ETV Bharat / sports

ବ୍ରିସବେନ ଟେଷ୍ଟ: ଗାଭାସ୍କରଙ୍କ 50ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ଶୁଭମନ

author img

By

Published : Jan 19, 2021, 10:30 AM IST

ଅଷ୍ଟ୍ରେଲିଆ ଗସ୍ତରେ ଟେଷ୍ଟ ଡେବ୍ୟୁ କରିଥିବା ଶୁଭମନ ଗିଲ ବ୍ରିସବେନ ଟେଷ୍ଟର 5ମ ଦିନରେ 2ଟି ରେକର୍ଡ ନିଜ ନାଁରେ କରିଛନ୍ତି । ସେ ସୁନୀଲ ଗାଭାସ୍କରଙ୍କ 50ବର୍ଷ ତଳର ରେକର୍ଡକୁ ଭାଙ୍ଗିଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର..

ବ୍ରିସବେନ ଟେଷ୍ଟ: ଶୁଭମନ ଭାଙ୍ଗିଲେ ଗାଭାସ୍କରଙ୍କ 50ବର୍ଷ ପୁରୁଣା ରେକର୍ଡ

ବ୍ରିସବେନ: ଅଷ୍ଟ୍ରେଲିଆ ଗସ୍ତରେ ଟେଷ୍ଟ ଡେବ୍ୟୁ କରିଛନ୍ତି ଶୁଭମନ ଗିଲ । ତାଙ୍କର ଏହି ଛୋଟ ଟେଷ୍ଟ କ୍ୟାରିୟରରେ ଗୋଟିଏ ପରେ ଗୋଟିଏ ରେକର୍ଡ କରିଛନ୍ତି । ଏହି ଯୁବ ଓପନର ବ୍ରିସବେନ ଟେଷ୍ଟର 5ମ ଦିନରେ 2ଟି ରେକର୍ଡ ନିଜ ନାଁରେ କରିଛନ୍ତି । ଏଥିସହ ସେ ସୁନୀଲ ଗାଭାସ୍କରଙ୍କ 50ବର୍ଷ ତଳର ରେକର୍ଡକୁ ଭାଙ୍ଗିଛନ୍ତି ।

ନିଜର ଟେଷ୍ଟ କ୍ୟାରିୟରେ ଆଜି ସେ ପ୍ରଥମ ଶତକୀୟ ପାଳି ଖେଳିବା ପୂର୍ବରୁ 91ରନ୍‌ରେ ଆଉଟ୍‌ ହୋଇଗଲେ ସତ କିନ୍ତୁ ଭାରତ ପକ୍ଷରୁ 4ର୍ଥ ଇଂନିସରେ ଅର୍ଦ୍ଧଶତକ ପାଳି ଖେଳିଥିବା ଯୁବ ଖେଳାଳି ପାଲଟିଛନ୍ତି ଗିଲ । ଏହି ରେକର୍ଡ ପ୍ରଥମେ ସୁନୀଲ ଗାଭାସ୍କରଙ୍କ ନାଁରେ ଥିଲା । ସେ 21ବର୍ଷ 243 ଦିନରେ ଗାଭାସ୍କର ଏହି ରେକର୍ଡ କରିଥିଲେ । କିନ୍ତୁ ଗିଲ ଏହି ରେକର୍ଡ 21ବର୍ଷ 133ଦିନରେ ପୂରଣ କରିଛନ୍ତି । ଗାଭାସ୍କର 1970-71ରେ ଇଣ୍ଡିଜ ବିପକ୍ଷରେ ନିଜର ଡେବ୍ୟୁ ମ୍ୟାଚରେ ସେ 67*ରନ କରିଥିଲେ । ବର୍ତ୍ତମାନ ବ୍ରିସବେନରେ 4ର୍ଥ ପାଳିରେ ଗିଲ୍‌ 91ରନ୍‌ର ଶାନଦାର ପାଳି ଖେଳିଛନ୍ତି । ଶୁଭମନଙ୍କ ଏହା ଟେଷ୍ଟ କ୍ରିକେଟର ବେଷ୍ଟ ସ୍କୋର ।

ଏଥିହ ଭାରତ ପକ୍ଷରୁ ଜଣେ ଓପନର ଭାବେ ଗାବା ଗ୍ରାଉଣ୍ଡରେ ସବୁଠାରୁ ବଡ ଇଂନିସ ଖେଳିଥିବା 3ୟ ଖେଳାଳି ହୋଇଯାଇଛନ୍ତି ଶୁଭମନ ଗିଲ୍‌ । 91ରନ୍‌ର ଇଂନିସ ଖେଳି ସେ ଶିଖର ଧଓ୍ବନଙ୍କ ରେକର୍ଡକୁ ଭାଙ୍ଗିଛନ୍ତି । ଧଓ୍ବନ ଗାବା ଗ୍ରାଉଣ୍ଡରେ ଓପନର ଭାବେ 81ରନ୍‌ର ଇଂନିସ ଖେଳିଛନ୍ତି । ତାଙ୍କ ବ୍ୟତୀତ ମୁରଲୀ ବିଜୟ ଓପନର ଭାବେ 114 ଓ ଗାଭାସ୍କର 113ରନ୍‌ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.