ETV Bharat / sports

ଭାରତ ବନାମ ଇଂଲଣ୍ଡ: ଦିନିକିଆ ସିରିଜରେ ରହିବେନି ଦର୍ଶକ

ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା 3 ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ବିନା ଦର୍ଶକରେ ଖେଳାଯିବ । ଅଧିକ ପଢନ୍ତୁ..

Ind vs Eng: ODI series to be played behind closed doors
ଭାରତ ବନାମ ଇଂଲଣ୍ଡ: ଦିନିକିଆ ସିରିଜରେ ରହିବେନି ଦର୍ଶକ
author img

By

Published : Feb 27, 2021, 8:04 PM IST

ନୂଆଦିଲ୍ଲୀ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା 3 ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ବିନା ଦର୍ଶକରେ ଖେଳାଯିବ । ମହାମାରୀ କୋରୋନା ଭାଇରସ ସ୍ଥିତିକୁ ଦୃଷ୍ଟିରେ ରଖି ଷ୍ଟାଡିୟମରେ ଦର୍ଶକଙ୍କୁ ବାରଣ ନିଷ୍ପତ୍ତି କରାଯାଇଥିବା ସୂଚନା ମିଳିଛି ।

ପୂର୍ବରୁ ପୁନେରେ ଦିନିକିଆ ସିରିଜ ଖେଳାଯିବାନେଇ ସୂଚୀ ରହିଥିଲା । ମାତ୍ର ସିରିଜର ଶେଷ ଦିନିକିଆ ପୁନେରୁ ମୁମ୍ବାଇକୁ ସ୍ଥାନାନ୍ତର ହେବାର ସମ୍ଭାବନା ରହିଛି । ମାତ୍ର ଏନେଇ ଆନୁଷ୍ଠାନିକ ଭାବେ ଘୋଷଣାକୁ ଅପେକ୍ଷା ରହିଛି ।

4 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଶେଷ ହେବାପରେ, ଭାରତ ଓ ଇଂଲଣ୍ଡ ମଧ୍ୟରେ 5 ମ୍ୟାଚ ବିଶିଷ୍ଟ ଟି20 ସିରିଜ ଖେଳାଯିବ । ଏହାପରେ 50ଓଭର ଫର୍ମାଟ ଖେଳାଯିବ ।

ନରେନ୍ଦ୍ର ମୋଦି ଷ୍ଟାଡିୟମ ଅହମ୍ମଦାବାଦରେ ସମସ୍ତ ଟି20 ମ୍ୟାଚ ଖେଳାଯିବ । ଦିନିକିଆ ମ୍ୟାଚ ମାର୍ଚ୍ଚ 23, 26 ଓ 28 ତାରିଖରେ ପୁନେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଖେଳାଯିବା ନେଇ ସୂଚୀ ରହିଥିଲା । ତେବେ ମହାରାଷ୍ଟ୍ର ବର୍ଦ୍ଧିତ କୋରୋନା ସଂକ୍ରମଣ ସଂଖ୍ୟାକୁ ଦୃଷ୍ଟିରେ ରଖି ଅହମ୍ମଦାବାଦରେ ମଧ୍ୟ ଦିନିକିଆ ସିରିଜ ଖେଳାଯିବାର ସମ୍ଭାବନା ରହିଥିବା ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.