ETV Bharat / sports

ଭାରତ ବନାମ ଇଂଲଣ୍ଡ: ବେୟାରଷ୍ଟୋଙ୍କୁ ବିଶ୍ରାମ, ଖେଳିବେନି ପ୍ରଥମ ଦୁଇଟି ଟେଷ୍ଟ

author img

By

Published : Jan 29, 2021, 10:19 PM IST

ଫେବ୍ରୁଆରୀ 5ରୁ ଆରମ୍ଭ ହେବ ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ । ଅଧିକ ପଢନ୍ତୁ...

Ind vs Eng: No change in plan, Bairstow to join team for third and fourth Test
ଭାରତ ବନାମ ଇଂଲଣ୍ଡ: ବେୟାରଷ୍ଟୋଙ୍କୁ ବିଶ୍ରାମ, ଖେଳିବେନି ପ୍ରଥମ ଦୁଇଟି ଟେଷ୍ଟ

ଚେନ୍ନାଇ: ଫେବ୍ରୁଆରୀ 5ରୁ ଆରମ୍ଭ ହେବ ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ । ଏଥିପାଇଁ ଉଭୟ ଟିମ ସ୍କ୍ବାଡ ଘୋଷଣା କରିସାରିଛନ୍ତି । ତେବେ ଘୋଷିତ ଇଂଲଣ୍ଡ ସ୍କ୍ବାଡରେ ୱିକେଟ କିପର ବ୍ୟାଟ୍ସମ୍ୟାନ ଜନ୍ନି ବେୟାରଷ୍ଟୋଙ୍କୁ ନେଇ ଚର୍ଚ୍ଚା ଜାରି ରହିଛି ।

ଶୁକ୍ରବାର ଇଂଲଣ୍ଡ ସହକାରୀ ବ୍ୟାଟିଂ କୋଚ ଗ୍ରାହମ ଥୋର୍ପେ କହିଥିଲେ, ବେୟାରଷ୍ଟୋ ପ୍ରଥମ ଟେଷ୍ଟ ପରେ ସ୍କ୍ବାଡରେ ସାମିଲ ହେବେ । ମାତ୍ର ତୃତୀୟ ଓ ଚତୁର୍ଥ ଟେଷ୍ଟ ପାଇଁ ବେୟାରଷ୍ଟୋ ଫେରିବା ନେଇ ଔପଚାରିକ ଭାବେ ସ୍ପଷ୍ଟ କରିଛି ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡ(ECB) ।

ଭାରତ ବିପକ୍ଷ ପ୍ରଥମ ଦୁଇଟି ଟେଷ୍ଟରେ ବେୟାରଷ୍ଟୋଙ୍କୁ ବିଶ୍ରାମ ଦେବାକୁ ନିଷ୍ପତ୍ତି କରିଥିଲେ ଇଂଲଣ୍ଡ ଚୟନକର୍ତ୍ତା ଓ ଟିମ ମ୍ୟାନେଜମେଣ୍ଟ । ଏହାପରେ ତୀବ୍ର ସମାଲୋଚନାର ଶିକାର ହୋଇଥିଲେ । ତେବେ ଇସିବି ପକ୍ଷରୁ ପୂର୍ବ ଘୋଷମାରେ କୌଣସି ପରିବର୍ତ୍ତନ ହେବନାହିଁ ବୋଲି ସ୍ପଷ୍ଟ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.