ETV Bharat / sports

ବ୍ରିସବେନ ଟେଷ୍ଟ: ଓ୍ବାସିଂଟନ-ଶାର୍ଦ୍ଦୁଳ ରଚିଲେ ଇତିହାସ, ଭାଙ୍ଗିଲା 30ବର୍ଷର ପୂରୁଣା ରେକର୍ଡ

author img

By

Published : Jan 17, 2021, 12:46 PM IST

ବ୍ରିସବେନ ଟେଷ୍ଟର 3ୟ ଦିନରେ ଓ୍ବାସିଂଟନ ସୁନ୍ଦର ଓ ଶାର୍ଦ୍ଦୁଳ ଠାକୁର କରିଛନ୍ତି କମାଲ । 7ମ ଓ୍ବିକେଟ ପାଇଁ 123ର ପାଟର୍ନରସିପ୍‌ ଇଂନିସ ଖେଳିଛନ୍ତି ଶାର୍ଦ୍ଦୁଳ -ଓ୍ବାସିଂଟନ । ସପ୍ତମ ଓ୍ବିକେଟ ପାଇଁ 123ର ପାର୍ଟନରସିପ୍‌ ହେଉଛି ଭାରତର ଶ୍ରେଷ୍ଠ ଇଂନିସ । ପଢନ୍ତୁ ସମ୍ପୂର୍ଣ୍ଣ ଖବର..

ବ୍ରିସବେନ ଟେଷ୍ଟ: ଓ୍ବାସିଂଟନ-ଶାର୍ଦ୍ଦୁଳ ରଚିଲେ ଇତିହାସ, ଭାଙ୍ଗିଲା 30ବର୍ଷର ପୂରୁଣା ରେକର୍ଡ
ବ୍ରିସବେନ ଟେଷ୍ଟ: ଓ୍ବାସିଂଟନ-ଶାର୍ଦ୍ଦୁଳ ରଚିଲେ ଇତିହାସ, ଭାଙ୍ଗିଲା 30ବର୍ଷର ପୂରୁଣା ରେକର୍ଡ

ବ୍ରିସବେନ: ଅନ୍ତିମ ଟେଷ୍ଟ ତଥା ବ୍ରିସବେନ ଟେଷ୍ଟର 3ୟ ଦିନରେ ଓ୍ବାସିଂଟନ ସୁନ୍ଦର ଓ ଶାର୍ଦ୍ଦୁଳ ଠାକୁର କରିଛନ୍ତି କମାଲ । 7ମ ଓ୍ବିକେଟ ପାଇଁ 123ର ପାଟର୍ନରସିପ୍‌ ଇଂନିସ ଖେଳିଛନ୍ତି ଶାର୍ଦ୍ଦୁଳ -ଓ୍ବାସିଂଟନ । 2ଜଣ ରେକର୍ଡ ପାର୍ଟନରସିପ୍‌ ଇଂନିସ ଖେଳିବା ସହ ଭାରତକୁ ଜୀବନଦାନ ଦେଇଛନ୍ତି ।

186 ସ୍କୋରରେ ପନ୍ତ ଆଉଟ୍‌ ହେବାପରେ ସମସ୍ତଙ୍କୁ ଲାଗୁଥିଲା ଟିମ୍‌ ଇଣ୍ଡିଆ ଶୀଘ୍ର ଅଲଆଉଟ୍‌ ହୋଇଯିବ । କିନ୍ତୁ ଉଭୟ ଖେଳାଳି କଙ୍ଗାରୁ ଦଳର ବୋଲରଙ୍କୁ ଚକମା ଦେଇ ଦମ୍‌ଦାର ସଟ୍‌ ମାରିଥିଲେ । ଶାର୍ଦ୍ଦୁଳ 115ବଲ୍‌ରେ 67ରନ୍‌ ହାସଲ କରିଥିଲେ । ସେଥିରେ 9ଟି ଚୌକା, 2ଟି ଛକା ସାମିଲ ରହିଛି । ସେହିପରି ଓ୍ବାସିଂଟନ ସୁନ୍ଦର 144ବଲ୍‌ରେ 62ରନ୍‌(7ଚୌକା, 1ଛକା) ସଂଗ୍ରହ କରିଛନ୍ତି ।

ସପ୍ତମ ଓ୍ବିକେଟ ପାଇଁ 123ର ପାର୍ଟନରସିପ୍‌ ହେଉଛି ଭାରତର ଶ୍ରେଷ୍ଠ ଇଂନିସ ।

ଏହା ପୂର୍ବରୁ ଏହି କପିଲ ଦେବ ଓ ମନୋଜ ପ୍ରଭାକର 1991 ମସିହାରେ 58ରନ୍‌ ପାଇଁ ଇଂନିସ ଖେଳିଥିଲେ । ତାଙ୍କ ପରେ ରହିଛନ୍ତି ଏମଏସ ଧୋନି-ଆର୍‌ ଅଶ୍ବିନଙ୍କ ପାର୍ଟନରସିପ୍‌ ଇଂନିସ । 2014ରେ 7ମ ଓ୍ବିକେଟ ପାଇଁ 57ରନ୍‌ର ପାର୍ଟନରସିପ୍‌ ଇଂନିସ ଖେଳିଥିଲେ । ସବୁଠାରୁ ଖାସ୍‌ କଥା ହେଲା ଏହି 3ଟି ପାର୍ଟନରସିପ୍‌ ଇଂନିସ ଅଷ୍ଟ୍ରେଲିଆ ବିପକ୍ଷରେ ବ୍ରିସବେନରେ ହିଁ ଖେଳାଯାଇଛି ।

ଏଥିସହ ନିଜର ଟେଷ୍ଟ ଡେବ୍ୟୁ ମ୍ୟାଚରେ ଅର୍ଦ୍ଧଶତକ ଇଂନିସ ଖେଳିଛନ୍ତି ସୁନ୍ଦର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.