ETV Bharat / sports

ଚେନ୍ନାଇ ଟେଷ୍ଟ: ଚତୁର୍ଥ ଦିନ ଖେଳ ଶେଷ, ଭାରତ 31/1 - host need more 381 runs

Ind Vs Eng: day 4 stumps, host need more 381 runs to win in final day
ଚେନ୍ନାଇ ଟେଷ୍ଟ: ଚତୁର୍ଥ ଦିନ ଖେଳ ଶେଷ, ଭାରତ 31/1
author img

By

Published : Feb 8, 2021, 5:12 PM IST

Updated : Feb 8, 2021, 6:22 PM IST

17:04 February 08

ଚେନ୍ନାଇ ଟେଷ୍ଟ: ଚତୁର୍ଥ ଦିନ ଖେଳ ଶେଷ, ଭାରତ 31/1

ଚେନ୍ନାଇ: ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ଜିତିବାକୁ ଭାରତ ସାମ୍ନାରେ 420 ରନର ବିଜୟ ଲକ୍ଷ୍ୟ ରହିଛି। ଦ୍ବିତୀୟ ଇଂନିସରେ ଇଂଲଣ୍ଡ 178 ରନରେ ଅଲଆଉଟ ହେବାପରେ ଭାରତକୁ ଏହି ଲକ୍ଷ୍ୟ ମିଳିଛି । ତେବେ ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ଭାରତ ରୋହିତ ଶର୍ମାଙ୍କ ୱିକେଟ ହରାଇ 39 ରନ ସଂଗ୍ରହ କରିନେଇଛି । ଫଳରେ ଶେଷ ଦିନରେ ବିଜୟ ପାଇଁ 381 ରନ ଆବଶ୍ୟକ ରହିଛି ।

ପ୍ରଥମ ଇଂନିସରେ ଜୋ ରୁଟ୍‌ଙ୍କ ଦ୍ବିଶତକ ବଳରେ 578 ରନର ବିଶାଳ ସ୍କୋର କରିଥିଲା ଭ୍ରମଣକାରୀ ଦଳ । ଜବାବରେ ଭାରତ 337 ରନରେ ସମସ୍ତ ୱିକେଟ ହରାଇଥିଲା ।  

ତେବେ ଅଭିଜ୍ଞ ରବିଚନ୍ଦ୍ରନ ଅଶ୍ବିନ ପୁଣି ଭାରତ ପାଇଁ ପ୍ରଭାବୀ ସାବ୍ୟସ୍ତ ହୋଇଛନ୍ତି । ନିଜର ସ୍ପିନ ଜାଲରେ ଫସାଇ ଲୋକାଲ ବୟ ଅଶ୍ବିନ ଦ୍ବିତୀୟ ଇଂନିସରେ 6ଜଣ ଇଂଲଣ୍ଡ ବ୍ୟାଟ୍ସମ୍ୟାନଙ୍କୁ ପାଭିଲିୟନ ଫେରାଇ ଦେଇଥିଲେ ।  ଫଳରେ ମାତ୍ର 178 ରନରେ ଇଂଲଣ୍ଡର ଦ୍ବିତୀୟ ଇଂନିସ ସମାପ୍ତ ହୋଇଯାଇଥିଲା । ସାହାବଜ ନଦୀମ 2ଟି ଓ ଇଶାନ୍ତ, ବୁମରାଙ୍କୁ ଗୋଟିଏ ଲେଖାଏଁ ୱିକେଟ ହାତେଇଛନ୍ତି ।  

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ  

Last Updated : Feb 8, 2021, 6:22 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.