ଅହମ୍ମଦାବାଦ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜର 4ର୍ଥ ତଥା ଶେଷ ଟେଷ୍ଟ ଖେଳାଯାଉଛି । ଗୁରୁବାର ପ୍ରଥମ ଦିନରେ ପୁନର୍ବାର ଭାରତୀୟ ବୋଲରଙ୍କ ଦବଦବା ଦେଖିବାକୁ ମିଳିଛି । ଉଭୟ ସ୍ପିନ ଓ ପେସ୍ ଆକ୍ରମଣ ସାମ୍ନାରେ ଭ୍ରମଣକାରୀ ଦଳର କୌଣସି ଖେଳାଳି ବେଶୀ ସମୟ ତିଷ୍ଠି ପାରିନାହାନ୍ତି । ତେବେ ଅଲରାଉଣ୍ଡର ବେନ ଷ୍ଟୋକ୍ସ ଅର୍ଦ୍ଧଶତକୀୟ ଇଂନିସ ଖେଳିଛନ୍ତି ।
ମ୍ୟାଚର 13ତମ ଓଭରରେ କ୍ୟାପଟେନ ବିରାଟ କୋହଲି ଓ ଷ୍ଟୋକ୍ସଙ୍କ ମଧ୍ୟରେ କିଛି କଥା କଟାକଟି ଦେଖିବାକୁ ମିଳିଥିଲା । ଯାହା ମ୍ୟାଚରେ ଉଷ୍ମତା ଭରିଥିଲା । ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କୁ ଷ୍ଟୋକ୍ସ କିଛି କହିଥିଲେ । ଏଥିରେ କୋହଲିଙ୍କୁ ନାଖୁସ୍ ଦେଖିବାକୁ ମିଳିଥିଲା । ପରେ ଇଂଲିସ ଅଲରାଉଣ୍ଡରଙ୍କ ସହ ବେଶ୍ କିଛି ସମୟ କୋହଲି ପଡିଆର ମଧ୍ୟ ଭାଗରେ କଥା ହେବାର ଦେଖାଯାଇଥିଲା । ସ୍ଥିତି ଏପରି ହୋଇଥିଲା ଯେ, ଅମ୍ପାୟାର ନୀତିନ ମେନନଙ୍କୁ ଉଭୟ ଖେଳାଳିଙ୍କୁ ଶାନ୍ତ କରାଇବା ଦେଖିବାକୁ ମିଳିଥିଲା ।
-
Batted @benstokes38 👏
— England Cricket (@englandcricket) March 4, 2021 " class="align-text-top noRightClick twitterSection" data="
Important runs 🏏
Scorecard: https://t.co/OIze4BKzRc
🇮🇳 #INDvENG 🏴 pic.twitter.com/QWuwCA92Wx
">Batted @benstokes38 👏
— England Cricket (@englandcricket) March 4, 2021
Important runs 🏏
Scorecard: https://t.co/OIze4BKzRc
🇮🇳 #INDvENG 🏴 pic.twitter.com/QWuwCA92WxBatted @benstokes38 👏
— England Cricket (@englandcricket) March 4, 2021
Important runs 🏏
Scorecard: https://t.co/OIze4BKzRc
🇮🇳 #INDvENG 🏴 pic.twitter.com/QWuwCA92Wx
ଏହି ଘଟଣା ପରେ ପରବର୍ତ୍ତୀ ଓଭରରେ ସିରାଜଙ୍କୁ ଅଧିକ ଆକ୍ରମଣାତ୍ମକ ହେବାର ଦେଖାଯାଇଥିଲା । ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ସ୍ପିନର ଅକ୍ଷର ପଟେଲଙ୍କ ଲଗାତାର ଦୁଇଟି ଶିକାର ଓ ମହମ୍ମଦ ସିରାଜଙ୍କ ଇଂଲଣ୍ଡ କ୍ୟାପଟେନ ଜୋ ରୁଟ୍ଙ୍କ ୱିକେଟ ଦଖଲ ପରେ ବ୍ୟାକଫୁଟ୍କୁ ଚାଲିଯାଇଥିଲା ଭ୍ରମଣକାରୀ ଦଳ । ଚା' ବ୍ରେକ ସୁଦ୍ଧା ଅଧା ଖେଳାଳିଙ୍କ ୱିକେଟ ହରାଇ ସଂଘର୍ଷ କରୁଛି ଇଂଲଣ୍ଡ ।
ବ୍ୟୁରା ରିପୋର୍ଟ, ଇଟିଭି ଭାରତ