ETV Bharat / sports

ଲାୟନଙ୍କୁ ସେହି ସଟ୍ ଖେଳି ଦୁଃଖିତ ନୁହେଁ: ରୋହିତ

author img

By

Published : Jan 16, 2021, 5:41 PM IST

ଭାରତୀୟ ଟେଷ୍ଟ ଦଳର ଉପ-ଅଧିନାୟକ ରୋହିତ ଶର୍ମା ଗାବା ଟେଷ୍ଟର ଦ୍ବିତୀୟ ଦିନରେ ନାଥନ ଲାୟନଙ୍କ ବଲରେ ଛକା ମାରିବାକୁ ପ୍ରୟାସ କରି ଆଉଟ ହୋଇଛନ୍ତି । ଅଧିକ ପଢନ୍ତୁ...

Ind vs Aus: Don't regret playing that shot off Lyon, says Rohit
ଲାୟନଙ୍କୁ ସେହି ସଟ୍ ଖେଳି ଦୁଃଖିତ ନୁହେଁ: ରୋହିତ

ବ୍ରିସବେନ: ଭାରତୀୟ ଟେଷ୍ଟ ଦଳର ଉପ-ଅଧିନାୟକ ରୋହିତ ଶର୍ମା ଗାବା ଟେଷ୍ଟର ଦ୍ବିତୀୟ ଦିନରେ ନାଥନ ଲାୟନଙ୍କ ବଲରେ ଛକା ମାରିବାକୁ ପ୍ରୟାସ କରି ଆଉଟ ହୋଇଛନ୍ତି । ତେବେ ଏହି ସଟ୍‌ ଖେଳିବା ନେଇ ଦୁଃଖିତ ନୁହଁନ୍ତି ବୋଲି ସଫେଇ ଦେଇଛନ୍ତି ରୋହିତ । ଅତୀତରେ ଏକାଧିକ ବାର ଏହି ସଟ୍ ଖେଳି ସେ ସଫଳ ହୋଇଛନ୍ତି ।

ଅଷ୍ଟ୍ରେଲିଆ ବିପକ୍ଷ ଶେଷ ତଥା 4ର୍ଥ ଟେଷ୍ଟରେ ଘରୋଇ ଦଳ 369 ରନରେ ଅଲଆଉଟ ହେବାପରେ, ଦ୍ବିତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ଦୁଇ ଓପନରଙ୍କ ୱିକେଟ ହରାଇ 62 ରନ ସଂଗ୍ରହ କରିଛି । ଏଥିସହ ଅଷ୍ଟ୍ରେଲିଆର ପ୍ରଥମ ଇଂନିସ ସ୍କୋର ଠାରୁ ଏବେବି 307 ରନ ପଛରେ ରହିଛି ।

ତେବେ ରୋହିତ ଶର୍ମା କ୍ରିଜରେ ଜମିଆସିବା ସହ 44 ରନ ସଂଗ୍ରହ କରିସାରିଥିଲେ । ଅଷ୍ଟ୍ରେଲୀୟ ଦ୍ରୁତ ବୋଲରଙ୍କୁ ରୋହିତ ଭଲ ମୁକାବିଲା କରୁଥିଲେ । ଦ୍ରୁତ ବୋଲିଂ କାମ ନ ଆସିବା ପରେ କଙ୍ଗାରୁ କ୍ୟାପଟେନ ସ୍ପିନର ନାଥନ ଲାୟନଙ୍କୁ ବୋଲିଂରେ ଲଗାଇଥିଲେ । ତେବେ ରୋହିତ ନିଜର ଏକାଗ୍ରତା ହରାଇ ଛକା ମାରିବାକୁ ପ୍ରୟାସ କରି ବାଉଣ୍ଡ୍ରୀ ପାଖରେ କ୍ୟାଚ ଆଉଟ ହୋଇଥିଲେ ।

ଏହାକୁ ଭାରତୀୟ ଫ୍ୟାନ୍ସ ରୋହିତ ନିଜର ୱିକେଟକୁ ଉପହାର ଦେଇଦେଲେ ବୋଲି କହିବା ସହ ସମାଲୋଚନା କରିଛନ୍ତି । ଏପରିକି ପୂର୍ବତନ କ୍ରିକେଟର, କମେଣ୍ଟଟର ସୁନୀଲ ଗାଭାସ୍କର ମଧ୍ୟ ଏପରି ଆଉଟ ହେବାକୁ ନାପସନ୍ଦ କରିଥିଲେ । ଦଳର ବରିଷ୍ଠ ସଦସ୍ୟ ହୋଇଥିଲେ ମଧ୍ୟ ବେପରୁଆ ଭାବେ ଅନାବଶ୍ୟକ ଓ ଖରାପ ସଟ୍ ଖେଳି ଆଉଟ ହେବାକୁ ସମାଲୋଚନା କରିଛନ୍ତି ଗାଭାସ୍କର । ତେବେ ରୋହିତ କହିଛନ୍ତି ତାଙ୍କ ବ୍ୟାଟରେ ଏହି ସଟ୍ ଠିକ୍‌ରେ ଲାଗିନଥିଲା । ଏହି ସଟ୍‌ ଖେଳି କୌଣସି ଦୁଃଖ ନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.