ETV Bharat / sports

ଆହତ ମହମ୍ମଦ ସାମି ବର୍ଡର ଗାଭାସ୍କର ଟ୍ରଫି ସିରିଜରୁ ବାଦ

author img

By

Published : Dec 19, 2020, 10:01 PM IST

ଆଡିଲେଡ ଟେଷ୍ଟରେ ପରାଜୟ ପରେ ଦ୍ବିତୀୟ ଟେଷ୍ଟ ପୂର୍ବରୁ ଟିମ ଇଣ୍ଡିଆକୁ ବଡ ଝଟକା । ଅଧିକ ପଢନ୍ତୁ...

Ind vs Aus: Mohammad Shami out of series with fractured arm
ଆହତ ମହମ୍ମଦ ସାମି ବର୍ଡର ଗାଭାସ୍କର ଟ୍ରଫି ସିରିଜରୁ ବାଦ

ନୂଆଦିଲ୍ଲୀ: ଆଡିଲେଡ ଟେଷ୍ଟରେ ପରାଜୟ ପରେ ଦ୍ବିତୀୟ ଟେଷ୍ଟ ପୂର୍ବରୁ ଟିମ ଇଣ୍ଡିଆକୁ ବଡ ଝଟକା । ଦ୍ରୁତ ବୋଲର ମହମ୍ମଦ ସାମି ଅଷ୍ଟ୍ରେଲିଆ ବିପକ୍ଷ ସିରିଜର ଅବଶିଷ୍ଟ ମ୍ୟାଚରୁ ଆହତ କାରଣରୁ ବାଦ ପଡିଛନ୍ତି ।

Ind vs Aus: Mohammad Shami out of series with fractured arm
ଆହତ ମହମ୍ମଦ ସାମି

ଦ୍ବିତୀୟ ଇଂନିସରେ ବ୍ୟାଟିଂବେଳେ ପାଟ କମିନ୍ସଙ୍କ ଏକ ବାଉନ୍ସରକୁ ଖେଳିଥିଲେ ସାମି । ତେବେ ବଲ୍ ସିଧା ସାମିଙ୍କ ଡାହାଣ ହାତରେ ଲାଗିଥିଲା । ପରେ ସେ ବ୍ୟାଟିଂ କରିବାକୁ ଅସମର୍ଥ ହେବା ସହ ରିଟାର୍ଡ ହର୍ଟ ହୋଇ ପାଭିଲିୟନ ଫେରିଥିଲେ ।

ବିରାଟ କୋହଲି

ଏହାପରେ ଅଧିକ ଯନ୍ତ୍ରଣା ହେବାରୁ ସ୍କାନ କରାଯାଇଥିଲା । ପରେ ହାଡ ଭାଙ୍ଗିଯାଇଥିବା ଜଣାପଡିଛି ।

ଆଡିଲେଡ ଟେଷ୍ଟର ତୃତୀୟ ଦିନରେ ଦ୍ବିତୀୟ ଇଂନିସରେ ଭ୍ରମଣକାରୀ ଭାରତ ମାତ୍ର 36 ରନରେ 9 ୱିକେଟ ହରାଇଥିଲା । ପରେ ସାମି ଆହତ ହୋଇ ରିଟାର୍ଡ ହର୍ଟ ହେବାପରେ ଭାରତୀୟ ଇଂନିସ 36ରେ ସମାପ୍ତ ହୋଇଥିଲା ।

ସାମି ଭାରତୀୟ ବୋଲିଂ ଆଟାକର ପ୍ରମୁଖ ଅଂଶ ଥିଲେ । ଅଷ୍ଟ୍ରେଲିଆ ମାଟିରେ ଭାରତୀୟ ଟିମ ନିଶ୍ଚୟ ସାମିଙ୍କ ଅନୁପସ୍ଥିତି ଅନୁଭବ କରିବ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.