ETV Bharat / sports

ଭାରତୀୟ ଖେଳାଳିଙ୍କୁ ପୁଣି ଅଷ୍ଟ୍ରେଲୀୟ ଦର୍ଶକଙ୍କ ଅଶାଳୀନ ଆକ୍ଷେପ

author img

By

Published : Jan 15, 2021, 5:21 PM IST

କିଛି ଦର୍ଶକ ସମୂହ ସିରାଜଙ୍କୁ (ଗ୍ରବ)ଏକ ଖରାପ କୀଟ ସହ ତୁଳନା କରିଛନ୍ତି । ଶୁକ୍ରବାର ଗାବାରେ ଖେଳାଯାଉଥିବା ଅଷ୍ଟ୍ରେଲିଆ ବିପକ୍ଷ 4ର୍ଥ ଟେଷ୍ଟର ପ୍ରଥମ ଦିନରେ ଏପରି ଘଟଣା ଘଟିଛି । ଅଧିକ ପଢନ୍ତୁ...

IND vs AUS: Unruly group of fans call Siraj, Sundar 'grubs'
ଭାରତୀୟ ଖେଳାଳିଙ୍କୁ ପୁଣି ଅଷ୍ଟ୍ରେଲୀୟ ଦର୍ଶକଙ୍କ ଅଶାଳୀନ ଆକ୍ଷେପ

ବ୍ରିସବେନ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବ୍ରିସବେନରେ 4ର୍ଥ ଟେଷ୍ଟ ଖେଳାଯାଉଛି । ତେବେ ପୁଣି ଅଷ୍ଟ୍ରେଲୀୟ ଦର୍ଶକଙ୍କ ଅଶୋଭନୀୟ ବ୍ୟବହାରର ଶିକାର ହୋଇଛନ୍ତି ଭାରତୀୟ ଖେଳାଳି । ସିଡନୀ କ୍ରିକେଟ ଗ୍ରାଉଣ୍ଡ(SCG)ରେ ତୃତୀୟ ଟେଷ୍ଟର ତୃତୀୟ ଦିନରେ ଦ୍ରୁତ ବୋଲର ମହମ୍ମଦ ସିରାଜ ଓ ଜଶପ୍ରୀତ ବୁମରାଙ୍କ ପ୍ରତି ଜାତିଆଣ ଆକ୍ଷେପ କରିଥିଲେ କିଛି ଦର୍ଶକ । ଦୁଇ ଖେଳାଳି ଅମ୍ପାୟରଙ୍କୁ ଅଭିଯୋଗ କରିବା ପରେ ଏହାକୁ ନେଇ ଅନେକ ବିବାଦ ଦେଖାଯାଇଥିଲା । ଭଦ୍ର ଲୋକଙ୍କ ଖେଳ କ୍ରିକେଟରେ ବିଶ୍ବବ୍ୟାପୀ ଏହି ଘଟଣାକୁ ନିନ୍ଦା କରାଯାଇଥିଲା । ଭାରତୀୟ ଟିମ ମଧ୍ୟ ବୁମରା ଓ ସିରାଜଙ୍କ ପ୍ରତି ଦର୍ଶକଙ୍କ ବର୍ଣ୍ଣବୈଷମ୍ୟ ଟିପ୍ପଣୀ ନେଇ ଔପଚାରିକ ଭାବେ ଅଭିଯୋଗ କରିଥିଲା । କ୍ରିକେଟ ଅଷ୍ଟ୍ରେଲିଆର ପକ୍ଷରୁ ଘଟଣାର ତଦନ୍ତ ପାଇଁ ମଧ୍ୟ କୁହାଯାଇଥିଲା ।

ତେବେ ପୁନର୍ବାର କିଛି ଦର୍ଶକ ସମୂହ ସିରାଜଙ୍କୁ (ଗ୍ରବ)ଏକ ଖରାପ କୀଟ ସହ ତୁଳନା କରିଛନ୍ତି । ଶୁକ୍ରବାର ଗାବାରେ ଖେଳାଯାଉଥିବା ଅଷ୍ଟ୍ରେଲିଆ ବିପକ୍ଷ 4ର୍ଥ ଟେଷ୍ଟର ପ୍ରଥମ ଦିନରେ ଏପରି ଘଟଣା ଘଟିଛି । ଏକ ପ୍ରମୁଖ ଅଷ୍ଟ୍ରେଲୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ସିରାଜ ସେକ୍ସନ 215 ଓ 216 ସାମ୍ନାରେ ଅଧିକ ସମୟ ରହିପାରିନଥିଲେ । ମାତ୍ର ସେଠାରେ ଥିବା ଜଣେ ଦର୍ଶକ, ସିରାଜଙ୍କୁ ଲଗାତାର ଭାବେ ସ୍ଥାନୀୟ ଦର୍ଶକ 'ଗ୍ରବ' କହି ଆକ୍ଷେପ କରିଥିବା କହିଛନ୍ତି ।

ଏଭଳି ନିନ୍ଦନୀୟ ଆକ୍ଷେପର ଶିକାର ଏକମାତ୍ର ସିରାଜ ହୋଇନାହାନ୍ତି, ଡେବ୍ୟୁ ମ୍ୟାଚ ଖେଳୁଥିବା ସ୍ପିନର ୱାସିଂଟନ ସୁନ୍ଦର ମଧ୍ୟ ସମାନ ଆକ୍ଷେପର ଶିକାର ହୋଇଛନ୍ତି । ତେବେ କୌଣସି ଭାରତୀୟ ଖେଳାଳି ଅଷ୍ଟ୍ରେଲୀୟ ଦର୍ଶକଙ୍କ ଏପରି ଅଶୋଭନୀୟ ଆଚରଣ ନେଇ ପ୍ରତିକ୍ରିୟା ରଖିନାହାନ୍ତି । ୱାସିଂଟନ ଓ ସିରାଜଙ୍କ ପ୍ରତି ଖରାପ ଆକ୍ଷେପ ସତ୍ତ୍ବେ ଷ୍ଟାଡିୟମରେ ଉପସ୍ଥିତ ଥିବା 12,998 ପ୍ରଶଂସକ ଶ୍ରେଷ୍ଠ ବ୍ୟବହାର ଦେଖାଇଛନ୍ତି ।

ପ୍ରଥମ ଦିନ ଷ୍ଟମ୍ପ ଅପସାରଣ ସୁଦ୍ଧା କ୍ୟାପଟେନ ଟିମ ପେନ 38* ଓ କେମରନ ଗ୍ରୀନ 28* ରନରେ ଅପରାଜିତ ଅଛନ୍ତି । ଅଷ୍ଟ୍ରେଲିଆର ସ୍କୋର 274/5 ରହିଛି । ଉଭୟଙ୍କ ମଧ୍ୟରେ ଅପରାଜିତ 61 ରନର ଭାଗିଦାରୀ ହୋଇସାରିଛି । ଭାରତ ପକ୍ଷରୁ ଡେବ୍ୟୁ ମ୍ୟାଚ ଖେଳୁଥିବା ଟି ନଟରାଜନ 2ଟି ୱିକେଟ ଅକ୍ତିଆର କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.