ETV Bharat / sports

ପୂଜାରା ଆଉଟ, ବେସ୍‌ ଭାଙ୍ଗିଲେ ଶତକୀୟ ଭାଗିଦାରୀ

author img

By

Published : Feb 7, 2021, 4:51 PM IST

ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ସଙ୍କଟରେ ଟିମ ଇଣ୍ଡିଆ । ଅଧିକ ପଢନ୍ତୁ...

IND VS ENG: Dom Bess ends pujara's stay as india in trouble
ପୂଜାରା ଆଉଟ, ବେସ୍‌ ଭାଙ୍ଗିଲେ ଶତକୀୟ ଭାଗିଦାରୀ

ଚେନ୍ନାଇ: ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ସଙ୍କଟରେ ଟିମ ଇଣ୍ଡିଆ । ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ପରେ ପାଳି ସମ୍ଭାଳିଥିଲେ ଚେତେଶ୍ବର ପୂଜାରା ଓ ୱିକେଟ କିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତ । ଉଭୟଙ୍କ ମଧ୍ୟରେ ଶତକୀୟ ଭାଗିଦାରୀ ମଧ୍ୟ ହୋଇଥିଲା ।

ମାତ୍ର ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ପୂଜାରା ନିଜର ୱିକେଟ ହରାଇଛନ୍ତି । ଡମ ବେସ୍‌ ପୁନର୍ବାର ଇଂଲଣ୍ଡ ପାଇଁ ପ୍ରଭାବୀ ସାବ୍ୟସ୍ତ ହୋଇଛନ୍ତି । ପୂର୍ବରୁ କୋହଲି ଓ ରାହାଣେଙ୍କୁ ଆଉଟ କରିସାରିଥିବା ବେସ୍‌ ପୂଜାରାଙ୍କ ୱିକେଟ ଏକ ସର୍ଟ ବଲରେ ହାତେଇଛନ୍ତି ।

ତେବେ ସର୍ଟଲେଗ୍‌ରେ ଥିବା ଖେଳାଳିଙ୍କ ପିଠିରେ ବଲ ଲାଗି ଅନ୍ୟ ଖେଳାଳିଙ୍କ ହାତକୁ ଚାଲିଯାଇଥିଲା । ଫଳରେ କ୍ରିଜରେ ଜମି ଆସୁଥିବା ପୂଜାରା 73 ରନର ଉପଯୋଗୀ ଇଂନିସ ଖେଳି ପାଭିଲିୟନ ଫେରିଥିଲେ । ତେବେ ରଷଭ ପନ୍ତ ୱାସିଂଟନ ସୁନ୍ଦରଙ୍କ ସହ ମିଶି ଭାରତୀୟ ପାଳିକୁ ଆଗକୁ ବଢାଇବା ସହ ଶତକର ନିକଟତର ହୋଇଛନ୍ତି ।

ପୂର୍ବରୁ ମାତ୍ର 73 ରନରେ ରୋହିତ ଶର୍ମା, ଶୁଭମନ ଗିଲ୍‌, ବିରାଟ କୋହଲି ଓ ଅଜିଙ୍କ୍ୟ ରାହାଣେଙ୍କ ୱିକେଟ ହରାଇ ସଙ୍କଟରେ ପଡିଥିଲା । ଇଂଲଣ୍ଡ ପ୍ରଥମ ପାଳିରେ 578 ରନରେ ଶେଷ ହୋଇଥିଲା । ଆଣ୍ଡରସନଙ୍କୁ ଶେଷ ଖେଳାଳି ଭାବେ ଆଉଟ କରି ଅଶ୍ବିନ ଇଂଲଣ୍ଡର ପ୍ରଥମ ପାଳିକୁ ଶେଷ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.