍ଚ 14, 16, 18 ଓ 20ରେ ଅନ୍ୟ 4ଟି ମ୍ୟାଚ ଖେଳାଯିବ ।

ସମସ୍ତ ମ୍ୟାଚ ସନ୍ଧ୍ୟା 7.00ଟାରେ ଆରମ୍ଭ ହେବ । ଏହାପରେ ଦିନିକିଆ ସିରିଜ ପୁନେରେ ମାର୍ଚ୍ଚ 23, 26 ଓ 28ରେ ଖେଳାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.