ETV Bharat / sports

ଅହମ୍ମଦାବାଦରେ ଅକ୍ଷର, ଅଶ୍ବିନ ଶୋ; ଭାରତ ସାମ୍ନାରେ ଟାର୍ଗେଟ 49 - ind vs End

ind vs End: india need 49 runs to win pink test
ଅହମ୍ମଦାବାଦରେ ଅକ୍ଷର, ଅଶ୍ବିନ ଶୋ, ଭାରତ ସାମ୍ନାରେ ଟାର୍ଗେଟ 49
author img

By

Published : Feb 25, 2021, 6:47 PM IST

Updated : Feb 25, 2021, 10:13 PM IST

18:40 February 25

ଅହମ୍ମଦାବାଦରେ ଅକ୍ଷର, ଅଶ୍ବିନ ଶୋ, ଭାରତ ସାମ୍ନାରେ ଟାର୍ଗେଟ 49

ଅହମ୍ମଦାବାଦ: ଭାରତୀୟ ସ୍ପିନ ବୋଲିଂ ଆକ୍ରମଣ ସାମ୍ନାରେ ଇଂଲଣ୍ଡର ଆତ୍ମସମର୍ପଣ । ପ୍ରଥମ ଇଂନିସରେ 112ରେ ସୀମିତ ରହିବା ପରେ ଦ୍ବିତୀୟ ଇଂନିସରେ 81 ରନରେ ଅଲଆଉଟ ହୋଇଛି ଦଳ । ଫଳରେ ଭାରତ ସାମ୍ନାରେ 49 ରନର ବିଜୟ ଲକ୍ଷ୍ୟ ରହିଛି ।

ଦୁଇ ଭାରତୀୟ ସ୍ପିନର ଅକ୍ଷର ପଟେଲ ଓ ରବିଚନ୍ଦ୍ରନ ଅଶ୍ବିନଙ୍କୁ ମୁକାବିଲା କରିବାରେ ସଂପୂର୍ଣ୍ଣ ବିଫଳ ହୋଇଥିଲା ଜୋ ରୁଟ୍‌ ଙ୍କ ଦଳ । 8ଜଣ ବ୍ୟାଟ୍ସମ୍ୟାନ ଦୁଇଅଙ୍କ ସ୍କୋର ଛୁଇଁ ପାରିନଥିଲେ । କେବଳ କ୍ୟାପଟେନ ରୁଟ୍‌ 19, ଷ୍ଟୋକ୍ସ 25 ଓ ଓଲି ପୋପ 12ରନ କରିପାରିଥିଲେ ।

ପ୍ରଥମ ଇଂନିସରେ 6 ୱିକେଟ ହାତେଇଥିବା ଅକ୍ଷର ପଟେଲ ଦ୍ବିତୀୟ ଇଂନିସରେ ମଧ୍ୟ 5 ଜଣ ଇଂଲଣ୍ଡ ଖେଳାଳିଙ୍କୁ ଆଉଟ କରିଥିଲେ । ଅଶ୍ବିନ 4 ଓ ୱାସିଂଟନ ସୁନ୍ଦର ଗୋଟିଏ ୱିକେଟ ହାସଲ କରିଥିଲେ ।

ଅଶ୍ବିନଙ୍କ ପାଇଁ  ଏହି ଟେଷ୍ଟ ଅନ୍ୟତମ ସ୍ମରଣୀୟ ମ୍ୟାଚ ହୋଇଛି । ଅନ୍ତର୍ଜାତୀୟ କ୍ରିକେଟରେ 600 ୱିକେଟ ପୂରଣ କରିବା ସହ ଟେଷ୍ଟ କ୍ରିକେଟରେ 4ଟଟ ରନ ପୂରଣ କରିଛନ୍ତି । ଏହି ଉପଲବ୍ଧି ହାସଲ କରିବାରେ ଅଶ୍ବିନ 4ର୍ଥ ଭାରତୀୟ ଓ ବିଶ୍ବ କ୍ରିକେଟର 21ତମ ବୋଲର ହୋଇଛନ୍ତି । ଇଂଲଣ୍ଡ ଅଲରାଉଣ୍ଡର ବେନ ଷ୍ଟୋକ୍ସ, ଅଭିଜ୍ଞ ଅଶ୍ବିନଙ୍କ 600ତମ ଶିକାର ହୋଇଛନ୍ତି ।

49 ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଭାରତୀୟ ଦଳ ଡିନର ବ୍ରେକ ସୁଦ୍ଧା 11 ରନ ସଂଗ୍ରହ କରିନେଇଛି । ରୋହିତ ଶର୍ମା 6 ଓ ଶୁଭମନ ଗିଲ୍‌ 1 ରନରେ ଅପରାଜିତ ଅଛନ୍ତି । ବିଜୟ ପାଇଁ ଭାରତ 38 ରନ ଆବଶ୍ୟକ କରୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 25, 2021, 10:13 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.